ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା, ଚାରି ବର୍ଷରେ ସର୍ବନିମ୍ନ - break
ପାଣିପାଗ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେତେବେଳେ ଘନ କୁହୁଡ଼ିର ଆସ୍ତରଣରେ ଛାଇ ଯାଉଛି ତ ପୁଣି କେତେବେଳେ ପ୍ରଦୂଷଣର ମାତ୍ରା ବଢିଯାଉଛି । ଗତକାଲି ଦିଲ୍ଲୀରେ ହାଲକା ଖରା ସାଙ୍ଗକୁ ଥଣ୍ଡା ପବନ ହୋଇଥିଲା ।
ଦିଲ୍ଲୀ: ସର୍ବନିମ୍ନ ତାପମାତ୍ରାରେ ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ । ଗତକାଲି ଦିଲ୍ଲୀର ତାପମାତ୍ରା ରହିଥିଲା 10.6 ଡିଗ୍ରୀ ସେଲସିୟସ । ଯାହା ବିଗତ ଚାରି ବର୍ଷର ତାପମାତ୍ରା ଅନୁଯାୟୀ ସର୍ବନିମ୍ନ ।
ସୂଚନାଯୋଗ୍ୟ ଦିଲ୍ଲୀର ପାଣିପାଗ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେତେବେଳେ ଘନ କୁହୁଡ଼ିର ଆସ୍ତରଣରେ ଛାଇ ଯାଉଛି ତ ପୁଣି କେତେବେଳେ ପ୍ରଦୁଷଣର ମାତ୍ରା ବଢିଯାଉଛି । ଗତକାଲି ଦିଲ୍ଲୀରେ ହାଲକା ଖରା ସାଙ୍ଗକୁ ଥଣ୍ଡା ପବନ ହୋଉଥିଲା । ତେବେ ଫେବୃଆରି ମାସ ଶେଷ ଦିଲ୍ଲୀରେ ଏପରି ଥଣ୍ଡାକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ ।
ସେପଟେ ପାଣିପାଗ ବିଭାଗ କହିଛି ଏପରି ପାଣିପାଗ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ । ଗତବର୍ଷ ଏହି ସମୟରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ରହିଥିବା ବେଳେ 2017ରେ 11 ଡିଗ୍ରୀ, 2016ରେ 13 ଡିଗ୍ରୀ ଓ 2015ରେ 17 ଡିଗ୍ରୀ ରହିଥିଲା ।
ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା, ଚାରି ବର୍ଷରେ ସର୍ବନିମ୍ନ
ଦିଲ୍ଲୀ: ସର୍ବନିମ୍ନ ତାପମାତ୍ରାରେ ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ । ଗତକାଲି ଦିଲ୍ଲୀର ତାପମାତ୍ରା ରହିଥିଲା 10.6 ଡିଗ୍ରୀ ସେଲସିୟସ । ଯାହା ବିଗତ ଚାରି ବର୍ଷର ତାପମାତ୍ରା ଅନୁଯାୟୀ ସର୍ବନିମ୍ନ ।
ସୂଚନାଯୋଗ୍ୟ ଦିଲ୍ଲୀର ପାଣିପାଗ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେତେବେଳେ ଘନ କୁହୁଡ଼ିର ଆସ୍ତରଣରେ ଛାଇ ଯାଉଛି ତ ପୁଣି କେତେବେଳେ ପ୍ରଦୁଷଣର ମାତ୍ରା ବଢିଯାଉଛି । ଗତକାଲି ଦିଲ୍ଲୀରେ ହାଲକା ଖରା ସାଙ୍ଗକୁ ଥଣ୍ଡା ପବନ ହୋଉଥିଲା । ତେବେ ଫେବୃଆରି ମାସ ଶେଷ ଦିଲ୍ଲୀରେ ଏପରି ଥଣ୍ଡାକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ ।
ସେପଟେ ପାଣିପାଗ ବିଭାଗ କହିଛି ଏପରି ପାଣିପାଗ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ । ଗତ 2018 ମସିହାରେ ଏହି ସମୟରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ରହିଥିବା ବେଳେ 2017ରେ 11 ଡିଗ୍ରୀ, 2016ରେ 13 ଡିଗ୍ରୀ ଓ 2015ରେ 17 ଡିଗ୍ରୀ ରହିଥିଲା ।
Conclusion: