ବେଙ୍ଗାଲୁରୁ: କର୍ଣ୍ଣାଟକର ଭୀମା ନଦୀରେ ବୁଡି 4 ଜଣ ଯୁବକଙ୍କ ମୃତ୍ୟୁ । ରବିବାର ନଦୀକୁ ଗାଧୋଇବାକୁ ଯାଇ 4 ଜଣଙ୍କର ମୃତ୍ୟୁ ହୋଇଛି । ନଦୀର ପ୍ରବାହ ଅଧିକ ରହିଥିବାରୁ ପାଣିରେ ଭାସି ଯାଇଥିଲେ ସମସ୍ତେ ।
ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଆୟାନ୍, ଅମନ୍, ରେହାନ୍ ଓ ଇରଫାନ୍ । ତେବେ ଏନଡିଆରଏଫ୍ ଦଳ ଓ ଅଗ୍ନିଶମବାହିନୀର ମିଳିତ ସହାୟତାରେ 4 ଜଣଙ୍କୁ ଉଦ୍ଧାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ