ETV Bharat / bharat

ନିଖୋଜ ମହିଳାଙ୍କ ମଧ୍ୟରେ ଭାରତର ଅଛନ୍ତି 4 କୋଟି 58 ଲକ୍ଷ: UN ରିପୋର୍ଟ - UN ରିପୋର୍ଟ

ଗତ 50 ବର୍ଷ ମଧ୍ୟରେ 14 କୋଟି 26 ଲକ୍ଷ ମହିଳା ନିଖୋଜ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଚାରି କୋଟି 58 ଲକ୍ଷ ମହିଳା ଭାରତର ବୋଲି ମିଳିତ ଜାତିସଂଘ ମଙ୍ଗଳବାର ଦିନ ଏକ ରିପୋର୍ଟରେ କହିଛି । ଅଧିକ ପଢନ୍ତୁ...

ନିଖୋଜ ମହିଳାଙ୍କ ମଧ୍ୟରୁ 4 କୋଟି 58 ଲକ୍ଷ ଭାରତର: UN ରିପୋର୍ଟ

author img

By

Published : Jul 1, 2020, 7:41 PM IST

Updated : Jul 1, 2020, 9:32 PM IST

ନୂଆଦିଲ୍ଲୀ: ଗତ 50 ବର୍ଷ ମଧ୍ୟରେ 14 କୋଟି 26 ଲକ୍ଷ ମହିଳା ନିଖୋଜ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଚାରି କୋଟି 58 ଲକ୍ଷ ମହିଳା ଭାରତର ବୋଲି ମିଳିତ ଜାତିସଂଘ ମଙ୍ଗଳବାର ଦିନ ଏକ ରିପୋର୍ଟରେ କହିଛି । ସାରାବିଶ୍ବରେ ଚୀନ ଏବଂ ଭାରତରେ ନିଖୋଜ ମହିଳାଙ୍କ ସଂଖ୍ୟା ସର୍ବାଧିକ । ଗତ 50 ବର୍ଷ ମଧ୍ୟରେ ନିଖୋଜ ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ବୋଲି ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) 'ଗ୍ଲୋବାଲ୍ ଜନସଂଖ୍ୟା ସ୍ଥିତି 2020' ରିପୋର୍ଟରେ କୁହାଯାଇଛି । 1970 ରେ ଏହି ସଂଖ୍ୟା 6 କୋଟି 10ଲକ୍ଷ ଥିଲାବେଳେ 2020 ରେ 14.26 ମିଲିୟନକୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, 2020 ସୁଦ୍ଧା ଭାରତରେ 4 କୋଟି 58 ଲକ୍ଷ ମହିଳା ଏବଂ ଚାଇନାରେ 7 କୋଟି 23 ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ପ୍ରସବ ପୂର୍ବରୁ କିମ୍ବା ପ୍ରସବ ପରେ ଲିଙ୍ଗ ନିର୍ଣ୍ଣୟର ସମନ୍ୱିତ ପ୍ରଭାବ ହେତୁ ନିଖୋଜ ଝିଅମାନଙ୍କୁ ମଧ୍ୟ ଏହି ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ, 2013 ରୁ 2017 ମଧ୍ୟରେ ଭାରତରେ ପ୍ରାୟ 4 ଲକ୍ଷ 60 ହଜାର ଶିଶୁ କନ୍ୟା ପ୍ରତିବର୍ଷ ଜନ୍ମ ସମୟରେ ହିଁ ନିଖୋଜ ହୋଇଯାଇଛନ୍ତି । ଏକ ବିଶ୍ଳେଷଣ ଅନୁଯାୟୀ, ସମୁଦାୟ ନିଖୋଜ ଝିଅମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏବଂ ଜନ୍ମ ସମୟରେ ମୃତ୍ୟୁର ଏକ ତୃତୀୟାଂଶ ଲିଙ୍ଗଗତ ଭେଦଭାବ କାରଣ ସହିତ ଜଡିତ ।

ବିଶେଷଜ୍ଞଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ, ଲିଙ୍ଗଗତ ଭେଦଭାବ ହେତୁ ବିଶ୍ବବ୍ୟାପୀ ପ୍ରତିବର୍ଷ ଜନ୍ମ ପୂର୍ବରୁ ନଷ୍ଟ କରାଯାଇଥାଏ । ଯେଉଁଥିରୁ 12 ଲକ୍ଷରୁ 15 ଲକ୍ଷ ଝିଅଙ୍କ ମଧ୍ୟରୁ 90 ରୁ 95 ପ୍ରତିଶତ ଚୀନ୍ ଏବଂ ଭାରତର ଅଟନ୍ତି । ଏଥିରେ ଏହା ସ୍ପଷ୍ଟ ଯେ, ପ୍ରତିବର୍ଷ ଜନ୍ମ ସଂଖ୍ୟା ଦୃଷ୍ଟିରୁ ଏହି ଦୁଇ ଦେଶ ଆଗରେ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଲିଙ୍ଗ ଚୟନର ମୂଳ କାରଣ ସହ ମୁକାବିଲା କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ତେବେ ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଭାରତ ଏବଂ ଭିଏତନାମ ଏକ ଅଭିଯାନ ଆରମ୍ଭ କରିଛନ୍ତି।

କେତେକ ଦେଶରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକ ପସନ୍ଦ କରିବା କାରଣରୁ ମହିଳା ଏବଂ ପୁରୁଷଙ୍କ ଅନୁପାତରେ ଏକ ବଡ଼ ପରିବର୍ତ୍ତନ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ଏହି ଜନସଂଖ୍ୟାଗତ ଅସନ୍ତୁଳନ ନିଶ୍ଚିତ ଭାବରେ ବିବାହ ଉପରେ ପ୍ରଭାବ ପକାଇବ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ସମ୍ଭାବ୍ୟ ବଧୂଙ୍କ ତୁଳନାରେ ବର ସଂଖ୍ୟା ବଢିବା ନେଇ 2055 ମସିହାରେ ଭାରତର ଅବସ୍ଥା ସବୁଠାରୁ ଖରାପ ହେବ । 50 ବର୍ଷ ବୟସ ପର୍ଯ୍ୟନ୍ତ ଅବିବାହିତ ପୁରୁଷଙ୍କ ଅନୁପାତ 2050 ମସିହା ପରେ 10 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Last Updated : Jul 1, 2020, 9:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.