ETV Bharat / bharat

ଆରପାରିରେ ଗୋଆ ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନା

ପରଲୋକରେ ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନା। 78 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। 2014ରୁ 2019 ଯାଏଁ ସେ ଗୋଆର ରାଜ୍ୟପାଳ ଦାୟିତ୍ବରେ ରହିଥିଲେ। ଅଧିକ ପଢନ୍ତୁ...

author img

By

Published : Nov 18, 2020, 6:37 PM IST

ଆରପାରିରେ ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନା

ନୂଆଦିଲ୍ଲୀ: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କ 78 ବର୍ଷ ବୟସରେ ପରଲୋକ ହୋଇଛି। 2014 ମସିହା ଅଗଷ୍ଟ ମାସରୁ 2019 ମସିହା ଅକ୍ଟୋବର ଯାଏଁ ସେ ଗୋଆର ରାଜ୍ୟପାଳ ଦାୟିତ୍ବ ନେଇଥିଲେ। ମୃଦୁଳା ସିହ୍ନାଙ୍କ ଦେହାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ସମବେଦନା ଜଣାଇଛନ୍ତି।

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକର, ଲକ୍ଷ୍ମୀକାନ୍ତ ପରେଶକରଙ୍କୁ ମୃଦୁଳା ସିହ୍ନା ଶପଥ ପାଠ କରାଇଥିଲେ। ଏହାସହ ବର୍ତ୍ତମାନ ଗୋଆର ମୁଖ୍ୟମନ୍ତ୍ରୀ ଥିବା ପ୍ରମୋଦ ସାୱନ୍ତଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ ମୃଦୁଳା ସିହ୍ନା। ଗୋଆର ପ୍ରଥମ ମହିଲା ରାଜ୍ୟପାଳ ଥିଲେ ମୃଦୁଳା ସିହ୍ନା। 27 ନଭେମ୍ବର 1942ରେ ଜନ୍ମ ଗ୍ରହଣ କରିଥିବା ମୃଦୁଳା ଜଣେ ଭଲ ରାଜନୀତିଜ୍ଞ ସହ ଜଣେ ଭଲ ସାହିତ୍ୟିକ ମଧ୍ୟ ଥିଲେ। ଜଣେ ସୁସାହିତ୍ୟିକ ଭାବରେ ସେ ବେଶ ଖ୍ୟାତି ଲାଭ କରିଥିଲେ। ସେ 42ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ବିଜୟରାଜେ ସିନ୍ଧିଆଙ୍କୁ ନେଇ ତାଙ୍କ ଲିଖିତ ପୁସ୍ତକ "ଏକ ଥି ରାନୀ ଏସି ଭି"କୁ ଏକ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି।

ମୃଦୁଳାଙ୍କ ସ୍ବାମୀ ଡକ୍ଟର ରାମକୃପାଳ ସିହ୍ନା ବିହାରର କ୍ୟାବିନେଟ ମନ୍ତ୍ରୀ ଓ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଅଟଳ ବହାରୀ ବାଜପେୟୀଙ୍କ ସରକାର ସମୟରେ ମୃଦୁଳା ସିହ୍ନା କେନ୍ଦ୍ରିୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରହିଥିଲେ। ଏହାପରେ ତାଙ୍କୁ ଗୋଆ ରାଜ୍ୟପାଳ ଦାୟିତ୍ବ ଦିଆଯାଇଥିଲା। ବିଜେପିରେ ସେ ଜଣେ ସକ୍ରିୟ ରାଜନୀତିଜ୍ଞ ରହିଥିଲେ।

ମୃଦୁଳା ସିହ୍ନାଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, " ମୃଦୁଳା ସିହ୍ନା ସର୍ବଦ ଜନସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କର ଏଭଳି ଅବଦାନ ଯୋଗୁଁ ସବୁବେଳେ ସେ ମନେ ପଡ଼ିବେ। ଏହାସହ ଦେଶର ସଂସ୍କୃତି ଓ ସାହିତ୍ୟରେ ସେ ଅମୂଲ୍ୟ ଯୋଗଦାନ କରିଛନ୍ତି। ତାଙ୍କ ଦେହାନ୍ତରେ ଦେଶର ଏକ ଅପୁରଣୀୟ କ୍ଷତି ହୋଇଛି। ଏଭଳି ସମୟରେ ତାଙ୍କ ପରିବାର ବର୍ଗକୁ ମୁଁ ସମବେଦନା ଜଣାଉଛି।"

ମୃଦୁଳା ସିହ୍ନାଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, "ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖ ଅନୁଭବ କରୁଛି। ସେ ତାଙ୍କ ଜୀବନ ରାଷ୍ଟ୍ର ଓ ସମାଜର ହୀତ ସାଧନରେ ଲଗାଇ ଦେଇଥିଲେ। ଜଣେ ନିପୁଣ ଲେଖିକା ଭାବରେ ସେ ବେଶ ପ୍ରସିଦ୍ଧି ଲାଭ କରିଥିଲେ। ଏଭଳି ଦୁଃଖ ସମୟରେ ମୁଁ ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଉଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.