ETV Bharat / bharat

ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ - କରୋନା ଭାଇରସ୍ ନ୍ୟୁଜ

14 ଦିନ ପାଇଁ କ୍ବାରେଣ୍ଟାନରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ସାଉଦ ଆରବରୁ ଫେରିବା ପରେ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
author img

By

Published : Mar 18, 2020, 12:16 PM IST

ନୂଆଦିଲ୍ଲୀ: ଆଇସୋଲେସନରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ସାଉଦି ଆରବରୁ ଫେରିବା ପରେ ହୋମ୍‌ ଆଇସୋଲେସନରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

କୋରୋନା ଯାଞ୍ଚ ସମୟରେ ରିପୋର୍ଟ ନେଗେଟିଭ ଆସିଛି । ତଥାପି ପ୍ରତିଷେଧକ ଭାବେ ସେ ସ୍ବଇଚ୍ଛାରେ କ୍ବାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସୁରେଶ ପ୍ରଭୁ । ମାର୍ଚ୍ଚ 10ରେ ସେ ସାଉଦି ଆରବରେ ଅନୁଷ୍ଠିତ ଦ୍ବିତୀୟ ସେପାର୍ସ ବୈଠକରେ ଯୋଗ ଦେଇଥିଲେ । ବର୍ତ୍ତମାନ ସାଉଦି ଆରବରେ କୋରୋନା ସଂକ୍ରମିତ ମାମାଲା 171ରେ ପହଞ୍ଚିଛି ।

ଏହା ସହ ସେ ଉପରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି, ଆଇସୋଲେସନ ସମୟ ନ ସରିବା ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ଉପସ୍ଥିତ ରହିବେ ନାହିଁ । ସଂସଦର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୌଜନ୍ୟ:@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.