ପାଟନା: ଦିଂବଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଭାରତରତ୍ନ ଦାବି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହାମ ପାର୍ଟି ମୁଖ୍ୟ ଜିତନରାମ ମାଞ୍ଝୀ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ।
ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖିଛନ୍ତି । ଏହା ସହ ଦିଲ୍ଲୀ ସ୍ଥିତ ରାମବିଳାସ ପାଶୱାନଙ୍କ ବାସଭବନକୁ ପାଶୱାନ ସ୍ମାରକ ଘୋଷଣା କରିବା ପାଇଁ ଦାବି କରିଛନ୍ତି । ରାମବିଳାସ ଦେଶର ଜଣେ ଜନପ୍ରିୟ ଜନନେତା ଥିଲେ । ସାରା ଦେଶରେ ତାଙ୍କର ସମର୍ଥକ ରହିଛନ୍ତି । ତେଣୁ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଉ ବୋଲି ଜିତନରାମ ମାଞ୍ଝୀ କହିଛନ୍ତି ।
ଗତ ଶୁକ୍ରବାର ଦିଲ୍ଲୀର ଏକ ଘରୋଇ ହସପିଟଲାରେ ତାଙ୍କର ପରଲୋକ ହୋଇଥିଲା । ବିହାର ତଥା ସାରା ଦେଶରେ ରାଜନୈତିକ କ୍ଷେତ୍ରରେ ସ୍ବତନ୍ତ୍ର ଛାପ ଛାଡିଯାଇଥିବା ପାଶୱାନ ଦୀର୍ଘ 51 ବର୍ଷ ରାଜନୈତିକ କ୍ଷେତ୍ରରେ ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ସେ ଦେଶର ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ