ETV Bharat / bharat

‘ଆଫଗାନିସ୍ତାନ ଶାନ୍ତି ପକ୍ରିୟାରେ ପାକିସ୍ତାନର ବଡ ଭୂମିକା’

ଗତ ରବିବାର ଅନୁଷ୍ଠିତ ହୋଇଥିବା ଶାନ୍ତି ସମ୍ମିଳନୀରେ ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦୀନ୍ ହିକମତୟାର ଯୋଗ ଦେଇ କହିଥିଲେ, ଆଫଗାନିସ୍ତାନ ଶାନ୍ତି ପକ୍ରିୟାରେ ପାକିସ୍ତାନର ବଡ ଭୂମିକା ରହିଛି ।

author img

By

Published : Jun 24, 2019, 4:14 PM IST

ଫାଇଲ ଫଟୋ

ଇସଲାମବାଦ: ଆଫଗାନିସ୍ତାନ ଶାନ୍ତି ପକ୍ରିୟାରେ ପାକିସ୍ତାନର ବଡ ଭୂମିକା ରହିଛି । ଗତ ରବିବାର ଏକ ଶାନ୍ତି ସମ୍ମିଳନୀରେ ଯୋଗ ଦେଇ ଏପରି ମନ୍ତବ୍ୟ ରଖିଛନ୍ତି ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦୀନ୍ ହିକମତୟାର ।

ସୂଚନା ଅନୁଯାୟୀ, ଗତ ଶନିବାର ହିକମତୟାର ପାକିସ୍ତାନର ଏକ ଶାନ୍ତି ସମ୍ମିଳନୀରେ ଯୋଗ ଦେବାପାଇଁ ଆସିଥିଲେ । ସେଠାରେ ପାକିସ୍ତାନ ବୈଦଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ତାଙ୍କର ସ୍ବାଗତ କରିଥିଲେ ।

ତେବେ ଗତ ରବିବାର ଅନୁଷ୍ଠିତ ହୋଇଥିବା ଶାନ୍ତି ସମ୍ମିଳନୀରେ ଗୁଲବୁଦ୍ଦୀନ୍ ହିକମତୟାର ଯୋଗ ଦେଇ କହିଥିଲେ, ‘‘ ଆମେ ସେଭଳି ପ୍ରତିଟି ଦେଶକୁ ସ୍ବାଗତ କରୁଛୁ, ଯେଉଁମାନେ ଆଫଗାନସ୍ତାନରେ ଶାନ୍ତି ପାଇଁ ଚେଷ୍ଟା କରିଛନ୍ତି । ଏଥିସହ ସେ କହିଥିଲେ ଯୁଦ୍ଧ ସବୁବେଳେ ଶାନ୍ତିର ସହ ସମାପ୍ତ କରାଯାଏ । ଏବେ ଆମ ଦେଶ ଶାନ୍ତିର ସହ ଯୁଦ୍ଧ ସମାପ୍ତ କରିବ ।

ଏହାଛଡା ସେ କହିଥିଲେ, ପାକିସ୍ତାନ ଏକ ମହତ୍ତ୍ବପୂର୍ଣ୍ଣ ଦେଶ ଅଟେ ଏବଂ ଇସଲାମବାଦ ଆଫଗାନସ୍ତାନରେ ଶାନ୍ତି ଆଣିବାରେ ମୁଖ୍ୟ ଭୂମିକା ବହନ କରୁଛି । ମୁଁ ପାକିସ୍ତାନର ସଚ୍ଚୋଟତାକୁ ପ୍ରଶଂସା କରୁଛି ଏବଂ ମୋର ବିଶ୍ବାସ ଅଛି ପାକିସ୍ତାନ ନିଜର ସହଯୋଗ ବଜାୟ ରଖିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.