ETV Bharat / bharat

ସୀମା ବିବାଦର ସମାଧାନ ପାଇଁ ଭାରତ-ଚୀନ ସହମତ

author img

By

Published : Aug 20, 2020, 7:46 PM IST

ଭାରତ ଏବଂ ଚୀନ ମଧ୍ୟରେ ବିଚାରାଧୀନ ଭାବରେ ଥିବା ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପ୍ରସ୍ତୁତ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୀମା ବିବାଦର ସମାଧାନ ପାଇଁ ଭାରତ-ଚୀନ ସହମତ
ସୀମା ବିବାଦର ସମାଧାନ ପାଇଁ ଭାରତ-ଚୀନ ସହମତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖରେ ବିବାଦ ଜାରି ରହିଛି। ଯାହାର ସମାଧାନ ପାଇଁ ୱାର୍କିଂ ମେକାନିଜିମ୍ ଫର କନ୍ସଲଟେସନ୍ ଆଣ୍ଡ କୋଡିନେସନ୍ (ଡବ୍ଲୁଏମ୍‌ସିସି)ର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି । ତେବେ ଭାରତ ଏବଂ ଚୀନ ମଧ୍ୟରେ ବିଚାରାଧୀନ ଭାବରେ ଥିବା ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପ୍ରସ୍ତୁତ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା କୂଟନୈତିକ ଆଲୋଚନା ଉପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଗଠିତ ୱାର୍କିଂ ମେକାନିଜିମ୍ ଫର କନ୍ସଲଟେସନ୍ ଆଣ୍ଡ କୋଡିନେସନ୍‌ର 18ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୀମା ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ସ୍ପଷ୍ଟ ଏବଂ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସେମାନେ ସୀମାରେ ବିବାଦୀୟ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଜାରି ରଖିବେ ବୋଲି ଉଭୟ ପକ୍ଷ ପୁନର୍ବାର ଦୋହରାଇଛନ୍ତି। ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଅନୁଯାୟୀ ଉଭୟ ଦେଶ ଶୀଘ୍ର ଏହାର ସମାଧାନ କରିବାକୁ ରାଜି ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଶ୍ରୀବାସ୍ତବ ଆହୁରି କହିଛନ୍ତି ଯେ, ଦ୍ବିପାକ୍ଷିକ ସମ୍ପର୍କର ସାମଗ୍ରିକ ବିକାଶ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଅତ୍ୟନ୍ତ ଜରୁରୀ ଅଟେ। ଡବ୍ଲୁଏମ୍‌ସିସି ବୈଠକ ସମେତ ବର୍ତ୍ତମାନ ଚାଲିଥିବା ଅଂଶୀଦାର କାର୍ଯ୍ୟକଳାପ ଜାରି ରଖିବାକୁ ଦୁଇ ଦେଶ ସହମତ ହୋଇଥିଲେ ବୋଲି ଶ୍ରୀବାସ୍ତବ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟ ଭାରତ ଏବଂ ନେପାଳ ମଧ୍ୟରେ ଚାଲିଥିବା ଆଞ୍ଚଳିକ ବିବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛି। 17 ଅଗଷ୍ଟରେ ଭାରତ ଏବଂ ନେପାଳ ମଧ୍ୟରେ ହୋଇଥିବା ବୈଠକ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ବୈଠକ ଆମର ନିୟମିତ ପରାମର୍ଶର ଏକ ଅଂଶ ଅଟେ। ଏଥିରେ ସମସ୍ତ ଦ୍ବିପାକ୍ଷିକ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.