ETV Bharat / bharat

କୈଳାସ ମାନସରୋବର ଯାତ୍ରୀଙ୍କୁ ସୁବିଧା ଯୋଗାଇବ ଚୀନ - ମନସରୋବର ଯାତ୍ରା

କୈଳାସ ମାନସରୋବର ଯାତ୍ରୀଙ୍କ ସୁବିଧାର ବିସ୍ତାର ପାଇଁ ଚୀନ ପ୍ରସ୍ତାବ ଦେଇଛି । ଯାହାକୁ ଭାରତ ସ୍ବାଗତ କରୁଛି । ଏହା ଦୁଇ ପଡୋଶୀ ଦେଶର ସମ୍ବନ୍ଧକୁ ମଜବୁତ କରିବ ।

ଫାଇଲ ଫଟୋ
author img

By

Published : Aug 12, 2019, 11:36 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଚୀନ ନେତାଙ୍କ ସହ ସାକ୍ଷାତ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜି ଠାରୁ ତିନି ଦିନ ପାଇଁ ଚୀନ୍‌ ଗସ୍ତରେ ଯାଇଥିବା ଏସ ଜୟଶଙ୍କର ବେଜିଂରେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ତେବେ ଏହି ବୈଠକରେ କୌଳାସ ମାନସରୋବର ଯାତ୍ରାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉଭୟ ଦେଶ ।

ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତକାର ପରେ ଏସ ଜୟଶଙ୍କର କହିଛନ୍ତି, କୈଳାଶ ମାନସରୋବର ଯାତ୍ରୀଙ୍କ ସୁବିଧାର ବିସ୍ତାର ପାଇଁ ଚୀନ ପ୍ରସ୍ତାବ ଦେଇଛି । ଯାହାକୁ ଭାରତ ସ୍ବାଗତ କରୁଛି । ଏହା ଦୁଇ ପଡୋଶୀ ଦେଶର ସମ୍ବନ୍ଧକୁ ମଜବୁତ କରିବ । ଏହି ଦ୍ବିପାକ୍ଷିକ ଆଲୋଚନାରେ ନିଆ ଯାଇଥିବା ନିଷ୍ପତ୍ତି ଉଭୟ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି ସେ କହିଛନ୍ତି ।

ଚୀନ ସହ ସମ୍ପର୍କ ମଜବୁତ କରିବା ପାଇଁ 100 ଟି କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମଧ୍ୟ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ହୋଇଛି । ଆଜି ସନ୍ଧ୍ୟାରେ ସଂଯୁକ୍ତ ରୂପରେ ଏକ ଫିଲ୍ମ ସପ୍ତାହର ଉଦ୍‌ଘାଟନ କରି ଏହାର ଶୁଭାରମ୍ଭ କରାଯିବ ବୋଲି ଜୟଶଙ୍କର କହିଛନ୍ତି । ତେବେ ବର୍ତ୍ତମାନ କେବଳ 4 ଟି ଏମଓୟୁ ସ୍ବାକ୍ଷର ହୋଇଥିବା ସେ କହିଛନ୍ତି ।

ଉଭୟ ଦେଶ କୂଟନୈତିକ, ଖେଳ, ସାଂସ୍କୃତିକ ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଉଭୟକୁ ସାହାଯ୍ୟ କରିବାକୁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.