ଥିରୁଅନନ୍ତପୁରମ: କୋଭିଡ କାରଣରୁ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । କୋରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ନେଇ ଜାରି ହୋଇଥିବା ଲକଡାଉନ କାରଣରୁ ଅନେକ କ୍ଷତି ସହିଛନ୍ତି ବ୍ୟବସାୟୀ । ଲକଡାଉନ ହେତୁ ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ସଂସ୍ଥାନ ବନ୍ଦ ରହିଥିବାବେଳେ, ବର୍ତ୍ତମାନ ଧିରେ ଧିରେ ଦୋକାନ ବଜାର ମାନ ଖୋଲୁଛି।
ଏହି ସମୟରେ ପର୍ବ ପର୍ବାଣୀ ଓ ମହୋତ୍ସବ ମାନ ସବୁ ଫିକା ପଡିଛି । ଯାହାକୁ ନେଇ ଫୁଲ ବ୍ୟବସାୟୀ ମାନେ ବହୁ ଆର୍ଥିକ ସଙ୍କଟ ଭୋଗୁଛନ୍ତି । ତେବେ 22 ଅଗଷ୍ଟରୁ ଆରମ୍ଭ ହୋଇଥିବା ଓନାମ ପର୍ବରେ ଫୁଲର କମ ବିକ୍ରି ହେତୁ, ଫୁଲ ବ୍ୟବସାାୟୀ ମାନେ କ୍ଷତି ସହୁଛନ୍ତି।

ଏହି ପ୍ରରିପେକ୍ଷିରେ ଜଣେ ଦୋକାନୀ କହିଛନ୍ତି ଯେ, "'ଓନାମ ଉତ୍ସବ ସମୟରେ ଆମେ ପ୍ରତିବର୍ଷ ଦିନକୁ 12,000 ଟଙ୍କାରୁ ଅଧିକ ଫୁଲ ବିକ୍ରି କରିଥାଉ । କିନ୍ତୁ ଚଳିତ ବର୍ଷ ଦୈନିକ 300 ଟଙ୍କା ମଧ୍ୟ ହେଉନାହିଁ। ଯେଉଁଥିପାଇଁ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି । କାରଣ ଆମେ ଭାବିଥିଲୁ ଦୀର୍ଘ ଦିନ ଧରି ଦୋକାନ ବନ୍ଦ ରହିଥିଲା ହେଲେ ଏହି ପର୍ବରେ କିଛି ଫୁଲ ବିକି ଦି ପଇସା ରୋଜଗାର କରିବୁ ହେଲେ ଏହା କିନ୍ତୁ ଏବେ ସମ୍ପୂର୍ଣ୍ଣ ମାନ୍ଦା ପଡିଛି"।