ନୂଆଦିଲ୍ଲୀ: କୋରୋନା କାଳରେ ଭାରତ ସମୋପଚିତ ପଦକ୍ଷେପ ମାନ ନେଉଛି । ଫଳରେ ଦେଶରେ କେତେକାଂଶରେ କୋରୋନା ନିୟନ୍ତ୍ରଣାଧିନ ରହିଛି । ଏପରିସ୍ଥଳେ ସଫଳତା ସ୍ବରୁପ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ପୁଣେ COVID-19 ର ଆଣ୍ଟିବଡି ଡିଟେକ୍ସନ ପାଇଁ ପ୍ରଥମ ସ୍ବଦେଶୀ ଆଣ୍ଟି- SARS-COV-2 ହ୍ୟୁମାନ ଟେଷ୍ଟିଂ ସଫଳତାର ସହିତ ବିକଶିତ କରିଛି |
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି କୋଭିଡ-19 ପାଇଁ ଆଣ୍ଟିବଡି ଚିହ୍ନଟ ପାଇଁ ସ୍ବଦେଶୀ IgG ELISA ପରୀକ୍ଷା “କୋଭିଡ କବଚ ଏଲିସା” ବିକଶିତ କରିଛି । ଏହି କିଟ୍ 2.5 ଘଣ୍ଟାର ସିଙ୍ଗଲ ରନରରେ 90 ଟି ନମୁନାକୁ ଏକାଠି ପରୀକ୍ଷା କରିପାରିବ, ଯାହା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସୁବିଧା ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ।. ହର୍ଷବର୍ଦ୍ଧନ ଟ୍ବିଟରରେ କହିଛନ୍ତି ଯେ SARSCoV2 ସଂକ୍ରମଣରେ ଆକ୍ରାନ୍ତ ଜନସଂଖ୍ୟାର ଅନୁପାତ ଉପରେ ନଜର ରଖିବାରେ ଏହି କିଟ୍ ପରୀକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।