ETV Bharat / bharat

ଦେଶରେ କେଉଁଠି ରହିଛି ବାବରଙ୍କ ନିର୍ମିତ ପ୍ରଥମ ବାବ୍ରୀ ମସଜିଦ, ଜାଣନ୍ତୁ...

author img

By

Published : Nov 10, 2019, 7:23 PM IST

1526ରେ ଇବ୍ରାହିମ ଲୋଧିରେ ଯୁଦ୍ଧ ଜିତିବା ପରେ ବାବର ଖୁସି ହୋଇ ଏକ ମସଜିଦ ନିର୍ମାଣ କରିଥିଲେ । ଯାହା ବାବ୍ରୀ ମସଜିଦ ନାମରେ ପାନିପତର କୁଟାନୀ ମାର୍ଗରେ ରହିଛି । ଯାହା ଦେଖାଶୁଣା ଅଭାବରୁ ଏବେ ସତ୍ତା ହରାଇବାକୁ ବସିଲାଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ: ଦୀର୍ଘ ଦଶନ୍ଧି ଧରି ବିବାଦ ଚାଲିଆସୁଥିବା ବାବ୍ରି ମସଜିଦର ଶୁଣାଣି ହୋଇସାରିଛି । କିନ୍ତୁ ଆମେ ଏବେ ଯେଉଁ ବାବ୍ରୀ ମସଜିଦ କଥା କହିବାକୁ ଯାଉଛୁ ତାହା ଅଯୋଧ୍ୟାର ନୁହେଁ । ଏହି ମସଜିଦ ରହିଛି ହରିୟାଣାର ପାନିପତରେ । ଆଉ ଏହାକୁ ବାବର ଦେଶରେ ସବୁଠୁ ପ୍ରଥମେ ନିର୍ମାଣ କରିଥିଲେ ।

ସୂଚନାନୂସାରେ, 1526ରେ ଇବ୍ରାହିମ ଲୋଧିରେ ଯୁଦ୍ଧ ଜିତିବା ପରେ ବାବର ଖୁସି ହୋଇ ଏକ ମସଜିଦ ନିର୍ମାଣ କରିଥିଲେ । ଯାହା ପାନିପତର କୁଟାନୀ ମାର୍ଗରେ ରହିଛି । ଏହାକୁ ପାନିପତରେ ଅନେକ ନାମରେ ଜଣାଯାଇଥାଏ । କିଏ ଏହାକୁ କାବୁଲି ବାଗ ମସଜିଦ କହୁଥିବାବେଳେ ଆଉ କେତେଜଣ ବାବ୍ରୀ ମସଜିଦ ଓ ଆଉ କିଛି ଗୁମ୍ବଦ ବୋଲି କହିଥାନ୍ତି । ତେବେ ବାବର ସର୍ବ ପ୍ରଥମେ ଏହି ମସଜିଦ ନିର୍ମାଣ କରିଥିବା ଇତିହାସରେ ଲିପିବଦ୍ଧ ହୋଇଛି ।

ବାବରଙ୍କ ନିର୍ମିତ ପ୍ରଥମ ବାବ୍ରି ମସଜିଦ

ପାନିପତ ମସଜିଦର 2 ବର୍ଷ ପରେ ସୁଲତାନ ବାବର 1527ରେ ଅଯୋଧ୍ୟାରେ ମସଜିଦ ନିର୍ମାଣ କରିଥିଲେ । ଯାହାକୁ 1992ରେ ଭଙ୍ଗାଯାଇଥିଲା । ଏହି ପରିପ୍ରେକ୍ଷିରେ ଇଟିଭି ଭାରତ ଟିମ ପାନିପତ ସ୍ଥିତ ବାବ୍ରି ମସଜିଦକୁ ଯାଇଥିଲା । ଅତି ସୁନ୍ଦର ଡିଜାଇନରେ ପ୍ରସ୍ତୁତ ହୋଇଥିବା ଏହି ମସଜିଦର ପ୍ରବେଶ ଦ୍ବାର ଉତ୍ତର ଦିଗରେ ରହିଛି । ଲାଲ ରଙ୍ଗ ଓ ଇଟାରେ ପ୍ରସ୍ତୁତ ଏହାର ମୁଖ୍ୟ ଦ୍ବାର ସମ୍ମୁଖରେ ଏକ ବଡ କବାଟ ରହିଛି । ଏଥିରେ ଗୋଲାକାର ସଦୃଶର ଏକ ଫଳକ ରହିଛି । ଭବନର ପଶ୍ଚିମ ଦିଗରେ ଉପଭବନ ରହିଛି । ପ୍ରତ୍ୟେକ ଉପଭବନରେ 9ଟି ଲାଇଟ ରହିବା ସହ ଗୁପ୍ତ ଦ୍ବାର ରହିଛି ।

ପ୍ରାୟ 3 ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହୋଇଥିବା ଏହି ମସଜିଦ ଭିତରେ ଏକ ସୁନ୍ଦର ପାର୍କ ରହିଛି । ଏହାର କାରୁକାର୍ଯ୍ୟ ଓ ଶୈଳୀ ଅତିବ ମନୋଲଭା ଅଟେ । କିନ୍ତୁ ଦେଖାଶୁଣା ଅଭାବରୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ମସଜିଦର ଅନେକ କାନ୍ଥ ଓ ଦ୍ବାର ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ମସଜିଦର ମୁଖ୍ୟଦ୍ବାରରେ ଏବେ ତାଲା ଲଗାହୋଇଥିବା ଦେଖିବାକୁ ମିଳୁଛି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.