ETV Bharat / bharat

ଆନ୍ଧ୍ରପ୍ରଦେଶ ବିଶାଖା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ - ବିଶାଖା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ବିଶାଖା ଇସ୍ପାତ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଆଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି । ଅଧିକ ପଢନ୍ତୁ...

Fire broke out at Visakha Steel Plant in Andhra Pradesh
ଆନ୍ଧ୍ରପ୍ରଦେଶ ବିଶାଖା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ
author img

By

Published : Nov 5, 2020, 5:51 PM IST

ଅମରାବତୀ: ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖା ଷ୍ଟିଲ ପ୍ଲାଣ୍ଟ-2 ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଇସ୍ପାତ କାରଖାନା ନିଗମ ଯୋଗାଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶ ବିଶାଖା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ

ମିଳିଥିବା ସୂଚନା ମୁତାବକ, ବିଶାଖା ଇସ୍ପାତ କାରଖାନାର ପାୱର ପ୍ଲାଣ୍ଟ-2ରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଟର୍ବାଇନରୁ ତେଲ ଲିକ୍‌ କରିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ 1.2 ମେଗା ୱାଟର ବିଦ୍ୟୁତ ମୋଟର ନଷ୍ଟ ହୋଇଯାଇଛି ।

ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ କର୍ମଚାରୀମାନେ ଲାଗି ପଡିଥିଲେ ଏବଂ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ବୋଲି ଇସ୍ପାତ କାରଖାନାର କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.