ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଶାସ୍ତ୍ରୀ ଭବନରେ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ କୈଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ତେବେ ସର୍ଟସର୍କିଟ ଯୋଗିଁ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ନିଆଁ ଲିଭା କାର୍ଯ୍ୟରେ 6ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତକୁ ଆଣିଥିଲେ ଅଗ୍ନିଶମ କର୍ମଚାରୀ । ଏକ ସପ୍ତାହ ମଧ୍ୟରେ ଶାସ୍ତ୍ରୀ ଭବନରେ ଏହା ଦ୍ବୀତିୟ ଅଗ୍ନିକାଣ୍ଡ ଘଟଣା ।
ସୌଜନ୍ୟ @ IANS