ETV Bharat / bharat

ଉତ୍ତରପ୍ରଦେଶ ସାହାରନପୁର ବାଣ କାରଖାନାରେ ଅଗ୍ନିକାଣ୍ଡ, 6ରୁ ଊର୍ଦ୍ଧ୍ବ ଆହତ - ୟୁପିର ସାହାରନପୁର ଜିଲ୍ଲା ବାଣ କାରଖାନାରେ ଅଗ୍ନିକାଣ୍ଡ

ୟୁପିର ସାହାରନପୁର ଜିଲ୍ଲା ବିହାରୀଗଡ ଥାନା ନିକଟସ୍ଥ ସାତପୁରା ଗ୍ରାମରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ଅକସ୍ମାକ୍‌ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କାରଖାନାର କାର୍ଯ୍ୟରତ କିଛି କର୍ମଚାରୀ ଆହତ ହୋଇଥିବା ବେଳେ ଆଉ କିଛି କର୍ମଚାରୀ କାରଖାନାରେ ଫସି ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Fire breaks out at cracker factory in UP's Saharanpur
ଉତ୍ତରପ୍ରଦେଶ ସାହାରନପୁରରେ ଥିବା ବାଣ କାରଖାନାରେ ଅଗ୍ନିକାଣ୍ଡ
author img

By

Published : Oct 30, 2020, 2:02 PM IST

ଲକ୍ଷ୍ନୌ: ଶୁକ୍ରବାର ଉତ୍ତରପ୍ରଦେଶ ସାହାରନପୁର ନିକଟସ୍ଥ ଥାନା ବିହାରୀଗଡର ସାତପୁରା ଗ୍ରାମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ କାରଖାନାର ପ୍ରାୟ 6ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି ଏବଂ ବାଣ ଫୁଟି ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶ ସାହାରନପୁରରେ ଥିବା ବାଣ କାରଖାନାରେ ଅଗ୍ନିକାଣ୍ଡ

ବିହାରୀଗଡ ଥାନା ନିକଟସ୍ଥ ସାତପୁରା ଗ୍ରାମରେ ଥିବା ବାଣ କାରଖାନାରେ ଶୁକ୍ରବାର ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ କାରଖାନାରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ କାରଖାନାରେ କାର୍ଯ୍ୟ କରୁଥିବା ଆଉ କିଛି କର୍ମଚାରୀ ଏବେ ମଧ୍ୟ କାରଖାନା ମଧ୍ୟରେ ଫସି ରହିଛନ୍ତି ।

ଘଟଣା ସଂପର୍କରେ ଖବର ପାଇ ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଦଳ ଫସି ରହିଥିବା କର୍ମଚାରୀମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରୁଥିବା ବେଳେ ଆହତମାନଙ୍କୁ ସାହାରନପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଉକ୍ତ ବାଣ କାରଖାନାରେ କିପରି ଅଗ୍ନିକାଣ୍ଡ ଘଟିଲା ଏ ସଂପର୍କରେ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.