ଭୋପାଳ: ଦଶହରା ପୂଜାରେ ଦାଦାଗିରି । ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ଗୁଳି ଚଳାଇ ଏବେ ଅଡୁଆରେ ପଡିଛନ୍ତି । ଶସ୍ତ୍ରପୂଜା ସମୟରେ ହୋଇଛି ଏହି ଗୁଳିକାଣ୍ଡ । ମଧ୍ୟପ୍ରଦେଶ ଗ୍ବାଲିଅର ନଦୀଗେଟ ସ୍ଥିତ ଏକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହୋଇଥିଲା ଶସ୍ତ୍ରପୂଜା ।
ଏଥିରେ ସାମିଲ ହୋଇଥିଲେ ଭିଏଚପି ଏବଂ ବଜରଙ୍ଗ ଦଳ କର୍ମୀ । ସେହି ସମୟରେ ଫାୟାରିଂ ଆରମ୍ଭ କରିଥିଲେ ଉଭୟ ଦଳ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସକର୍ମୀ ମଧ୍ୟ ଗୁଳି ନ ଚଳାଇବାକୁ ବିରୋଧ କରିଥିଲେ । ହେଲେ କାହା କଥାକୁ ଖାତିର ନକରି ଗୁଳିଚଳାନା ଜାରି ରଖିଥିଲେ ଉଭୟ କର୍ମୀ ।
ତେବେ କିଛି ଲୋକେ ପୂରା ଘଟଣାର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ବର୍ତ୍ତମାନ ଘଟଣା ଥାନା ପର୍ଯ୍ୟନ୍ତ ପହଞ୍ଚିବା ପରେ ଅଡୁଆରେ 150 କର୍ମୀ । ସମସ୍ତଙ୍କ ନାମରେ ଥାନାରେ ହୋଇଛି ଅଭିଯୋଗ ।