ହାଇଦ୍ରାବାଦ: ଅନେକ ଦିନର ବ୍ୟବଧାନ ପରେ ତେଲେଙ୍ଗାନାରେ ଫିଲ୍ମ ସୁଟିଂ ନେଇ ମିଳିଛି ଅନୁମତି । ତେଲେଙ୍ଗାନା ସରକାର ସୋମବାର ଏନେଇ ଅନୁମତି ଦେଇଛନ୍ତି । କୋରୋନା ଲକ ଡାଉନ ଯୋଗୁଁ ପ୍ରାୟ ଦୁଇ ମାସ ହେବ ସୁଟିଂ ବନ୍ଦ ରହିଥିଲା ।
ମୁଖ୍ୟମନ୍ତ୍ରୀ କେସିଆର ବୈଠକ ପରେ ଫିଲ୍ମ ସୁଟିଂ ଆରମ୍ଭ ନେଇ ଅନୁମତି ପ୍ରଦାନ କରିଛନ୍ତି । କାରଣ ଏତେ ଦିନ ହେବ ସୁଟିଂ ଏବଂ ପୋଷ୍ଟ ପ୍ରଡକ୍ସନ ବନ୍ଦ ରହିଥିଲା । ସୋମବାର ଠାରୁ ଏହାର ଆରମ୍ଭ କରିପାରିବେ ପ୍ରଯୋଜକ । ପୂର୍ବରୁ ତାମିଲନାଡୁ ଏବଂ ମୁମ୍ବାଇରେ ସୁଟିଂ ନେଇ ଅନୁମତି ମିଳିସାରିଛି ।
ପୂର୍ବରୁ ରାଜ୍ୟରେ କୋରୋନା ବିସ୍ତାରର ସ୍ଥିତିକୁ ଲକ୍ଷ୍ୟ କରି ଅନୁମତି ଦିଆଯାଉନଥିଲା । ବର୍ତ୍ତମାନ ବୈଠକରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଗ୍ରୀନସିଗନାଲ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ