ETV Bharat / bharat

ଗାଜିଆବାଦ କବାଡି ଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ୟୁପି ଗାଜିଆବାଦ ସ୍ଥିତ 80 ଫୁଟା ଜନଗହଳିପୂର୍ଣ୍ଣ ରୋଡରେ ଥିବା କବାଡି ଖାନାରେ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର କବାଡିଆ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଗାଜିଆବାଦ ଶାଲିମାର ଗାର୍ଡେନ ସ୍ଥିତ କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

author img

By

Published : Oct 17, 2020, 11:10 AM IST

ଲକ୍ଷ୍ନୌ: ଗାଜିଆବାଦର ଶାଲିମର ଗାର୍ଡେନ ଅଞ୍ଚଳରେ ଥିବା କବାଡି ଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଧୂଆଁ ବ୍ୟାପିବାରେ ଲାଗିଛି । ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ନିଆଁ କିପରି ଲାଗିଲା ଏହାର କାରଣ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡ ପୂର୍ବରୁ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ କିଛି ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଏହାପରେ ସମଗ୍ର ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଏଠାରେ ବିପୁଳ ପରିମାଣର କବାଡିଆ ସାମଗ୍ରୀ ପୋଡି ଯାଇଛି । ଏହି ଗୋଦାମ 80 ଫୁଟା ରୋଡରେ ଅବସ୍ଥିତ । ଯେଉଁଠାରେ ଅନ୍ୟ କବାଡି ଗୋଦାମ ଗୁଡ଼ିକ ମଧ୍ୟ ଅବସ୍ଥିତ ।

ଜନଗହଳିପୂର୍ଣ୍ଣ ଅଞ୍ଚଳରେ କିପରି ଭାବେ ଏହି ବେଆଇନ ଗୋଦାମ ନିର୍ମାଣ କରାଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ମଧ୍ୟ କରାଯିବାର ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.