ETV Bharat / bharat

ସାଧ୍ବୀ ପ୍ରଜ୍ଞାଙ୍କ ପାଇଁ ପ୍ରଚାର କରିବାକୁ ମନା କଲେ ବିଜେପି ନେତା - Pragya Thakur

ଗତବର୍ଷ ନଭେମ୍ବରରେ ହୋଇଥିବା ଏମପି ବିଧାନସଭା ନିର୍ବାଚନରେ ବିଜେପି ଫାତିମା ରସୁଲ ସିଦ୍ଦକୀଙ୍କୁ ଏକମାତ୍ର ମୁସଲିମ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା । ବର୍ତ୍ତମାନ ଫାତିମା ସାଧ୍ବୀଙ୍କ ପାଇଁ ଭୋଟ ମାଗିବାକୁ ମନା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 26, 2019, 9:52 PM IST

ଭୋପାଳ: ସାଧ୍ବୀ ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂଙ୍କୁ ଟକ୍କର ଦେଉଛନ୍ତି । ଅନ୍ୟପକ୍ଷେ ନିଜ ଦଳର ନେତା ତାଙ୍କ ସପକ୍ଷରେ ପ୍ରଚାର କରିବାକୁ ମନା କରିଦେଇଛନ୍ତି । ଗତବର୍ଷ ନଭେମ୍ବରରେ ହୋଇଥିବା ଏମପି ବିଧାନସଭା ନିର୍ବାଚନରେ ବିଜେପି ଫାତିମା ରସୁଲ ସିଦ୍ଦକୀଙ୍କୁ ଏକମାତ୍ର ମୁସଲିମ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା । ବର୍ତ୍ତମାନ ଫାତିମା ସାଧ୍ବୀଙ୍କ ପାଇଁ ଭୋଟ ମାଗିବାକୁ ମନା କରିଛନ୍ତି ।

ମୁସଲମାନ ଓ ମୁମ୍ବାଇ ଆକ୍ରମଣରେ ଶହୀଦ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ସାଧ୍ବୀ ପ୍ରଜ୍ଞା ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ଫାତିମା । ତେଣୁ ସେ ନିର୍ବାଚନୀ ପ୍ରଚାରରେ ସାମିଲ ନ ହେବାକୁ ଘୋଷଣା କରିଛନ୍ତି ।

ଫାତିମା କହିଛନ୍ତି ଯେ ମୁଁ ତାଙ୍କ(ପ୍ରଜ୍ଞା ଠାକୁର) ପାଇଁ ପ୍ରଚାର କରିବି ନାହିଁ । କାରଣ ସେ ଧର୍ମଯୁଦ୍ଧ ଘୋଷଣା କରିବା ପରି ମନ୍ତବ୍ୟ ଦେଇଛନ୍ତି । ଏହାସହ ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ଦ୍ବାରା ଶହୀଦ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମୋତେ ବହୁତ ଆଘାତ ଦେଇଛି । ତାଙ୍କୁ କରକରେଙ୍କ ପରିବାର ଓ ମୁସଲିମଙ୍କ ନିକଟରୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରୁଛି ବୋଲି ଫାତିମା କହିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.