ETV Bharat / bharat

ପାକକୁ ଝଟକା, ଗ୍ରେ ଲିଷ୍ଟରେ ସାମିଲ କଲା ଏଫଏଟିଏଫ ! - ଇସଲାମବାଦ

ପୁଣିଥରେ ପାକିସ୍ତାନକୁ ବଡ ଝଟକା । FATF ବା Financial action task force ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବା ସୂଚନା ରହିଛି ।

ଫାଇଲ ଫଟୋ
author img

By

Published : Oct 16, 2019, 11:52 PM IST

ଇସଲାମବାଦ: ପୁଣିଥରେ ପାକିସ୍ତାନକୁ ବଡ ଝଟକା । FATF ବା Financial action task force ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବା ସୂଚନା ରହିଛି । 2020 ଫେବୃଆରୀ ପର୍ଯ୍ୟନ୍ତ ଏଫଏଟିଏଫ ପାକିସ୍ତାନକୁ ଏହି ଗ୍ରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଏହି ନିଷ୍ପତ୍ତି 18 ଅକ୍ଟୋବରରେ ଔପଚାରିକ ଭାବେ ଘୋଷଣା କରାଯିବ ।

ସୂଚନା ଅନୁସାରେ, ପୂର୍ବରୁ ବହୁବାର ଏଫଏଟିଏଫ ପାକିସ୍ତାନକୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଏହାକୁ ପାଳନ କରାଯାଇ ନଥିବା ଅଭିଯୋଗ ରହିଛି । ଦେଶ ଆତଙ୍କୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂକୁ ଶେଷ କରିବାକୁ ଆହୁରି ଗୁରୁତର ଭାବେ ଚିନ୍ତା କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଥିଲା ମାତ୍ର ତାହା ପାକ ପାଳନ କରିନାହିଁ ।

ମଙ୍ଗଳବାର ପ୍ୟାରିସରେ ହୋଇଥିବା ବୈଠକରେ ପାକିସ୍ତାନ ଆତଙ୍କି ଫଣ୍ଡିଂ ଓ ମନିଲଣ୍ଡ୍ରିଂ ମାମଲାରେ ସମୀକ୍ଷା କରିଥିଲା ଏଫଏଟିଏଫ । ଯାହା ବାଦ ପାକିସ୍ତାନକୁ ନିର୍ଦ୍ଦେଶ ରହିଛି ଯେ, ଯଥା ଶୀଘ୍ର ଆତଙ୍କୀ ଫଣ୍ଡିଂ ଶେଷ କରିବାକୁ ଉଚିତ ପଦକ୍ଷେପ ନେଉ । ତେବେ ଗ୍ରେ ତାଲିକାଭୁକ୍ତ କରିବାକୁ ଘୋଷଣା ହୋଇଥିବା ବେଳେ 2020 ରେ ଶେଷ ବା ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ତେବେ ଏସମସ୍ତ ସମସ୍ତ ଘଟଣାକ୍ରମକୁ ନେଇ ଆସନ୍ତା ଶୁକ୍ରବାର ଦିନ ଔପଚାରିକ ଭାବେ ଘୋଷଣା କରାଯିବ । ମାତ୍ର ଏ ପ୍ରସଙ୍ଗରେ ମୁହଁ ଖୋଲିଛି ପାକ ଅର୍ଥ ମନ୍ତ୍ରାଳୟ । ପ୍ରବକ୍ତା ଓମାର ହମୀଦ ଖାନ କହିଛନ୍ତି ଯେ, ଏହା ମିଥ୍ୟା ଅଭିଯୋଗ । ଅକ୍ଟୋବର 18 ପୂର୍ବରୁ କିଛି ହେବ ନାହିଁ। ଏଫଟିଏଫ ଏ ସମସ୍ତ ନିୟମ ଲାଗୁ କରିବାକୁ ଆହୁରି 4 ମାସ ସମୟ ପାକିସ୍ତାନକୁ ଦେଇଥିବା ସେ କହିଛନ୍ତି ।

Intro:Body:

ପୁଣିଥରେ ପାକିସ୍ତାନକୁ ବଡ ଝଟକା । FATF ବା Financial action task force ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବା ସୂଚନା ରହିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.