ETV Bharat / bharat

ଭାରତରେ କୋରୋନା ମୃତ୍ୟୁହାର 2.82 ପ୍ରତିଶତ, ବିଶ୍ବରେ ସର୍ବନିମ୍ନ

author img

By

Published : Jun 2, 2020, 6:34 PM IST

ବିଶ୍ବସ୍ତରରେ କୋରୋନା ମୃତ୍ୟୁହାର 6.13 ପ୍ରତିଶତ ରହିଛି । ଯେବେକି ଭାରତରେ ଏହା 2.82 ପ୍ରତିଶତ ଅଛି । ଅଧିକ ପଢନ୍ତୁ...

ଭାରତରେ କୋରୋନା ମୃତ୍ୟୁହାର 2.82 ପ୍ରତିଶତ, ବିଶ୍ବରେ ସର୍ବନିମ୍ନ
ଭାରତରେ କୋରୋନା ମୃତ୍ୟୁହାର 2.82 ପ୍ରତିଶତ, ବିଶ୍ବରେ ସର୍ବନିମ୍ନ

ନୂଆଦିଲ୍ଲୀ: ଭାରତରେ କୋଭିଡ-19 ଜନିତ ମୃତ୍ୟୁହାର 2.82 ପ୍ରତିଶତ । ସମଗ୍ର ବିଶ୍ବରେ ଏହା ସର୍ମନିମ୍ନ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଏହି ସୂନା ଦେଇଛନ୍ତି ।

ଭାରତର କୋରୋନା ଜନିତ ମୃତ୍ୟହାର ବିଶ୍ବରେ ସର୍ବନିମ୍ନ । କେବଳ କୋଭିଡ-19 ମାମଲା ଦେଖି ଭାରତକୁ ବିଶ୍ବରେ 9 ନମ୍ବର ସ୍ଥାନ ମିଳିଛି ଯାହା ଗ୍ରହଣୀୟ ନୁହେଁ । କାରଣ ଭାରତର ଜନସଂଖ୍ୟାକୁ ମଧ୍ୟ ହିସାବକୁ ନେବା ଉଚିତ । ଦେଶରେ ମୋଟ 50 ପ୍ରତିଶତ କୋରୋନା ମୃତ୍ୟୁ ପାଇଁ କେବଳ 10 ପ୍ରତିଶତ ବୟସ୍କ ଲୋକ ଦାୟୀ । ଆଉ 73 ପ୍ରତିଶତ ମୃତକଙ୍କ ନିକଟରେ କୋଭିଡ ସହ ଅନ୍ୟାନ୍ୟ ରୋଗର ମଧ୍ୟ ଲକ୍ଷଣ ଥିଲା । ଅର୍ଥାତ କେବଳ କୋରୋନା ମହାମାରୀରେ ବହୁତ କମ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଲଭ ଅଗ୍ରଓ୍ବାଲ କହିଛନ୍ତି ।

ବିଶ୍ବସ୍ତରରେ କୋରୋନା ମୃତ୍ୟୁହାର 6.13 ପ୍ରତିଶତ ରହିଛି । ଯେବେକି ଭାରତରେ ଏହା 2.82 ପ୍ରତିଶତ । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 0.42 ପ୍ରତିଶତ ମୃତ୍ୟୁହାର ରହିଛି । ଯେଉଁଠି ଅନ୍ୟ ଦେଶରେ ଏହା 62 ଓ 82 ଅଛି । ଭାରତ ଭଳି ଜନସଂଖ୍ୟା ଥିବା 14ଟି ଅନ୍ୟ ରାଷ୍ଟ୍ରରେ କୋରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଆମ ଦେଶ ତୁଳନାରେ ବହୁତ ଅଧିକ । ସେଥିପାଇଁ କେବଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ନଦେଖି ଆମ ଜନସଂଖ୍ୟା ହିସାବରେ ମୃତ୍ୟୁସଂଖ୍ୟା ଦେଖିଲେ ଆମେ ଭଲ ସ୍ଥିତିରେ ଅଛୁ ବୋଲି ସେ କହିଛନ୍ତି ।

ଏହାସହ ସୁସ୍ଥତା ହାର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 3708 ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ୍ 95 ହଜାର 527 ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଲେଣି । ଏପ୍ରିଲ 15ରେ ଦେଶର କୋରୋନା ସୁସ୍ଥତା ହାର ଥିଲା 11.42 ଯାହା, ମେ 3ରେ 26.59 ଥିଲା । ମେ 18ରେ ଏହା 38.29 ପହଞ୍ଚିଥିଲା । ଆଜି ଏହି ସୁସ୍ଥତା ହାର 48.07ରେ ପହଞ୍ଚିଛି ବୋଲି ଲଭ୍ ଅଗ୍ରୱାଲ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.