ଚାଷୀ ଆନ୍ଦୋଳନ ମାମଲାରେ ଉତ୍ତରପ୍ରଦେଶର ମୁଜଫରନଗରରେ ଜାରି ରହିଛି ମହା ପଞ୍ଚାୟତ । ଗତ ରାତିରେ ଗାଜିପୁର ସୀମାରେ ହୋଇଥିବା ହାଇଭୋଲଟେଜ ହଙ୍ଗାମା ମଧ୍ୟରେ ଚାଷୀଙ୍କୁ ଏଠାରେ ପହଞ୍ଚିବାକୁ ଅପିଲ କରିଥିଲେ ଚାଷୀନେତା ରାକେଶ ଟିକାୟତ । ଏବେ ଆଗୁକୁ ଆନ୍ଦୋଳନକୁ ନେଇ ମହା ପଞ୍ଚାୟତରେ ନିଷ୍ପତ୍ତି ହୋଇପାରେ ।
ମୁଜାଫରନଗରରେ ମହାପଞ୍ଚାୟତ ଜାରି, ହଜାର ହଜାର ଚାଷୀ ଏକଜୁଟ - କୃଷି ଆଇନ
![ମୁଜାଫରନଗରରେ ମହାପଞ୍ଚାୟତ ଜାରି, ହଜାର ହଜାର ଚାଷୀ ଏକଜୁଟ ଚାଷୀ ପ୍ରଦର୍ଶନ ଲାଇଭ ଅପଡେଟ](https://etvbharatimages.akamaized.net/etvbharat/prod-images/768-512-10419665-thumbnail-3x2-aa.jpg?imwidth=3840)
15:02 January 29
ମୁଜାଫରନଗରରେ ମହାପଞ୍ଚାୟତ ଜାରି, ହଜାର ହଜାର ଚାଷୀ ଏକଜୁଟ
14:50 January 29
ସିଂଘୁ ସୀମାରେ ସଂଘର୍ଷ, ପ୍ରଦର୍ଶନକାରୀଙ୍କ ଖଣ୍ଡା ଚୋଟରେ SHO ଆହତ
କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ପୂନର୍ବାର ସଂଘର୍ଷରେ ପରିଣତ ହୋଇଛି । ଦିଲ୍ଲୀର ସିଂଘୁ ସୀମାରେ ଶୁକ୍ରବାର ଚାଷୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଛି ଜୋରଦାର ହଙ୍ଗାମା । ଦୁଇ ପକ୍ଷଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିବା ବେଳେ ଆକ୍ରମଣର ସ୍ଥିତି ଉପୁଜିଛି । ତେବେ ଏହି ପ୍ରଦର୍ଶନ ସମୟରେ ଅଲୀପୁର ଏସଏଚଓଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ ।
14:22 January 29
ସିଂଘୁ ସୀମାରେ ପୋଲିସ-କୃଷିକ ସଂଘର୍ଷ । ଟିୟର ଗ୍ୟାସ ପ୍ରୟୋଗ କଲା ପୋଲିସ ।
11:31 January 29
ଗାଜିପୁର ସୀମାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ
ନୂଆଦିଲ୍ଲୀ: ଗାଜିପୁର ଚାଷୀ ଧାରଣା ସ୍ଥଳରେ ପହଞ୍ଚିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଧାରଣାସ୍ଥଳରେ ପହଞ୍ଚଛନ୍ତି ସିସୋଦିଆ । ୟୁପି ସରକାର ପାଣି, ବିଜୁଳ ଯୋଗାଣ ବନ୍ଦ କରିଥିବାବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ଗତକାଲି ରାତିରେ ପାଣି, ଶୌଚାର ସମସ୍ତ ବ୍ୟବସ୍ଥା କରାଯାଇଛି ଏହାକୁ ନୀରିକ୍ଷଣ କରିବାକୁ ଧାରଣାସ୍ଥଳରେ ପହଞ୍ଚିଛନ୍ତି ସିସୋଦିଆ ।
10:32 January 29
ଧାରଣାସ୍ଥଳ ଛାଡିବେ ନାହିଁ ଚାଷୀ: ରାକେଶ ଟିକାୟତ
ନୂଆଦିଲ୍ଲୀ: ସେପଟେ ଧାରଣାସ୍ଥଳ ନ ଛାଡିବାକୁ ପୁଣି କହିଲେ ଚାଷୀ ନେତା ରାକେଶ ଟିକାୟତ । କେନ୍ଦ୍ର ସରକାରଙ୍କ ସହ ସେମାନେ ନିଜର ସମସ୍ୟା ଆଲୋଚନା କରିବେ । ଏଥିପାଇଁ ସମସ୍ତ ଚାଷୀଙ୍କୁ ଲୋକମାନଙ୍କୁ ଶାନ୍ତିପୂର୍ଣ୍ଣ ରହିବାକୁ ଅନୁରୋଧ କରିଛନ୍ତି ଚାଷୀ ନେତା ।
10:21 January 29
ନୂଆଦିଲ୍ଲୀ: କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ଗାଜିପୁର ସୀମାରେ ବହୁ ସଂଖ୍ୟାରେ ଚାଷୀଙ୍କ ସୁଅ ଛୁଟିବାରେ ଲାଗିଛି । ଗାଜିପୁରର ଚାଷୀଙ୍କ ଧାରଣାସ୍ଥଳରେ ପହଞ୍ଚି ରାଷ୍ଟ୍ରୀୟ ଜନତା ଦଳର ନେତା(ଆରଏଲଡି) ଜୟନ୍ତ ଚୌଧୁରୀ ଭାରତୀୟ କିଷାନ ୟୁନିୟନର ଚାଷୀ ନେତା ରାକେଶ ଟିକାୟତକୁ ଭେଟିଛନ୍ତି । ପ୍ରଶାସନର ଚାପ ସତ୍ତ୍ବେ ଚାଷୀ ଆନ୍ଦୋଳନରୁ ଓହରିବେ ନାହିଁ । ଏହି ପ୍ରସଙ୍ଗକୁ ସଂସଦରେ ଉଠାଯିବ । ଯଦି ଆଇନ ପ୍ରତ୍ୟାହାର କରାଯାଏ, ତେବେ ସରକାରଙ୍କ ଦୁର୍ବଳତା ନୁହେଁ ନେତୃତ୍ବକୁ ଦର୍ଶାଇବ । ତେଣୁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲନ୍ତୁ ବୋଲି ଆରଏଲଡି ନେତା କହିଛନ୍ତି ।
10:16 January 29
ଟିକ୍ରି ଓ ସିଙ୍ଘୁ ସୀମାରେ ବଢିଲା ସୁରକ୍ଷା
![](https://etvbharatimages.akamaized.net/etvbharat/prod-images/10419665_nnn.jpg)
ନୂଆଦିଲ୍ଲୀ: ଟିକ୍ରି ସୀମାରେ ଚାଷୀଙ୍କ ଧାରଣା ଜାରି ରହିଥିବା ବେଳେ ଧାରଣ ସ୍ଥଳ ଖାଲି କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେବା ପରେ ଏବେ ସ୍ଥିତି ଜଟିଳ ହୋଇପଡିଛି । ଆନ୍ଦୋଳନରତ ଚାଷୀଙ୍କୁ ହଟାଇବାକୁ ବର୍ତ୍ତମାନ ଆଇନଗତ ପ୍ରକ୍ରିୟା ଜାରି ରଖିଛନ୍ତି । ଫଳସ୍ବରୂପ ଟିକିରି , ସିଂଘୁ ବୋର୍ଡର ଦିଲ୍ଲୀ-ହରିୟାଣ ସୀମାରେ ସୁରକ୍ଷାବଳ ବଢାଇବା ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।
09:58 January 29
ଗାଜିପୁର, ସିଙ୍ଘୁ ଓ ଟିକ୍ରି ସୀମାରେ ଚାଷୀ ଆନ୍ଦୋଳନ, ଲାଇଭ ଅପଡେଟ
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଏବେ ଚାଷୀ ଆନ୍ଦୋଳନ ହିଂସାରେ ପରିଣତ ହୋଇଛି । ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଙ୍ଗଠନ ଗୁରୁବାରର ମଧ୍ୟ ରାତ୍ରିରୁ ପୁଣି ଚାଷୀ ଶକ୍ତି ବୃଦ୍ଧି ଆରମ୍ଭ କରିଛନ୍ତି । ଆଇନ ନ ହଟିବା ଯାଏ, ଧାରଣ ଜାରି ରହିବ ବୋଲି କୃଷକ ସଙ୍ଗଠନ ନେତା ରାକେଶ ଟିକାୟତ ଘୋଷଣା କରିବା ପରେ ଧାରଣସ୍ଥଳକୁ ଚାଷୀ ଛୁଟିବାରେ ଲାଗିଛନ୍ତି । ଗାଜିପୁରରେ ବହୁ ମାତ୍ରାରେ ଚାଷୀଙ୍କ ସମାଗମ ହେବାରେ ଲାଗିଛି । ଗାଜିପୁର ସମେତ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀଙ୍କୁ ହଟେଇବାକୁ ଦିଲ୍ଲୀ ପୋଲିସ ସମେତ ୟୁପି ସରକାର ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି ।