ETV Bharat / bharat

ସରକାରଙ୍କ ସହ ଆଲୋଚନା ପାଇଁ କମିଟି ଗଠନ କରିବେ କୃଷକ ନେତା - Farmer press meet

ଭାରତୀୟ କୃଷି ସଂଗଠନର ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଦର୍ଶନ ମଧ୍ୟରେ ଅସାମାଜିକ ବ୍ୟକ୍ତି ଯେପରି ହସ୍ତକ୍ଷେପ ନ କରନ୍ତି, ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ପଡିବ । ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, ତାହେଲେ ଆମେ ଏକ କମିଟି ଗଠନ କରିବୁ । ଅଧିକ ପଢନ୍ତୁ...

ସରକାରଙ୍କ ସହ ଆଲୋଚନା ପାଇଁ କମିଟି କଗଠନ କରିବେ କୃଷକ ନେତା

author img

By

Published : Dec 13, 2020, 7:45 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ନେଇ ଦିଲ୍ଲୀ ସୀମାରେ ଦୀର୍ଘ 18 ଦିନରୁ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସେପଟେ ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ମଧ୍ୟରେ ପର୍ଯ୍ୟାଯ କ୍ରମେ ଚାଲିଛି ଆଲୋଚନା । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମପ୍ରକାଶ । ତେବେ ଅନ୍ୟପକ୍ଷେ ଏହି ପ୍ରଦର୍ଶନରେ ଅସାମାଜିକ ଲୋକଙ୍କ ସାମିଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଚାଷୀନେତା ରାକେଶ ଟିକାୟତ ।

ଭାରତୀୟ କୃଷି ସଂଗଠନର ନେତା ରାକେଶ ଟିକାୟତ କହିଛନ୍ତି, ପ୍ରଦର୍ଶନ ମଧ୍ୟରେ ଅସାମାଜିକ ବ୍ୟକ୍ତି ଯେପରି ହସ୍ତକ୍ଷେପ ନକରନ୍ତି, ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ପଡିବ । ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, ତାହେଲେ ଆମେ ଏକ କମିଟି ଗଠନ କରିବୁ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘରେ ବସିଥିବା ବୈଠକରେ ପଞ୍ଜାବର ଅନେକ ବିଜେପି ନେତା ସାମିଲ ଥିବା କୁହାଯାଉଛି । ହେଲେ ଏହି ବୈଠକରେ କଣ ଆଲୋଚନା ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସୋମପ୍ରକାଶ ଓ ପିୟୁଷ ଗୋୟଲ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନାରେ ସରକାରଙ୍କ ନେତୃତ୍ବ ନେଇଥିଲେ ।

ଗୋଟିଏ ପକ୍ଷେ ପଞ୍ଜାବ ଓ ହରିୟାଣାର ଚାଷୀ ଦିଲ୍ଲୀ ସୀମାରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସେପଟେ କୃଷି ଆଇନ ସମର୍ଥନରେ ଆସିଛନ୍ତି ଉତ୍ତରାଖଣ୍ଡର ଚାଷୀ । ରବିବାର ରାଜ୍ୟର ଚାଷୀ ଦିଲ୍ଲୀରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଓ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.