ETV Bharat / bharat

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ହେଉ: ପ୍ରକାଶ ଜାଭଡେକର - ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା

ସତ୍ୟ ସୁନିଶ୍ଚିତ ହେବା ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏକ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ କରାଯାଉ ବୋଲି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ..

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏକ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ କରାଯାଉ: ପ୍ରକାଶ ଜାଭଡେକର

author img

By

Published : Aug 1, 2020, 3:31 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ଆସୁଛି ନୂଆ ନୂଆ ତଥ୍ୟ । ଏହାକୁ ନେଇ ବିବାଦ ବଢୁଥିବା ବେଳେ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ନେଇ ନିଜର ମତ ରଖିଛନ୍ତି । ସତ୍ୟ ସୁନିଶ୍ଚିତ ହେବା ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏକ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ କରାଯାଉ । ଏହାସହ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଭାକୁ ସୁଯୋଗ ମିଳିବା ଦରକାର । ମୁମ୍ବାଇରେ ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ଆୟୋଜିତ ଭିଜନ ମହାରାଷ୍ଟ୍ର କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

ତେବେ ଅଭିନେତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛନ୍ତି । ମୁମ୍ବାଇ ପୋଲିସ ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ସେମାନେ ଏକ ସିଦ୍ଧାନ୍ତରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଅଭିନେତା ଶେଖର ସୁମନ ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅଭିନେତା ଆତ୍ମହତ୍ୟାକୁ ନେଇ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଅଭିଯୋଗ କରିଥିବା ଅଭିନେତା ରିୟା ଚକ୍ରବର୍ତ୍ତୀ ଏହି ମାମଲାରେ ନୀରବତା ଭାଙ୍ଗିଛନ୍ତି। ତାଙ୍କ ଓକିଲଙ୍କ ମାଧ୍ୟମରେ ପ୍ରକାଶିତ ଏକ ଭିଡିଓ ବିବୃତ୍ତିରେ ଚକ୍ରବର୍ତ୍ତୀ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ସତ୍ୟତା ଜିତିବ । ସେପଟେ ଦୀର୍ଘ ଦିନ ପରେ ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ମିଡିଆ ଆଗରେ ମୁହଁ ଖୋଲିଛନ୍ତି । ଏହା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।

ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ରାଜପୁତଙ୍କ ପରିବାର, ତାଙ୍କ କୁକ୍‌ ଏବଂ ବଲିଉଡର ଅନେକ ବ୍ୟକ୍ତିତ୍ୱଙ୍କ ସମେତ ପ୍ରାୟ 40 ଜଣଙ୍କ ବିବୃତ୍ତି ରେକର୍ଡ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.