ETV Bharat / bharat

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ଆତଙ୍କବାଦୀ

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ଏନକାଉଣ୍ଟର ହୋଇଛି । ଏଥିରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ଆତଙ୍କବାଦୀ
ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ଆତଙ୍କବାଦୀ
author img

By

Published : Aug 28, 2020, 5:29 PM IST

Updated : Aug 28, 2020, 6:41 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳିବିନିମୟ ହୋଇଛି । ଏଥିରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆନର କିଲୋରା ଗ୍ରାମରେ ଏହି ଏନକାଉଣ୍ଟର ହୋଇଛି । ତେବେ ସେଠାରେ ଅନ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ସମ୍ପୁର୍ଣ୍ଣ ଅଞ୍ଚଳରେ ଘେରାବନ୍ଦୀ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି , ସୋପିଆନର କିଲୋରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବରେ ଅପରେସନ କରୁଛନ୍ତି ।

ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଏବଂ ସେନାର ଏକ ମିଳିତ ଦଳ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରିବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚିବା ପରେ ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚଳାଇଥିଲେ । ଏହାପରେ ଉଭୟ ପଟୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2020, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.