ETV Bharat / bharat

ଗାନ୍ଦରବଲରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା

author img

By

Published : Oct 1, 2019, 12:42 PM IST

ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା ମିଳିଛି । ଗତ ଶନିବାରରୁ ଏଠାରେ ଚାଲିଥିବା ଅପରେଶନରେ ଆଉ ଏକ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା ମିଳିଛି । ଗତ ଶନିବାରରୁ ଏଠାରେ ଚାଲିଥିବା ଅପରେସନରେ ଆଉ ଏକ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି । ସେପଟେ ଅଞ୍ଚଳରେ ଆଉ କେତେକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଶେଷ ଖବର ସୁଦ୍ଧା ଉଭୟ ପଟୁ ଗୁଳି ମିନିମୟ ଜାରି ରହିଥିବା ସୂଚନା ରହିଛି । ନିହତ ଆତଙ୍କବାଦୀ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁରକ୍ଷାକର୍ମୀ ଗତ ଶନିବାରରୁ ଏହି ଅପରେଶନ ଜାରି ରଖିଛନ୍ତି । ଶନିବାର ଗାନ୍ଦରବଲ ଜିଲ୍ଲାର ସ୍ଥାନୀୟ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.