ETV Bharat / bharat

ବିଦ୍ୟୁତ ଘରୋଇକରଣକୁ ବିରୋଧ, ୟୁପିରେ 1 ଲକ୍ଷରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ଧର୍ମଘଟ

ବିଦ୍ୟୁତ ଅଭାବରୁ ଉତ୍ତରପ୍ରଦେଶର ଅନେକ ସହରରେ ଅନେକ ବିବାଦ ଦେଖାଦେଇଛି । ପୂର୍ବାଞ୍ଚଳର ଅନେକ ସହରରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେଉଛି । ଏଥିପାଇଁ ପ୍ରାୟ 1.5 ମିଲିୟନରୁ ଅଧିକ ବିଦ୍ୟୁତ କର୍ମଚାରୀ ଧର୍ମଘଟ କରିଛନ୍ତି।

ବିଦ୍ୟୁତ ଘରୋଇକରଣକୁ ବିରୋଧ
ବିଦ୍ୟୁତ ଘରୋଇକରଣକୁ ବିରୋଧ
author img

By

Published : Oct 6, 2020, 1:22 PM IST

ଲକ୍ଷ୍ନୌ: ବିଦ୍ୟୁତ ଅଭାବରୁ ଉତ୍ତରପ୍ରଦେଶର ଅନେକ ସହରରେ ଅନେକ ବିବାଦ ଦେଖାଦେଇଛି । ପୂର୍ବାଞ୍ଚଳର ଅନେକ ସହରରେ ବିଦ୍ୟୁତ ରହୁନାହିଁ । ଏଥିପାଇଁ ପ୍ରାୟ 1.5 ମିଲିୟନରୁ ଅଧିକ ବିଦ୍ୟୁତ କର୍ମଚାରୀ ଧର୍ମଘଟ କରିଛନ୍ତି। ୟୁପିରେ ବିଦ୍ୟୁତ୍ ବିଭାଗର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରୁଥିବା ଅଧିକାରୀମାନେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହାପରେ ଅନେକ ସହର ସମ୍ପୂର୍ଣ୍ଣ ଅନ୍ଧକାରରେ ବୁଡିଯାଇଛି ।

ଚନ୍ଦୌଲିର ଦୀନଦୟାଲନଗର ଠାରେ ଥିବା ଚନ୍ଦୌସି ବିଦ୍ୟୁତ ଉପକେନ୍ଦ୍ରରେ କର୍ମଚାରୀମାନେ ସକାଳୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛନ୍ତି । କେବଳ ଏତିକି ନୁହେଁ, ଧର୍ମଘଟ କରୁଥିବା କର୍ମଚାରୀମାନେ ଅଫିସ୍ କାନ୍ଥରେ ଲେଖାଯାଇଥିବା କର୍ମଚାରୀଙ୍କ ନାମ ଏବଂ ମୋବାଇଲ୍ ନମ୍ବରକୁ ଲିଭାଇଦେଇଥିଲେ, ଯେପରିକି କୌଣସି ଗ୍ରାହକ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ । ତେବେ ବିଳମ୍ବିତ ରାତିରେ ଏଠାରେ ଥିବା ଜିଲ୍ଲା ପ୍ରଶାସନ ସହରର କିଛି ଅଞ୍ଚଳରେ ଯୋଗାଣକୁ ପୁନଃ ସ୍ଥାପିତ କରିଥିଲେ।

ପ୍ରୟାଗରାଜରେ ମଧ୍ୟ ବିଦ୍ୟୁତ କର୍ମଚାରୀମାନେ ଘରୋଇକରଣକୁ ବିରୋଧ କରିବା ପାଇଁ ଧର୍ମଘଟ କରିଥିଲେ । ଏହି କାରଣରୁ ଅଞ୍ଚଳର ଲୋକେ ବିଦ୍ୟୁତ୍ ଓ ଜଳ ସମସ୍ୟା ସହ ସଂଘର୍ଷ କରିଥିଲେ। ପ୍ରୟାଗରାଜର କିଛି ଅଞ୍ଚଳରେ ସାଧାରଣ ଲୋକେ ମଧ୍ୟ ରାସ୍ତାରେ ଯାଇ ଏହି ପ୍ରସଙ୍ଗରେ ପ୍ରଦର୍ଶନ କରିଥିଲେ। ସେହପରି ଆଜମଗଡ, ଗାଜୀପୁର, ଦେବରୀୟା, ବସ୍ତୀ, ମିର୍ଜାପୁର ଭଳି ସହରରେ ବିଦ୍ୟୁତ କାଟ୍ କରାଯାଇଛି ।

ବିଦ୍ୟୁତ ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କର ଏହି ଆନ୍ଦୋଳନ ଆହୁରି ଆଗକୁ ମଧ୍ୟ ଜାରି ରହିବ । ପ୍ରକାଶଥାଉକି, ଦୀର୍ଘ ଦିନ ଧରି ପୂର୍ବାଞ୍ଚଳର ବିଦ୍ୟୁତ ବିତରଣ ନିଗମ ଲିମିଟେଡର ଘରୋଇକରଣ ବିରୋଧରେ କର୍ମଚାରୀମାନେ ବିରୋଧ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.