ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ସ୍ଥାନୀୟ ଲୋକଙ୍କ ଉପରେ ପୋଲିସର ଲାଠିଚାର୍ଜ - ପୋଲିସର ଲାଠିଚାର୍ଜ

ଭୋଟ୍‌ ଦେବାରୁ ବଞ୍ଚିତ କରାଯିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ହାତିଘିଶାରେ ଜାତୀୟ ରାଜପଥ 34 ଉପରେ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେଠାରୁ ହଟିନଥିଲେ।

ପୋଲିସ ଲାଠିଚାର୍ଜ ସମୟରେ ଫଟୋ
author img

By

Published : Apr 18, 2019, 12:35 PM IST

ଦିନାଜପୁର: ଆଜିଠାରୁ 2ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ପଶ୍ଚିମବଙ୍ଗରେ ମତଦାନ ସମୟରେ ଦେଖାଦେଇଛି ହିଂସା। ଲୋକଙ୍କୁ ଭୋଟ୍‌ ଦେବାରୁ କିଛି ଦୁର୍ବୁତ୍ତ ଅଟକାଇଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଲୋକେ ତାତିଥିବାବେଳେ ପୋଲିସ ଲାଠିଚାର୍ଜ କରିଥିବାର ଖବର ରହିଛି ।

ଘଟଣାସ୍ଥଳର ଦୃଶ୍ୟ(ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଉତ୍ତର ଦିନାଜପୁର)

ରିପୋର୍ଟ ଅନୁସାରେ ଉତ୍ତର ଦିନାଜପୁରର ଇସଲାମପୁର ସବଡିଭିଜନର ଚୋପ୍ରାରେ ଏହି ଘଟଣା ଘଟିଛି। ଏଠାରେ ଆଜି ଦିଗିରପର ପୋଲିଂ ବୁଥ୍‌ରେ ଭୋଟ୍‌ ଦେବାକୁ ସ୍ଥାନୀୟ ଲୋକେ ଆସିଥିବାବେଳେ ସେମାନଙ୍କୁ କିଛି ଅଜଣା ଦୁର୍ବୁତ୍ତ ଭୋଟ୍‌ ଦେବାରୁ ଅଟକାଇଥିବାର ଖବର ରହିଛି । ଗତ 35 ବର୍ଷ ହେଲା ଯେଉଁ ଜାଗାରେ ମତଦାନ ହେଉଥିଲା ଏଥର ଏକ ନୂଆ ଜାଗାକୁ ଏହା ସ୍ଥାନାନ୍ତର ହୋଇଛି ।

  • WB: Security personnel lob tear gas shells and lathi charge locals as they block NH-34 in protest after unknown miscreants allegedly prevented them from casting their votes at Digirpar polling booth in Chopra, in Islampur subdivision of North Dinajpur. #LokSabhaElections2019 pic.twitter.com/XukT8B8Aol

    — ANI (@ANI) April 18, 2019 " class="align-text-top noRightClick twitterSection" data=" ">

ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଥିବାବେଳେ ଭୋଟ୍‌ ଦେବାରୁ ବଞ୍ଚିତ କରାଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ହାତିଘିଶାରେ ଜାତୀୟ ରାଜପଥ 34 ଉପରେ ଆନ୍ଦୋଳନ କରିଥିଲେ। ଫଳରେ ସେଠାରେ ଯାନବାହାନ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେଠାରୁ ହଟିନଥିଲେ। ବାଧ୍ୟ ହୋଇ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ଲୋକଙ୍କ ଉପରକୁ ଟିଅର ଗ୍ୟାସ ଫିଙ୍ଗିବା ସହ ଲାଠିଚାର୍ଜ କରିଥିଲେ ।

  • WB: BJP General Secy&candidate from Raiganj constituency Debasree Chaudhuri alleges TMC workers were trying to capture booth at Raiganj Coronation High School. Says "TMC workers were trying to capture booth. They were campaigning among Muslims there. This isn't election campaign" pic.twitter.com/BxQ19MoTxP

ଶେଷ ଖବର ଅନୁସାରେ ଏବେ ସେଠାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ଆନ୍ଦୋଳନରୁ ଲୋକେ ହଟିଯାଇଛନ୍ତି। ତେବେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଏବେ ପର୍ଯ୍ୟନ୍ତ ସେଠାରେ ମତଦାନ ଆରମ୍ଭ ହୋଇପାରିନାହିଁ। ସେହିପରି ରାଇଗଞ୍ଜ ନିର୍ବାଚନମଣ୍ଡଳୀରେ ତୃଣମୂଳ କଂଗ୍ରେସ କର୍ମୀ ବିଭିନ୍ନ ବୁଥ୍‌ ନିଜ ଦଖଲରେ ରଖିଥିବାର ଅଭିଯୋଗ ହୋଇଛି ।

ରାଇଗଞ୍ଜ କୋରୋନେସନ ହାଇସ୍କୁଲ ବୁଥ୍‌କୁ ଟିଏମସି କର୍ମୀ ନିଜ ଦଖଲରେ ରଖିଛନ୍ତି। ସେଠାରେ ସେମାନେ ମୁସଲିମ ଭୋଟରଙ୍କ ଭିତରେ ପ୍ରଚାର କରୁଥିବାର ବିଜେପି କର୍ମୀ ଅଭିଯୋଗ ଆଣିଛନ୍ତି। ଏହା ବିରୋଧରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିବାବେଳେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରିଥିବାର ସୂଚନା ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.