ETV Bharat / bharat

'ପ୍ରଚାରରେ ଅଭିନନ୍ଦନ ମନା'

ଆଗକୁ ଲୋକସଭା ନିର୍ବାଚନ । ଯାହାକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରସୋରରେ ଆରମ୍ଭ କରିଛନ୍ତି ପ୍ରଚାର ପ୍ରସାର । ନିର୍ବାଚନ ଆୟୋଗ ମଧ୍ୟ ନିୟମ ଶକ୍ତ କରିଛନ୍ତି । ରାଲି ଏବଂ ଭାଷଣ ବ୍ୟତୀତ ଇଲେକ୍ସନ କମିଶନ ଏଥର ସୋସିଆଲ ମିଡିଆରେ ମଧ୍ୟ ନଜର ରଖିଛନ୍ତି ।

author img

By

Published : Mar 13, 2019, 1:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଯାହାକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରସୋରରେ ଆରମ୍ଭ କରିଛନ୍ତି ପ୍ରଚାର ପ୍ରସାର । ନିର୍ବାଚନ ଆୟୋଗ ମଧ୍ୟ ନିୟମ ଶକ୍ତ କରିଛନ୍ତି । ରାଲି ଏବଂ ଭାଷଣ ବ୍ୟତୀତ ଇଲେକ୍ସନ କମିଶନ ଏଥର ସୋସିଆଲ ମିଡିଆରେ ମଧ୍ୟ ନଜର ରଖିଛନ୍ତି ।

ତେବେ ନିକଟରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଧାୟକ ଓମ୍‌ପ୍ରକାଶ ଶର୍ମା ଫେସବୁକରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଇଥିଲେ । ଯାହାକୁ ହଟାଇବା ପାଇଁ ଆଦେଶ ଦେଇଥିଲେ ନିର୍ବାଚନ ଆୟୋଗ । ଏହାସହ ସେ ଏନେଇ ଫେସବୁକକୁ ମଧ୍ୟ ସୂଚୀତ କରିଥିଲେ ।

ପ୍ରଚାର ପ୍ରସାର ନେଇ ନିର୍ବାଚନ ଆୟୋଗ ପ୍ରଥମରୁ ସମସ୍ତ ଦଳ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । କୌଣସି ଦଳର ପାର୍ଟି ବ୍ୟାନର କିମ୍ବା ପୋଷ୍ଟରରେ ସେନାର ଜବାନଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ନିକଟର ଏମିତି ଅନେକ ଫଟୋ ବ୍ୟାନର ଭାଇରାଲ ହେଉଥିଲା ଯେଉଁଥିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଦେଖିବାକୁ ମିଳିଥିଲା ।

ତେବେ ସବୁଥର ଅପେକ୍ଷା ଏଥର ନିର୍ବାଚନ ଆୟୋଗ ନିର୍ବାଚନକୁ ନେଇ ଅଧିକ ଶକ୍ତ ହୋଇଛନ୍ତି । ସେ ସମସ୍ତ ନେତାଙ୍କର ଆକାଉଣ୍ଟ ସମ୍ପର୍କରେ ସମସ୍ତ ସୂଚନା ମଧ୍ୟ ମାଗିଛନ୍ତି ।

Intro:Body:

ହାଇଦ୍ରାବାଦ: ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନୀଙ୍କ ସମ୍ପର୍କକୁ ନେଇ ସର୍ବଦା ଚର୍ଚ୍ଚା ଚାଲିଥାଏ । ଉଭୟ ନିଜ ପ୍ରେମ ସମ୍ପର୍କକୁ ନେଇ କେବେ ମୁହଁ ଖୋଲିନଥିଲେ ମଧ୍ୟ କେବେକେବେ ଏମିତି କିଛି କରିଥାନ୍ତି, ଯାହାକି ପ୍ରଶଂସକଙ୍କୁ ଉଭୟ କେବଳ ବନ୍ଧୁ କି ଆଉ କିଛି, ତାହା ଅନ୍ଦାଜ ଲଗାଇବା କଷ୍ଟକର ହୋଇଥାଏ । କିନ୍ତୁ ଏନେଇ ଏବେ ଖୁଲାସା କରିଛନ୍ତି ଟାଇଗରଙ୍କ ପିତା ଜ୍ୟାକି...

ନିକଟରେ ଜ୍ୟାକି, ଟାଇଗର ଓ ଦିଶାଙ୍କ ବିଷୟରେ କଣ ଭାବନ୍ତିର ଉତ୍ତରରେ କହିଛନ୍ତି, ଟାଇଗର 25ବର୍ଷ ବୟସରେ ଦିଶାଙ୍କୁ ବନ୍ଧୁ ଭାବରେ ପାଇଛନ୍ତି । ଦିଶା ଓ ଟାଇଗର ଏକାଠି ଡାନ୍ସ ଓ ୱାର୍କଆଉଟ କରୁଥିବାରୁ ମୁଁ ବହୁତ ଖୁସି ।

ଉଭୟଙ୍କ ଭବିଷ୍ୟତକୁ ନେଇ ଜ୍ୟାକି କୁହନ୍ତି, ସେମାନେ ବାହା ବି ହୋଇପାରନ୍ତି, ଡେଟ ବି କରିପାରନ୍ତି, ଏମିତିକି ସାରା ଜୀବନ ପାଇଁ ବନ୍ଧୁ ଭାବରେ ବି ରହିପାରନ୍ତି । କାରଣ ଏହା ସେମାନଙ୍କ ଉପରେ ନିର୍ଭର କରେ । ତେବେ ଉଭୟ ଏ ସମ୍ପର୍କରେ କେବେ ମୁହଁ ଖୋଲିନଥିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କକୁ ନେଇ ଅନେକ ହିଣ୍ଟ ମଧ୍ୟ ଦେଇଛନ୍ତି ।

ନିକଟରେ ଭାଲେଣ୍ଟାଇଲ ଡେ ଅବସରରେ ଉଭୟ ଗୋଟିଏ ପ୍ରକାରର ପୋଜ ଦେଇ ନିଜନିଜ ରିଙ୍ଗ ଦେଖାଇ ଶୀର୍ଷକରେ କିଛି ଖାସକଥା ଲେଖି ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଆଉ ଏବେ ପିତା ଜ୍ୟାକିଙ୍କର ଏମିତି ଗ୍ରୀନ ସିଗନାଲ ଦେଖି ଫ୍ୟାନମାନେ ବେଶ ଖୁସି ।

ଜ୍ୟାକି, ସଲମାନଙ୍କ ସହ ଫିଲ୍ମ 'ଭାରତ'ରେ ଦିଶାଙ୍କ ସହ କାମ କରୁଥିବାବେଳେ ଟାଇଗର ଏବେ କରଣ ଜୋହରଙ୍କ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦି ଇୟର 2'ର ସୁଟିଂରେ ବ୍ୟସ୍ତ । ଫିଲ୍ମରେ ଟାଇଗର ଦୁଇ ନବାଗତା ଅଭିନେତ୍ରୀ ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସ କରିବାର ଦେଖିବେ ଦର୍ଶକ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.