ETV Bharat / bharat

ଗୋଟିଏ ପରିବାରର 8 ସଦସ୍ୟ କୋରୋନା ପଜେଟିଭ

author img

By

Published : Apr 8, 2020, 1:33 PM IST

କୋରୋନାକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବା ବେଳେ ଭାରତରେ କୋରୋନା ତୃତୀୟ ଷ୍ଟେଜରେ ଥିବା ଆଶଙ୍କା କରାଯାଉଛି । ମାତ୍ର ଏହା ସ୍ପଷ୍ଟ ରୂପେ ହୋଇନଥିଲେ ମଧ୍ୟ ବୁଧବାର ମଧ୍ୟପ୍ରଦେଶ ଖାରଗୋନର ଗୋଟିଏ ପରିବାରର 8 ସଦସ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

corona upadate
ଗୋଟିଏ ପରିବାରର 8 ସଦସ୍ୟ କୋରୋନା ପଜେଟିଭ

ଭୋପାଳ: କୋରୋନାକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବା ବେଳେ ଭାରତରେ କୋରୋନା ତୃତୀୟ ଷ୍ଟେଜରେ ଥିବା ଆଶଙ୍କା କରାଯାଉଛି । ମାତ୍ର ଏହା ସ୍ପଷ୍ଟ ରୂପେ ହୋଇନଥିଲେ ମଧ୍ୟ ବୁଧବାର ମଧ୍ୟପ୍ରଦେଶ ଖାରଗୋନର ଗୋଟିଏ ପରିବାରର 8 ସଦସ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା 8 ଜଣ ସଦସ୍ୟ ଦିଲ୍ଲୀ ନିଜାମୁଦ୍ଦୀନ ମରକଜ ସମାରୋହ ଫେରନ୍ତା ସଂକ୍ରମିତ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଏପଟେ ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 313ରେ ପହଞ୍ଚିଛି । ଏଥିମଧ୍ୟରୁ 15 କୋରୋନା ଆକ୍ରାନ୍ତନ୍ତଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 5194 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 401 ଜଣ ସୁସ୍ଥ ଥିବା ବେଳେ 149 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.