ETV Bharat / bharat

ଆମେରିକାରୁ ଆସିବ ଚିକେନ, ଚିନ୍ତାରେ କୁକୁଡାପାଳନ ଉଦ୍ୟୋଗ ଓ କୃଷକ - Poultry Farmer

କୁକୁଡା ଲେଗ ଉପରେ ଆମଦାନୀ ଶୁଳ୍କ କମ ହେଲେ ବଢିବ ଭାରତୀୟ କୁକୁଡାପାଳନ ଉଦ୍ୟୋଗ ଓ ଏଥିରେ ଜଡିତ ଲୋକଙ୍କ ସମସ୍ୟା । କାରଣ ଶୁଳ୍କ କମିଲେ ଉଦ୍ୟୋଗ ଗୁଡିକୁ ବହୁତ କ୍ଷତି ସହିବାକୁ ପଡିବ । ଏଥିଯୋଗୁଁ ଆମେରିକାର ଦାବି ନ ମାନିବା ପାଇଁ ଭାରତୀୟ କୁକୁଡାପାଳନ ଉଦ୍ୟୋଗ(Poultry Industry) କେନ୍ଦ୍ର ସରକାରଙ୍କୁ ଅପିଲ କରିଛି ।

editorial on problems of poultry farmers
ଆମରିକାରୁ ଆସିବ ଚିକେନ, ଚିନ୍ତାରେ କୁକୁଡାପାଳନ ଉଦୌଗ ଓ କୃଷକ
author img

By

Published : Dec 4, 2019, 1:34 PM IST

ନୂଆଦିଲ୍ଲୀ: କୁକୁଡା ଲେଗ ଉପରେ ଆମଦାନୀ ଶୁଳ୍କ କମ କରିବା ପାଇଁ ଭାରତ ଉପରେ ଆମରିକା ଚାପ ପକାଉଛି । ଏ ନେଇ ଭାରତୀୟ କୁକୁଡାପାଳନ ଉଦ୍ୟୋଗ ଚିନ୍ତାରେ ପଡିଯାଇଛନ୍ତି । କାରଣ ଶୁଳ୍କ କମିଲେ ଉଦ୍ୟୋଗଗୁଡିକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ । ଏଥିଯୋଗୁଁ ଆମେରିକାର ଦାବି ନ ମାନିବା ପାଇଁ ଭାରତୀୟ କୁକୁଡାପାଳନ ଉଦ୍ୟୋଗ(Poultry Industry) କେନ୍ଦ୍ର ସରକାରଙ୍କୁ ଅପିଲ କରିଛି ।

ସମଗ୍ର ଦେଶରେ ଦିନକୁ ଦିନ ଚିକେନ ଓ ମାଂସର ଚାହିଦା ବଢିବାରେ ଚାଲିଛି । ଏଥିଯୋଗୁଁ ଭାରତୀୟ କୁକୁଡାପାଳନ ଉଦ୍ୟୋଗ ସହ ଜଡିତ ଲୋକମାନଙ୍କ ଭଲ ଦୁଇପଇସା ରୋଜଗାର ମଧ୍ୟ ହେଉଛି । ହେଲେ ଏ ସବୁ ମଧ୍ୟରେ ଆମେରିକା ସହ ବଡ ସଂଖ୍ୟାରେ ଚିକେନ ଓ ମାଂସ ଆମଦାନୀ ଖବରରେ ସ୍ବଦେଶୀ କୁକୁଡାପାଳକ ଉପରେ ଚଡକ ପଡିଯାଇଛି । ଯଦି ଏପରି ଲାଗି ରୁହେ ତେବେ ବଜାର ଦାମରେ ହ୍ରାସ ପରିଲିଖିଚ ହେବ । ଯାହାର ପ୍ରତ୍ୟକ୍ଷ ପ୍ରଭାବ ଘରୋଇ କୃଷକଙ୍କ ବେପାରୀଙ୍କ ଉପରେ ପଡିବ ।

ବର୍ତ୍ତମାନ ସମୟରେ ଭାରତ ପୋଲ୍ଟ୍ରି ଆମଦାନୀ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁଛି । ଆମେରିକା ଏହାକୁ 30 ପ୍ରତିଶତ କରିବାକୁ ଚାପ ପକାଉଛି । ପୂର୍ବରୁ ପୋଲ୍ଟ୍ରି ଦାମ ଖସୁଥିବା କାରଣରୁ ଏହି ଉଦ୍ୟୋଗକୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଏଇ କିଛି ବର୍ଷରେ ମାଂସର ଉପଯୋଗୀତା ଅଧିକ ବଢିଥିବାରୁ ଏହି ବ୍ୟବସାୟ ସହ ଜଡିତ କୃଷକଙ୍କ ଆଗାମୀ କେଇ ଦିନରେ ନିଜ କ୍ଷତି ଭରପୋଷଣ କରିବାର ସୁଯୋଗ ପାଇବହେ । ଏଣୁ ଏଭଳି ସମୟରେ ବିଦେଶୀ ଉତ୍ପାଦ ପାଇଁ ବଜାର ଖୋଲିବା ବିପଦ ସାବ୍ୟସ୍ତ ହେବ ।

ଆମେରିକାରୁ ଚିକେନ ଲେଗ ଆମଦାନୀ ପଛରେ ବହୁତ ରୋଚକ କାରଣ ରହିଛି । ଆମେରିକା ଲୋକ ଚିକେନର ବ୍ରେଷ୍ଟ ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ଫ୍ୟାଟ ମାତ୍ରା କମ ରହିଥାଏ । ହେଲେ ଚିକେନ ଲେଗରେ ବ୍ରେଷ୍ଟ ମୁକାବିଲାରେ ଅଧିକ ଫ୍ୟାଟ ରହିଥାଏ ।

ଏହା ବ୍ୟତୀତ ଆମେରିକା ଲୋକ ଖାଇବା ପାଇଁ ଛୁରୀ ଓ କଣ୍ଟା ଚାମଚର ବ୍ୟବହାର କରନ୍ତି । ଆଉ ଚିକେନ ଲେଗ ଏଭଳି ଶୈଳୀରେ ଖାଇବା କଷ୍ଟକର । ଏହି ସବୁ କାରଣରୁ ଆମରିକାରେ ଚିକେନ ଲେଗ ଚାହିଦା କମିଛି ।

ଆମରିକା ଏହା ପୂର୍ବରୁ ୟୁରୋପିଅନ ୟୁନିୟନ, ଚୀନ ଓ ବିକାଶଭିମୁଖୀ ଦେଶରେ ଚିକେନ ଲେଗର ରପ୍ତାନୀ କରିଥାଏ । ସମୟ ସହ ଏଠାକାର ବଜାରରେ ଘରୋଇ ଉତ୍ପାଦର ପରିମାଣ ଯଥେଷ୍ଟ ହୋଇଗଲା । ଆମେରିକା ଓ ଚୀନ ମଧ୍ୟରେ ବୃଦ୍ଧି ପାଉଥିବା ବ୍ୟାପାର ବିବାଦ ଯୋଗୁଁ ଆମେରିକା ଧ୍ୟାନ ଏବେ ଭାରତୀୟ ବଜାର ଆଡକୁ ମୁହାଁଉଛି । 13 କୋଟି ଜନସଂଖ୍ୟା ସହ ଭାରତୀୟ ବଜାର ଆମେରିକା ପାଇଁ ଅତ୍ୟନ୍ତ ଆକର୍ଷଣୀୟ । ଭାରତରେ ଚିକେନ ଲେଗପର ଚାହିଦା ଅଧିକ ରହିଥିବା ଯୋଗୁଁ ଆମେରିକି ନିଜ ଦେଶ ଉତ୍ପାଦନ ହେଉଥିବା ଅଧିକ ଚିକେନକୁ ଭାରତକୁ ପଠାଇବାକୁ ଚାହୁଁଛି । ପୋଲ୍ଟ୍ରି ମିଟ ଆମେରିକାରେ ସବୁଠୁ ଶସ୍ତା ରହିଥାଏ । ଏଥିଯୋଗୁଁ ଏହି ସବୁ ଉତ୍ପାଦ ଭାରତୀୟ ବଜାରରେ ବହୁତ କମ ଦାମରେ ଉପଲବ୍ଧ କରାଯାଇପାରିବ ।

କୁକୁଡାପାଳନ ଉଦ୍ୟୋଗ, ଭାରତୀୟ ଜିଡିପିରେ 1 ଟ୍ରିଲିୟନ ଟଙ୍କାର ଯୋଗଦାନ ଦେଇଥାଏ । ଦେଶର ବାର୍ଷିକ ପାଖାପାଖି 9 ହଜାର ଅଣ୍ଡା ଉତ୍ପାଦନ ହୋଇଥାଏ । ଚୀନ ପରେ ଭାରତ ବିଶ୍ବରେ ଅଣ୍ଡାର ସବୁଠୁ ବଡ ଉତ୍ପାଦକ । ସମଗ୍ର ଦେଶରେ ବାର୍ଷିକ ପାଖାପାଖି 400 ମିଲିୟନ ବ୍ରୟଲର ଚିକେନ ଉତ୍ପାଦନ ହୁଏ । କୁକୁଡାପାଳନ ଉଦ୍ୟୋଗରେ ଭାରତ ବିଶ୍ବର ତୃତୀୟ ସ୍ଥାନରେ ରହିଛି । ପ୍ରଥମ ଓ ଦ୍ବିତୀୟରେ ଆମେରିକା ଓ ଚୀନ ଅଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଛୁଆଙ୍କ ପାଇଁ ପୃଷ୍ଟିକର ଖାଦ୍ୟର ବିକଳ୍ପ ଭାବେ ଅଣ୍ଡା ଖୁଆଇବା ପାଇଁ କହିଥାଏ । ନ୍ୟାସନାଲ ନ୍ୟୁଟ୍ରିସନ ଅର୍ଗନାଇଜେସନ ମୁତାବକ, ଭାରତରେ ପ୍ରତି ବ୍ୟକ୍ତିର ଅଣ୍ଡା କଞ୍ଜମ୍ପସନ 68ରୁ 180 ହେବା ଦରକାର । ଏହି ଦୂରତାକୁ କମ କରିବା ପାଇଁ ସମୃକ୍ତ ଉଦ୍ୟୋଗ ପାଖରେ ବହୁ ବିକଳ୍ପ ମଧ୍ୟ ମହଜୁଦ ରହିଛି ।

ଘରୋଉ କୁକୁଡାପାଳନ ଉଦ୍ୟୋଗରୁ 40 ଲକ୍ଷ ଲୋକ ରୋଜଗାରକ୍ଷଣ ହୋଇପାରୁଛନ୍ତି । ଏଥିରେ 20 ଲକ୍ଷ ଲୋକ କେବଳ ମକା ଓ ସୋୟାବିନ କ୍ଷେତରେ କାମ କରନ୍ତି । ଭାରତରେ କୁକୁଡାର ଖାଦ୍ୟ ଭାବେ ସର୍ବାଧିକ ମକା ଓ ସୋୟାବିନ ବ୍ୟବହାରରେ ଆସିଥାଏ । କୃଷକଙ୍କ ଅଧାର ଉତ୍ପାଦନ କୁକୁଡାପାଳନ ଉଦ୍ୟୋଗର ବ୍ୟବହାରରେ ବିନିଯୋଗ ହୁଏ ।

ଯଦି ଭାରତରେ କୁକୁଡାପାଳନ ଉଦ୍ୟୋଗକୁ ଝଟକା ଲାଗେ, ତେବେ ଏହାର ସିଧା ପ୍ରଭାବ ଏହି କୃଷକଙ୍କ ଆୟ ଉପରେ ପଡିବ । ଭାରତରେ ଲୋକଙ୍କ ଖାଇବା ଅଭ୍ୟାସ ଲଗାତାର ପରିବର୍ତ୍ତନ ହେଉଛି ଯୁବବର୍ଗ ବର୍ଗର, ପିଜ୍ଜା ଆଦି ପାଷ୍ଟଫୁଡ ଖାଇବାକୁ ପସନ୍ଦ କରୁଚନ୍ତି । ଏପଟେ ହୋଟେଲଗୁଡିକରେ ଲୋକଙ୍କ ଚଏସ ଅନୁଯାୟୀ ମାଂସହାରୀ ଖାଇବାର ପରିମାଣ ବଢିବାରେ ଲାଗିଛି । ଏସବୁକୁ ଦେଖିବାରକୁ ଗଲେ ଆମେରିକାରୁ ଆସୁଥିବା ପୋଲ୍ଟ୍ରି ଉତ୍ପାଦନର ଚାହିଦା ବୃଦ୍ଧି ହୋଇପାରେ ।

ତେବେ ଯଦିଓ ଭାରତରେ ବହୁତ ତାଜା ଖାଇବାକୁ ଲୋକ ପସନ୍ଦ କରନ୍ତି । ପଶ୍ଚିମ ଭଳି ଫ୍ରୋଜନ ଖାଦ୍ୟର ପ୍ରଚଳନ ବଢୁଛି । କିନ୍ତୁ ଏବେ ବି ଅଧିକ ଭାରତୀୟ ତାଜା ଫଳ, ପରିବା, ମାଂସ ଖାଉଛନ୍ତି । ଏହି କାରଣରୁ ଦେଶର ପ୍ରତି ସହରର କଲୋନିାରେ ଫଳ ଓ ପରିବା ଏବଂ ମାଂସ ବଜାର ତିଆରି ହୋଇଛି ।

ଉଦୌଗ ସହ ଜଡିତ ତଥ୍ୟ ଅନୁଯାୟୀ, ଲଗାତାର ସରକାର କହୁଛନ୍ତି ଯେ, ଯଦି ପୋଲ୍ଟ୍ରି ଉତ୍ପାଦନ ଉପରେ ଆମଦାନୀ ଶୁଲ୍କ କମ ହେବ , ତେବେ ଘରୋଉ ଉଦ୍ୟୋଗରେ କାମ କରୁଥିବା ଲକ୍ଷାଧିକ ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବ ।

ଦଶନ୍ଧି ଧରି ଭାରତୀୟ କୁକୁଡାପାଲନ ଉଦ୍ୟୋଗ ବିନା କୌଣସି ସରକାରୀ ସହଯୋଗରେ ଚାଲୁଥିଲା । ଏପରି ସମୟରେ ଆମେରିକାରୁ ଆମଦାନୀ ଶୁଳ୍କ ହ୍ରାସ ହୁଏ ତେବେ ଏହି ଉଦ୍ୟୋଗ ବି ମାନ୍ଦାବସ୍ଥା ଭିତରେ ଫଶିବ ।

(ଲେଖକNeeli Venugopal Rao)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.