ETV Bharat / bharat

ନିର୍ବାଚନ ଆୟୋଗଙ୍କ ଛାଟ, କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ କମଲନାଥ

author img

By

Published : Oct 30, 2020, 6:10 PM IST

Updated : Oct 30, 2020, 6:16 PM IST

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇଦିଆଯାଇଛି । ଅଧିକ ପଢନ୍ତୁ...

କମଲନାଥଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ, ଷ୍ଟାର ପ୍ରଚାରକ ଲିଷ୍ଟରୁ ପଡିଲେ ବାଦ

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନର ମାହୋଲ ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ ଝଟକା । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦିଆଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଛି ଏପରି ପଦକ୍ଷେପ ।

ନିର୍ବାଚନୀ ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ତାଙ୍କ ନାଁକୁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇଦିଆଯାଇଛି । ମଧ୍ୟପ୍ରଦେଶର 28 ବିଧାନସଭା ଆସନ ପାଇଁ ନଭେମ୍ବର 3ରେ ଅନୁଷ୍ଠିତ ହେବ ଉପନିର୍ବାଚନ ।

ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ ଯଦି କମଲନାଥଙ୍କ ଦ୍ବାରା କୌଣସି ପ୍ରଚାର କରାଯାଏ, ତାହେଲେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ସେହି ପ୍ରାର୍ଥୀଙ୍କ ପାଖରୁ ଭରଣା କରାଯିବ । ନିକଟରେ ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଇମରତୀ ଦେବୀଙ୍କୁ ‘ଆଇଟମ୍’ କହି ସମ୍ବୋଧନ କରିଥିଲେ କମଲନାଥ । ତେବେ ପୂର୍ବତୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନଙ୍କୁ ଗମ୍ଭୀରତାର ସହ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର ।

Last Updated : Oct 30, 2020, 6:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.