କୋଲକାତା: ଆଗୁଆ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ରାଜ୍ୟରେ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ନଜରରେ ରଖି ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ କରିବାକୁ ଆୟୋଗ ନିଷ୍ପତ୍ତି ନେଇପାରନ୍ତି । ଏନେଇ ଫେବୃୟାରୀ ପ୍ରଥମ ସପ୍ତାହରେ ତାରିଖ ଘୋଷଣା ହୋଇପାରେ ।
ମେ 30 ରେ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଫଳରେ ମେ 5 ତାରିଖ ଆଗରୁ ନିର୍ବାଚନ ସମସ୍ତ ପ୍ରକ୍ରିୟା ସାରିବାକୁ ହେବ । ରାଜ୍ୟ ଶିକ୍ଷା ବିଭାଗ ଅନୁସାରେ, ଦଶମ ଓ ଦ୍ବାଦଶ ପରୀକ୍ଷା ମେ ’ 4ରୁ 10 ଯାଏଁ ଅନୁଷ୍ଠିତ ହେବ । ତେବେ ସିବିଏସଇ ପରୀକ୍ଷା ନେଇ କୌଣସି ତାରିଖ ସ୍ଥିର ହୋଇନାହିଁ ।
-
Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021 " class="align-text-top noRightClick twitterSection" data="
">Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021
ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଆରୋରାଙ୍କ ସହିତ ସୁଶୀଲ ଚନ୍ଦ୍ରା ଓ ରାଜୀବ କୁମାର ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ଖୁବଶୀଘ୍ର ନିର୍ବାଚନ କରିବାକୁ ଆୟୋଗ ସୂଚନା ଦେଇଥିଲେ ।
ସେପଟେ ନିର୍ବାଚନରେ ସମସ୍ତ ପ୍ରକାର ହିଂସାକୁ ଏଡାଇବାକୁ ପଶ୍ଚିମବଙ୍ଗରେ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଗତ ବର୍ଷ 78 ହଜାର 903ଟି ପୋଲିଂ ବୁଥ ରହିଥିବାବେଳେ ଏଥର ଏହା 1 ଲକ୍ଷ 1 ହଜାର 709କୁ ବୃଦ୍ଧି କରାଯାଇଛି ।