ETV Bharat / bharat

ପୂର୍ବମଧ୍ୟ ରେଳ: 11ଟି ରେଳ କୋଚରେ ପ୍ରସ୍ତୁତ କଲେ ଆଇସୋଲେସନ ୱାର୍ଡ - isolation ward

କୋରୋନା ସଂକ୍ରମିତଙ୍କ ଯତ୍ନ ନେବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କ ପାଇଁ 269 ଟି ପିପି କିଟ୍ ଉପଲବ୍ଧ କରାଯାଇଛି । ଅଧିକ ପଢନ୍ତୁ...

East Central Railway
11ଟି ରେଳ କୋଚରେ ପ୍ରସ୍ତୁତ କଲେ ଆଇସୋଲେସନ ଓ୍ବାର୍ଡ
author img

By

Published : Apr 4, 2020, 10:27 PM IST

ପାଟନା: ବିହାରର ହାଜିପୁର, କୋରୋନା ଭାଇରସ ପରି ବିଶ୍ୱସ୍ତରୀୟ ମହାମାରୀର ପ୍ରସାରକୁ ରୋକିବା ପାଇଁ କେନ୍ଦ୍ରୀୟ ରେଳବାଇ 208 ରେଳ କୋଚକୁ କ୍ବାରେଣ୍ଟାଇନ, ମେଡିକାଲ ଉପକରଣ ସହିତ ଆଇସୋଲେସନ ୱାର୍ଡରେ ବଦଳାଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବାରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ବିହାରରେ 11ଟି ରେଳ କୋଚକୁ କୋରନା ୱାର୍ଡରେ ପରିଣତ କରାଯାଇଛି । ଏହା ବ୍ୟତୀତ ଅନେକ ଆବଶ୍ୟକୀୟ ଉପକରଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।

ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ରାଜେଶ କୁମାର ଶନିବାର କହିଛନ୍ତି, "ପୂର୍ବ କେନ୍ଦ୍ରୀୟ ରେଳବାଇର 208ଟି କୋଚକୁ ଆଇସୋଲେସନ ୱାର୍ଡ ଭାବେ ରୂପାନ୍ତରିତ କରାଯାଉଛି । ଏଥିରୁ 11ଟି ଟ୍ରେନ କୋଚ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ଏହା ସହିତ ପୂର୍ବ କେନ୍ଦ୍ରୀୟ ରେଳବାଇ ମଧ୍ୟ କୋରୋନା ଭାଇରସ ସହ ଲଢିବା ପାଇଁ ଆବଶ୍ୟକ ଉପକରଣ ଯୋଗାଉଛି। ଏଥିରେ ଭେଣ୍ଟିଲେଟର, ପିପିଇ କିଟ୍, ମାସ୍କ ଏବଂ ସାନିଟାଇଜର ଅନ୍ତର୍ଭୁକ୍ତ ।

କୁମାର କହିଛନ୍ତି ଯେ କୋରୋନା ସଂକ୍ରମିତଙ୍କ ଯତ୍ନ ନେବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କ ପାଇଁ 269 ଟି ପିପି କିଟ୍ ଉପଲବ୍ଧ କରାଯାଇଛି । ସେଥିମଧ୍ୟରୁ 14 ଜଣ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମଣ୍ଡଳ, ଧନବାଦ ଡିଭିଜନରେ 35, ଦାନାପୁର ଡିଭିଜନରେ 120 ଏବଂ ପାଟନାରେ ସେଣ୍ଟ୍ରାଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ 100ଟି ପଠାଯାଇଛି । ଏହା ସହିତ ଗୁରୁତର ରୋଗୀଙ୍କ ସୁବିଧା ପାଇଁ ପୂର୍ବ କେନ୍ଦ୍ରୀୟ ରେଳବାଇର ଡାକ୍ତରଖାନାଗୁଡ଼ିକରେ ମୋଟ 8ଟି ଭେଣ୍ଟିଲେଟର ଉପଲବ୍ଧ କରାଯାଇଛି । ସେ କହିଛନ୍ତି ଯେ ଏହା ବ୍ୟତୀତ ବିଭିନ୍ନ ବିଭାଗର ଡାକ୍ତରଖାନାଗୁଡ଼ିକରେ ମାସ୍କ ଏବଂ ସାନିଟାଇଜର ମଧ୍ୟ ଉପଲବ୍ଧ କରାଯାଇଛି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.