ପୋର୍ଟ ବ୍ଲେୟାର: ଆଣ୍ଡାମାନରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା 4.3 ରହିଥିବା ସୂଚନା ଦେଇଛି ଜାତୀୟ ସେସମୋଲୋଜୀ ବିଭାଗ । ରବିବାର ରାତି 2ଟା 36ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଉତ୍ତର ଦିଗଲିପୁରରୁ 153 କିଲୋମଟର ଦୂରରେ ଏହି ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ଏହା ପ୍ରଭାବରେ କୌଣସି କ୍ଷୟକ୍ଷତିର ଏଯାଏଁ ସୂଚନା ମିଳିନାହିଁ ।
ଏହାପୂର୍ବରୁ ନିକଟରେ ଜୁନ 28ରେ ଆଣ୍ଡମାନ ଓ ନିକୋବର ଦ୍ବୀପୁଞ୍ଜରେ 4.1 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଦେଶରେ କୋରୋନା ସଙ୍କଟ ସମୟରେ ଦେଶର ଅନେକ ଅଞ୍ଚଳରେ ଭୂମିକମ୍ପ ଜାରି ରହିଛି । 2004ରେ ଉତ୍ତର ସୁମାତ୍ରା ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ମଧ୍ୟ ବଡ ଧରଣର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ଥିଲା 9.3 । ତେବେ ଏହି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ସୁନାମି ମାଡି ଆସିବାରୁ ଅକେକ ଧନଜୀବନ ନଷ୍ଟ ହୋଇଥିଲା ।
@ANI