ETV Bharat / bharat

ଡ୍ରଗ୍ସ କାରବାର ମାମଲା: ଆଜି ସରିବ ବିନିଶ କୋଡିୟାରୀଙ୍କ ହେପାଜତ ଅବଧି

author img

By

Published : Nov 2, 2020, 12:38 PM IST

ଆଜି ସରିବ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ସିପିଆଇ(ଏମ) ନେତାଙ୍କ ପୁଅ ବିନିଶ କୋଡିୟାରୀଙ୍କ ହେପାଜତ ଅବଧି । ଅଧିକ ପଢନ୍ତୁ...

ଡ୍ରଗ୍ସ କାରବାର ମାମଲା
ଡ୍ରଗ୍ସ କାରବାର ମାମଲା

ବେଙ୍ଗାଲୁରୁ: ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବିନିଶ କୋଡିୟାରୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହେପାଜତ ଥିବାବେଳେ ଆଜି ତାଙ୍କର ଶେଷ ଦିନ । ଗିରଫ ପରେ ଇଡି ତାଙ୍କୁ ହେପାଜତକୁ ନେଇଥିଲା ।

ଡ୍ରଗ୍ସ ମାମଲାରେ ଲିଙ୍କ ସହିତ ଆର୍ଥିକ ଅନିୟମିତତା ମାମଲାରେ ଇଡି ତାଙ୍କୁ କର୍ଣ୍ଣାଟକରୁ ଅକ୍ଟୋବର 29 ତାରିଖରେ ଗିରଫ କରିଥିଲା । ପରେ ସିଟି କୋର୍ଟ ତାଙ୍କୁ ନଭେମ୍ବର 2 ତାରିଖ ଯାଏ ଇଡିର ହେପାଜତକୁ ନେବାକୁ ଅନୁମତି ଦେଇଥିଲେ ।

ଏହି ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ପାଖାପାଖି ଦୁଇରୁ ଅଢେଇ ଘଣ୍ଟା ଥିଲେ । ପରେ ସେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

ତେବେ ଆଜି ପୁଣି ଥରେ ଇଡି ତାଙ୍କୁ ହେପାଜତକୁ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ବିନିଶ ହେଉଛନ୍ତି କେରଳର ସିପିଆଇ(ଏମ୍‌) ନେତା କୋଡିୟେରୀ ବାଲକ୍ରିଷ୍ଣନଙ୍କ ପୁଅ ।

ସୂଚନାଥାଉକି, ପୂର୍ବରୁ ଚୋରା ଡ୍ରଗ୍ସ କାରବାର ମାମଲାରେ ମହମ୍ମଦ ଅନୁପକୁ ଇଡି ଗିରଫ କରିଥିଲା । ତେବେ ଜେରା ସମୟରେ ଅନୁପ, ବିନିଶଙ୍କ ନାଁ ନେଇଥିଲା । ବିନିଶ ବେଙ୍ଗାଲୁରୁରେ କେତେ ଗୁଡିଏ ଡ୍ରଗ୍ସ ଫାର୍ମ ଚଲାଉଥିବା ବେଳେ ବିଦେଶରେ ମଧ୍ୟ ଏକ ଫାର୍ମ ଥିବାର ଇଡିକୁ ଅନୁପ ସୂଚନା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.