ETV Bharat / bharat

ନୂଆ ମୋଟର ଯାନ ଆଇନ: ଲୁଙ୍ଗି ପିନ୍ଧା ଟ୍ରକ ଡ୍ରାଇଭର ଏବେ ଗଣିବ ଦୁଇ ହଜାର - ମୋଟର ଯାନ ଆଇନ

କମର୍ସିଆଲ(ବାଣିଜ୍ୟିକ) ତଥା ଭାରୀ ଯାନ ଚାଳକଙ୍କୁ ଡ୍ରୋସ କୋଡ୍‌ ଉଲଂଘନ କରିଲେ ଏଣିକି ଜୋରିମନା ଦେବାକୁ ପଡିବ। ମୋଟର ଯାନ ଆଇନ ଅନ୍ତର୍ଗତ ପ୍ରପର୍‌ ଡ୍ରେସ୍‌ କୋଡ୍‌ ନପିନ୍ଧିଲେ ଏଣିକି ହାତରୁ 2000 ଗଣିବେ ଡ୍ରାଇଭର । ଲୁଙ୍ଗି-ଗଞ୍ଜି ପିନ୍ଧି ଗାଡି ଚଳାଇଲେ ଏଣିକି ଚାଳକଙ୍କୁ 2000ହଜାର ତଣ୍ଡ ଗଣିବାକୁ ପଡିବ ।

ଡିଜାଇନ ଫଟୋ
author img

By

Published : Sep 9, 2019, 5:46 PM IST

ଲକ୍ଷ୍ନୌ: ସେପ୍ଟେମ୍ବର 1 ତାରିଖ ପର ଠାରୁ ନୂଆ ମୋଟର ଯାନ ଆଇନ-୨୦୧୯ ନାକେଦମ କରି ସାରିଲାଣି । ମୋଟା ଅଙ୍କର ତଣ୍ଡ ଗଣି ପ୍ରାୟ ନୟାନ୍ତ ହେଲେଣି । ଜୋରିମନାରୁ ବଞ୍ଚିବା ପାଇଁ ତଥା ଗାଡି କାଗଜପତ୍ର ଠିକ୍‌ କରିବା ପାଇଁ ଏବେ ଆରଟିଓ ଠାରୁ ଆରମ୍ଭ କରି ବିଭିନ୍ନ ଅଫିସ୍‌ରେ ଚକ୍କର କାଟି କାଟି ଥକି ଗଲେଣି ଅନେକ। ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟ୍‌ନେସ୍‌, ପଲ୍ୟୁସନ୍‌ ସାର୍ଟିଫିକେଟ, ପରମିଟ୍‌ ଏବଂ ଇନ୍‌ସୁରାନ୍ସ ଭଳି ଗୁରୁତ୍ବପୂର୍ଣ୍ଣ ସାର୍ଟିଫିକେଟ୍‌ ଯାଞ୍ଚ ବ୍ୟତିରେକ ଏବେ ଡ୍ରେସ୍‌ କୋଡ୍‌ ଉପରେ ନଜର ।

ଭାରତରେ ମୁଖ୍ୟତଃ ଗାଡି ଚାଳକଙ୍କ ପସନ୍ଦ ଲୁଙ୍ଗି ଓ ଗଞ୍ଜି ହୋଇଥାଏ । ଏବେ ଟ୍ରଫିକ୍‌ ପୋଲିସର ଏହା ଉପରେ କଡା ନଜର ପଡିଛି । କମର୍ସିଆଲ(ବାଣିଜ୍ୟିକ) ଓ ଭାରି ଯାନ ଚାଳକଙ୍କୁ ଡ୍ରୋସ କୋଡ୍‌ ଉଲଂଘନ କରିଲେ ଜୋରିମନା ଦେବାକୁ ପଡିବ। ମୋଟର ଯାନ ଆଇନ ଅନ୍ତର୍ଗତ ପ୍ରପର୍‌ ଡ୍ରେସ୍‌ କୋଡ୍‌ ନପିନ୍ଧିଲେ ଏଣିକି ହାତରୁ 2000 ଗଣିବେ ଡ୍ରାଇଭର ।

ସୂଚନା ଅନୁସାରେ ଉପଯୁକ୍ତ ଡ୍ରେସ କୋଡ୍‌ରେ ଗାଡି ଚଳାଇବା ନିୟମ ପୂର୍ବରୁ ମୋଟର ଯାନ ଆଇନ୍‌ରେ ସାମିଲ ରହିଛି । ମାତ୍ର ଏବେ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ଜୋରିମନା ରାଶି ବଢାଇ ଦେଇଛନ୍ତି ସରକାର।

ଲକ୍ଷ୍ନୌର ଏଏସପି( ଟ୍ରାଫିକ) ପୁର୍ଣ୍ଣେନ୍ଦୁ ସିଂହ କହିଛନ୍ତି ଡ୍ରାଇଭ୍‌ର ଫୁଲ ପ୍ୟାଣ୍ଟ୍‌, ସାର୍ଟ, ଟି-ସାର୍ଟ ସହ ଜୋତା ପିନ୍ଧି ଗାଡି ଚଳାଇବା ଉଚିତ୍‌ । ସ୍କୁଲ ଗାଡିର ଚାଳକଙ୍କୁ ମଧ୍ୟ ଡ୍ରେସ କୋଡ ପିନ୍ଧିବାକୁ ପଡିବ । ଉତ୍ତରପ୍ରଦେଶରେ ଏବେ ଲୁଙ୍ଗି ପିନ୍ଧା ଟ୍ରକ ଡ୍ରାଇଭରଙ୍କ ଠାରୁ ଦୁଇ ହଜାର ଜୋରିମନା ଆଦାୟ କରାଯାଉଛି ।

ଡ୍ରେସ କୋଡ୍‌ 1939 ମୋଟର ଯାନ ଅଧିନିୟମରେ ସାମିଲ କରାଯାଇଥିଲା ଏବଂ 1989ରେ ଏହି ଅଧିନିୟମରେ ସଂଶୋଧନ କରାଯାଇଥିଲା । ପରେ ଏହି ଏହି ନିୟମର ଉଲ୍ଲଂଘନ ପାଇଁ 500 ଟଙ୍କାର ଜୋରିମାନ ଲାଗୁ କରାଯାଇଥିଲା । ଏବେ ଏମ୍‌ଭି ଆକ୍ଟର ଅଧିନିୟମ 179 ଅନୁଯାୟୀ ଜୋରିମନା ରାଶିରେ ବୃଦ୍ଧି କରାଯାଇ 200 ରଖାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଲକ୍ଷ୍ନୌ ଅତିରିକ୍ତ ପରିବହନ କମିଶନର ଗଙ୍ଗାଫଳଙ୍କ କହିବା ଅନୁସାରେ ଟ୍ରକ, ଟ୍ରାକ୍ଟର କିମ୍ବା ଅନ୍ୟ ଭାରୀ ଯାନ ଚାଳକଙ୍କୁ ଲୁଙ୍ଗି ଓ ଗଞ୍ଜି ପିନ୍ଧି ଗାଡି ଚଳାଇବା ପାଇଁ ଅନୁମତି ନାହିଁ । ଏବେ ସମସ୍ତଙ୍କୁ ଉପଯୁକ୍ତ ଡ୍ରେସ୍‌ କୋଡ୍‌ ପିନ୍ଧିବା ଆବଶ୍ୟକ । ଏହି ନିୟମ ଉଭୟ ହେଲପର୍‌ ଓ ଚାଳକଙ୍କ ପାଇଁ ଲାଗୁ କରାଯିବ । ସରକାରୀ ଗାଡି ଚାଳକ ଯଦି ଏହାର ଉଲଂଘନ କରନ୍ତି ତେବେ ଏହି ନିୟମ ସେମାନଙ୍କ ଉପରେ ମଧ୍ୟ ଲାଗୁ କରାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.