ETV Bharat / bharat

କୋରୋନା ମୁକାବିଲା: ମାସକୁ DRDO ନିର୍ମାଣ କରିବ 5ହଜାର ଭେଣ୍ଟିଲେଟର - କୋରୋନା ସତର୍କତା

କୋରୋନା ବିରୋଧୀ ଲଢେଇ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ବଡ ନିଷ୍ପତ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଗୁରୁବାର କହିଛନ୍ତି ଯେ ମାସକୁ 5000 ଭେଣ୍ଟିଲେଟର ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି । ଯାହା ଆଗାମୀ ଦିନ ମାନଙ୍କରେ COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟବଶ୍ୟକ ପାଲଟିବ । ଅଧିକ ପଢନ୍ତୁ....

dddd
HHe
author img

By

Published : Mar 26, 2020, 9:28 PM IST

ନୂଆଦିଲ୍ଲୀ: କୋରୋନା ମହାବିପଦର ସହ ଭାରତର ଲଢେଇ ଜାରି ରହିଛି । କୋରୋନାକୁ ହରାଇବା ପାଇଁ ଦେଶର ନାଗରିକଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନ ମାନ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏପରିସ୍ଥଳେ କୋରୋନା ବିରୋଧୀ ଲଢେଇ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ବଡ ନିଷ୍ପତ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଗୁରୁବାର କହିଛନ୍ତି ଯେ ମାସକୁ 5000 ଭେଣ୍ଟିଲେଟର ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି । ଯାହା ଆଗାମୀ ଦିନ ମାନଙ୍କରେ COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟବଶ୍ୟକ ପାଲଟିବ ।

କୋରୋନା ମୁକାବିଲା: ମାସକୁ DRDO ନିର୍ମାଣ କରିବ 5ହଜାର ଭେଣ୍ଟିଲେଟର

ମହୀଶୂରରେ ଥିବା ଲ୍ୟାବ ଭେଣ୍ଟିଲେଟର ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଯୋଗାଇ ଦେଇଛି । ବର୍ତ୍ତମାନ ପ୍ରତି ମାସରେ ପ୍ରାୟ 5000 ଭେଣ୍ଟିଲେଟର ଉତ୍ପାଦନ କରାଯାଇପାରିବ | ଏହାସହ ଆଗାମୀ ଦିନମାନଙ୍କରେ ପାଇଁ ପ୍ରତି ମାସରେ 10,000 ଭେଣ୍ଟିଲେଟର ପ୍ରସ୍ତୁତ ପାଇଁ ମଧ୍ୟ ପ୍ରୟାସ ଜାରି ରହିବ |

ରେଡ୍ଡୀ କହିଛନ୍ତି ଯେ ଡିଆରଡିଓ ଲାବୋରେଟୋରୀ ଗୁଡିକ 20,000 ବୋତଲ ହ୍ୟାଣ୍ଡ ସାନିଟାଇଜର ବିତରଣରେ ସାହାଯ୍ୟ କରିସାରିଛି ଯାହା ଦିଲ୍ଲୀ ପୋଲିସ, ତିନି ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସମେତ ବିଭିନ୍ନ ସଂଗଠନକୁ ଦିଆଯାଉଛି।

DRDO ଅଧ୍ୟକ୍ଷ କହିଛନ୍ତି ଯେ ଆନନ୍ଦ ମହିନ୍ଦ୍ରାଙ୍କ ସମେତ ଅନ୍ୟାନ୍ୟ ବେସରକାରୀ ସଂସ୍ଥା ମଧ୍ୟ ଏଥିରେ ଆଗ୍ରହ ଦେଖାଇଛନ୍ତି ଏବଂ ଯଦି ସେମାନେ ଆସନ୍ତି ତେବେ ଉତ୍ପାଦନକୁ ଦ୍ରୁତ କରାଯାଇପାରିବ |

ଡିଆରଡିଓ ଅଧ୍ୟକ୍ଷ କହିଛନ୍ତି ଯେ, N-99 ଏବଂ 3 ସ୍ତରୀୟ ମାସ୍କ ମଧ୍ୟ ବିକଶିତ କରାଯାଇଛି । ଏହାସହ 20,000 ରୁ ଅଧିକ ମାସ୍କ ପ୍ରସ୍ତୁତ କରିଛୁ ଏବଂ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ଏଜେନ୍ସିକୁ ଯୋଗାଇଛୁ।

ଏହାସହ ମହୀଶୂରରେ ଥିବା ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ଲାବୋରେଟୋରୀ ମାଧ୍ୟମରେ ସରକାରୀ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟ କରୁଛି । ଯାହା ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହେବ ।

@ANIଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.