ନୂଆଦିଲ୍ଲୀ: ଚୀନ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଦିନ ନୂଆ ନୂଆ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରୁଛି ଭାରତ । ଅଭ୍ୟାସ ପରେ ଏବେ ଆଉ ଏକ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥା(DRDO) ।
ଏମବିଟି ଅର୍ଜୁନ ଟ୍ୟାଙ୍କ୍ରୁ ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ ମିସାଇଲ(AGTM)ର ପରୀକ୍ଷଣ କରିଛି ଡିଆରଡିଓ । ଏହି ମିସାଇଲ 3 କିଲୋମଟିର ଦୂର ଲକ୍ଷ ଭେଦ କରି ଟାର୍ଗେଟକୁ ଧ୍ବଂସ କରିଦେଇଛି । ଏଜିଟିଏମର ପରୀକ୍ଷଣ ଅହମ୍ମଦନଗରର ଆର୍ମୋର୍ଡ କର୍ପସ ସେଣ୍ଟର ଏବଂ ସ୍କୁଲ (ଏସିସି ଆଣ୍ଡ ଏସ) ର କେ.କେ ରେଞ୍ଜରେ ହୋଇଥିଲା । ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ସମଗ୍ର ଡିଆରଡଓ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି |
ସେହିପରି ଡିଆରଡିଓର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବଟ କରି ଲେଖିଛନ୍ତି, ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କ୍ଷେପଣାସ୍ତ୍ର ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ କରିବ ।
DRDO ଦ୍ବାରା ବିକଶିତ ATGM ମିସାଇଲର ବିଶେଷତ୍ବ କଣ?
- ଯେକୌଣସି ପ୍ଲାଟଫର୍ମରୁ ATGM ଲଞ୍ଚ କରାଯାଇପାରିବ | ଏହି ପରୀକ୍ଷଣ ପାଇଁ 'ଅର୍ଜୁନ' ଟ୍ୟାଙ୍କ ବ୍ୟବହାର କରାଯାଇଛି ।
- ଏହି କ୍ଷେପଣାସ୍ତ୍ର ଆଧୁନିକ ଟ୍ୟାଙ୍କରୁ ଭବିଷ୍ୟତର ଟ୍ୟାଙ୍କ ପର୍ଯ୍ୟନ୍ତ ନିରସ୍ତ୍ରୀକରଣ କରିବାରେ ସକ୍ଷମ ହେବ ।
- କ୍ଷେପଣାସ୍ତ୍ରର ମୁଣ୍ଡ ଏପରି ଯେ ଏହା ଚଳପ୍ରଚଳ ଲକ୍ଷ୍ୟକୁ ନିୟୋଜିତ କରିବାର କ୍ଷମତା ଦେଇଥାଏ |
- କମ ଉଚ୍ଚତାରେ ଉଡୁଥିବା ହେଲିକପ୍ଟରଗୁଡିକ ମଧ୍ୟ ATGM ଜରିଆରେ ମାରି ଖସାଇହେବ ।