ETV Bharat / bharat

ଫୋନ ଓ ନୋଟ୍‌କୁ ସାନିଟାଇଜ କରିବ ଡିଆରଡିଓର କଣ୍ଟାକ୍ଟଲେସ ଡିଭାଇସ - ସାନିଟାଇଜିଂ ଡିଭାଇସ

ହାଇଦ୍ରାବାଦସ୍ଥିତ ଡିଆରଡିଓର ପ୍ରିମିୟର ଲାବୋରେଟୋରୀ ଆରସିଆଇ ବିକଶିତ କରିଛି ଏକ ଏପରି ଡିଭାଇସ, ଯାହାର ବ୍ୟବହାରରେ ନୋଟ୍‌ ଓ ଫୋନକୁ ସାନିଟାଇଜ କରିହେବ ।

phone and note sanitizer, drdo, rci, sanitising device, technology news, ଫୋନ ଓ ନୋଟ ସାନିଟାଇଜର, ଡିଆରଡିଓ, ଆରସିଆଇ, ସାନିଟାଇଜିଂ ଡିଭାଇସ, ଟେକ୍ନୋଲୋଜି ନ୍ୟୁଜ୍‌
ଫୋନ ଓ ନୋଟ୍‌କୁ ସାନିଟାଇଜ କରିବ ଡିଆରଡିଓର ନୂଆ ଡିଭାଇସ
author img

By

Published : May 11, 2020, 6:50 AM IST

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଡିଆରଡିଓର ପ୍ରିମିୟର ଲାବୋରେଟୋରୀ ଆରସିଆଇ ବିକଶିତ କରିଛି ଏକ ଏପରି ଡିଭାଇସ, ଯାହାର ବ୍ୟବହାରରେ ନୋଟ୍‌ ଓ ଫୋନକୁ ସାନିଟାଇଜ କରିହେବ । ଏହି କଣ୍ଟାକ୍ଟଲେସ ୟୁଭିସି ମାନିଟାଇଜିଂ କ୍ୟାବିନେଟରେ ଆପଣ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ, ନୋଟ୍‌, ଚେକ, ଚାଲାଣ, ପାସବୁକ ଓ ପେପର ଆଦିକୁ ସହଜରେ ସାନିଟାଇଜ କରିପାରିବେ ।

ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଡିଫେନ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଅରଗାନାଇଜେସନର (ଡିଆରଡିଓ)ର ଏକ ଅଂଶ । ଯାହା ଡିଫେନ୍ସ ରିସର୍ଚ୍ଚ ଅଲଟ୍ରାଭାଓଲେଟ ସାନିଟାଇଜର(ଦ୍ରୁଭ୍ସ)କୁ ବିକଶିତ କରିଛି । ରବିବାର ଏନେଇ ଅଧିକାରୀ ସୂତ୍ରରୁ ପ୍ରକାଶ ପାଇଛି କି ଦ୍ରୁଭ୍ସ କ୍ୟାବିନେଟକେ କଣ୍ଟାକ୍ଟଲେସ ଅପରେସନ ରହିଛି । ଯାହା ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ବ ବହନ କରେ । ଏହି ସେନ୍ସରରେ ଏକ ଡ୍ରୟରର ବ୍ୟବସ୍ଥା ରହିଛି । ଯାହାକୁ ସହଜରେ ଖୋଲାଯାଇପାରେ ଓ ବନ୍ଦ ବି କରାଯାଇପାରେ । ଯାହା ଏହି କ୍ୟାବିନେଚର ବ୍ୟବହାରକୁ ସହଜ, ସରଳ, କଣ୍ଟାକ୍ଟଲେସ ଓ ଅଟୋମେଟିକ କରିଥାଏ ।

ଅନ୍ୟପଟେ ଏହା ଯେ କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟକୁ 360ଡିଗ୍ରୀ ଯାଏଁ ୟୁଭିସି ପ୍ରତି ସଂସ୍ପର୍ଶରେ ଆଣିଥାଏ । ସାନିଟାଇଜେସନ ଶେଷ ହେବା ପରେ ଡିଭାଇସଟି ଆପେ ଆପେ ସ୍ଲିପିଂ ମୋଡକୁ ଚାଲିଯାଏ । ତେଣୁ ଏହି କ୍ୟାବିନେଟ ପାଖରେ ୟୁଜର୍ସଙ୍କୁ ଛିଡା ହୋଇ ରହିବାର କୌଣସି ଆବଶ୍ୟକତା ନାହିଁ । ସେପଟେ ଦ୍ରୁଭ୍ସ ନୋଟ ସାନିଟାଇଜିଂ ପାଇଁ ‘ନୋଟ୍ସକ୍ଲିନ’ ନାମକ ଏକ ଡିଭାଇସ ପ୍ରସ୍ତୁତ କରିଛି । ଏହି ଡିଭାଇସରେ ନୋଟ ବଣ୍ଡଲକୁ ଇନପୁଟ ଟ୍ରେରେ ରଖିବା ପରେ ଡିଭାଇସ ଆପେ ଆପେ ଗୋଟିଏ ପରେ ଗୋଟିଏ ନୋଟକୁ ସାନିଟାଇଜ କରିଥାଏ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.