ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ସମୟରେ ଦେଶରେ ବୃଦ୍ଧି ପାଇଛି ନାରୀ ନିର୍ଯାତନା । ବର୍ତ୍ତମାନ ସୁଦ୍ଧା ମୋଟ 257ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏନସିଡବ୍ଲ୍ୟୁ ଚେୟାରପର୍ସନ ରେଖା ଶର୍ମାଙ୍କ କହିବା ଅନୁସାରେ, ଲକଡାଉନ ସମୟରେ ନାରୀ ନିର୍ଯାତନା ବଢି ଚାଲଛି । ବିବାହିତ ମହିଳା ଶାଶୂ ଘରେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି ।
ମାର୍ଚ୍ଚ 24ରୁ 1 ତାରିଖ ଭିତରେ 69 ଘରୋଇ ନିର୍ଯାତନା ମାମଲା ଆସିଛି । ପୂର୍ବରୁ ଏପରି ଘରୋଇ କଳି ବା ଯୌତୁକ ନିର୍ଯାତନା ହେଲେ ମହିଳା ମାନେ ନିଜ ଘରକୁ ଯାଇ ନିଜ ମାତାପିତାଙ୍କୁ ଜଣାଇପାରୁଥିଲେ । କିନ୍ତୁ ଲକଡାଉନ ଯୋଗୁଁ ନିଜ ଘରକୁ ଯିବା ସମ୍ଭବପର ହେଉନାହିଁ ।