ETV Bharat / bharat

ଲାଡେନ ପୁଅର ଠିକଣା କହିଲେ ମିଳିବ 10 ଲକ୍ଷ ଡଲାର - 10 ଲକ୍ଷ ଡଲାର

କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଡେନ ପୁଅର ଠିକଣା ବତାଇଲେ ମିଳିବ 10 ଲକ୍ଷ ଡଲାରର ପୁରସ୍କାର। ଏଭଳି ଘୋଷଣା କରିଛି ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ।

ଫାଇଲ ଫଟୋ
author img

By

Published : Mar 1, 2019, 12:55 PM IST

ନ୍ୟୁୟର୍କ: କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଡେନ ପୁଅର ଠିକଣା ବତାଇଲେ ମିଳିବ 10 ଲକ୍ଷ ଟଙ୍କାର ପୁରସ୍କାର। ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏପରି ଘୋଷଣା କରିଛି। ଅନ୍ତଃରାଷ୍ଟ୍ରିୟ ଆତଙ୍କବାଦୀ ଓସମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ ତା ବାପା ହତ୍ୟାର ପ୍ରତିଶୋଧ ନେବା ପାଇଁ ଷଡଯନ୍ତ୍ର କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ସରକାର ହମଜା ଉପରେ 10 ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଓସମା ବିନ ଲାଡେନର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ଲାଡେନର ପୁଅ ହମଜା ବିନ ଲାଡେନ । ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ମଧ୍ୟ ଯୋଜନା କରୁଛି। ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ମୁଖ୍ୟ ଲାଡେନର ମୃ୍ତ୍ୟୁ ପରେ ଗତ କିଛି ଦିନ ହେବ ଶାନ୍ତ ପଡିଛି ଏହି ସଙ୍ଗଠନ। ଏହା କେବଳ ରଣନୈତିକ ଚୁପ୍ ବୋଲି ଆମେରିକାର ବୈଦେଶିକ ମନ୍ତ୍ରାଳୟ କହିଛି।

ସୂଚନା ଅନୁଯାୟୀ, ଲାଡେନର ମୃତ୍ୟୁ ପରେ ତାର 3ଟି ସ୍ତ୍ରୀ ଓ ସନ୍ତାନ ସାଉଦ ଆରବରେ ରହୁଛନ୍ତି। ସେଠାରେ ସେମାନଙ୍କୁ ପୂର୍ବ ଶେହଜାଦା ମହମ୍ମଦ ବିନ୍ ନାଏକ୍ ଶରଣ ଦେଇଛନ୍ତି।

||ବରଗଡ ||
ଫୁଲୱାମା ଠାରେ ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରି 40 ଜଣ ଯବାନଙ୍କୁ ହତ୍ୟା କରାଯାଇଥିବା ଘଟଣାର ବଦଲା ନେଇଛି ଭରତ | ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଚାଲିଥିବା 3 ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା 350 ରୁ ଅଧିକ ଆତଙ୍କବାଦୀ କୁ ନିପାତ କରିଦେଇଛି | ଭାରତୀୟ ବାୟୁସେନାର ଏହି ସଫଳ ଆକ୍ରମଣ  ପରିପ୍ରେକ୍ଷୀରେ ବରଗଡରେ ପୂର୍ବତନ ଫଉଜି ମାନେ ବିଜୟ ଦିବସ ପାଳନ କରିଛନ୍ତି ଏବଂ ପାକିସ୍ଥାନ କାବୁ କରିରଖିଥିବା ଭାରତର ଜଣେ ଯବାନ ବିଷୟରେ ମଧ୍ୟ ମତ ଦେଇଛନ୍ତି ଯେ  ଗୋଟିଏ ଫଉଜି କଣ ଭାରତର ହଜାର ହଜାର ଫଉଜି ଦେଶ ପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ରହିଛନ୍ତି ଏବଂ ଆମେ ଦେଶପାଇଁ ସହିଦ ହେବା ନିଜକୁ ଭାଗ୍ୟବାନ ମନେକରୁ ବୋଲି ମତଦେଇଛନ୍ତି |
         
      କାଶ୍ମୀର ର ଫୁଲୱ।ମା ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ଭାରତ ର ୪୪ ଜଣ ଯବାନ ସହିଦ ହୋଇଥିବା ବେଳେ  ସହିଦ ଯବାନ ମାନଙ୍କୁ  ସାରା ଦେଶରେ  ମହମବତୀ ଶୋଭାଯାତ୍ରା ସହିତ ଶ୍ରଦ୍ଧାଞ୍ଜଳି  ଦିଆଯାଇଥିଲା  | ଏବଂ ଦେଶରେ ସମସ୍ତ ଙ୍କ ମଧ୍ୟରେ ଲୁହ, କୋହ, ରାଗ ଏବଂ ପ୍ରତିଶୋଧ ପ୍ରତିଫଳନ ହୋଇଥିଲା ତେବେ ବରଗଡର ବିଭିନ୍ନ ସାମାଜିକ ସଂଗଠନ, ସ୍ବେଛାସେବୀ , ବଜରଙ୍ଗ ଦଳ , ମହିଳା ସଙ୍ଗଠନ, ଛାତ୍ର ଛାତ୍ରୀ, ଜିଲ୍ଲା ଓକିଲ ସଂଘ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ମଧ୍ୟ ମହମବତୀ ଶୋଭାଯାତ୍ରା କରାଯାଇ ପାକିସ୍ଥାନ ର ପତାକା କୁ ପୋଡାଯାଇଥିଲା ଏବଂ ଏହି ଆତ୍ମଘାତି ହତ୍ୟାକାଣ୍ଡର ବଦଲା ପାକିସ୍ଥାନକୁ ନିଶ୍ଚୟ ଦିଆଯାଉ ବୋଲି ଦାବିକରାଯାଇଥିଲା |  ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାର ବଦଲା ନେବା ପାଇଁ ଭାରତୀୟ ସେନାକୁ ସମ୍ପୂର୍ଣ ସ୍ଵାଧୀନତା ପ୍ରଦାନ କରିବାର ଅଳ୍ପ କିଛି ଦିନ ପରେ ହି ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ଥାନ ରେ ଚାଲିଥିବା 3 ଗୋଟି ଆତଙ୍କବାଦୀ  ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇ 350 ଆତଙ୍କି ମାନଙ୍କୁ ନିପାତ କରିଫେରିଆସିଥିବା ରୁ ଆଜି ବରଗଡରେ ରହିଥିବା ଅବସର ପ୍ରାପ୍ତ ସେନା ମାନଙ୍କ ସଂଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇ ଯବାନ ମାନଙ୍କୁ ଉତ୍ସାହିତ କରିଥିଲେ | ବରଗଡ ଲୋକମଣ୍ଡପ ପଡିଆ ଠାରେ ସହିଦ ଯବାନ ମାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଓ ପରେ ଏକ ଜୟ ଜବାନ , ଭରତ ମାତାକି ଜୟ , ବନ୍ଦେ ମାତାରାମ ଏପରି ନାରା ଲଗାଇ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ | ସମଗ୍ର ଦେଶ ବାସୀ ଭାରତର ଏହି ପଦକ୍ଷେପକୁ ସ୍ଵାଗତ କରିଥିବା ବେଳେ ଅବସର ପ୍ରାପ୍ତ ସେନା ମାନେ ଅତ୍ୟଧିକ ଖୁଶି ଅନୁଭବ କରିଛନ୍ତି |

ବାଇଟ ଓ ଭିଡିଓ MOJO ରେ ଯାଇଛି |
slug- ODbargarh_exarmy_rajesh_270219
ବାଇଟ ୧- ମାନସ ଚାନ୍ଦ  ( ପୂର୍ବତନ ଫଉଜି )
ବାଇଟ ୨- ବିଦ୍ୟୁତ ଦାଶ ( ପୂର୍ବତନ ଫଉଜି )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.