ETV Bharat / bharat

ସାଇବର ଆକ୍ରମଣକୁ ପ୍ରତିହତ ପାଇଁ କେତେ ପ୍ରସ୍ତୁତ ଭାରତ ?

author img

By

Published : Nov 9, 2019, 4:11 PM IST

ବର୍ତ୍ତମାନ ସମୟରେ ସାଇବର ଆକ୍ରମଣ ଏକ ସାଧାରଣ କଥା । ତେବେ ଏହି ଆକ୍ରମଣକୁ ପ୍ରତିରୋଧ କରିବାକୁ କେତେ ପ୍ରସ୍ତୁତ ରହିଛି ଭାରତ । ଜାଣନ୍ତୁ...

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ଅକ୍ଟୋବର 29 ତାରିଖରେ କୁଦାନକୁଲମ ପରମାଣୁ ଶକ୍ତି କେନ୍ଦ୍ର (କେଏନପିପି) ଏକ ପ୍ରେସ ରିଲିଜ ଜାରି କରି କହିଲେ କି, ‘ଶକ୍ତି କେନ୍ଦ୍ରରେ ସାଇବର ଆକ୍ରମଣକୁ ନେଇ କିଛି ମିଥ୍ୟା ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।’ ପରମାଣୁ କେନ୍ଦ୍ରର କିଛି ସିଷ୍ଟମରେ ମାଲୱେର ଆକ୍ରମଣ ହୋଇଥିବା ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେଏନପିପି ଏପରି କହିଥିଲା ।

ହେଲେ ଏହା ପରଦିନ କେଏନପିପି ଆଉ ଏକ ପ୍ରେସ ରିଲିଜ୍‌ ଜାରି କରି କହିଲା କି, ‘ଏନପିସିଆଇଏଲ ସିଷ୍ଟମରେ ମାଲୱେର ଆକ୍ରମଣ ହୋଇଥିବା ତଥ୍ୟ ସତ । ଗତ ସେପ୍ଟେମ୍ବର 4 ତାରିଖରେ ଏ ସମ୍ପର୍କରେ ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌ ଅବଗତ କରାଇଥିଲେ ।’ ତେବେ ଏହାଦ୍ବାରା ଯେଉଁ କ୍ଷତି ହୋଇଛି ତାହା କେବଳ ଜଣେ ୟୁଜରଙ୍କ ବ୍ୟକ୍ତିଗତ କମ୍ପ୍ୟୁଟରରେ ହିଁ ସୀମିତ ରହିଥିବା ଏନପିସିଆଇଏଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଯଦିବି ଏହି ଆକ୍ରମଣ ଫଳରେ ପରମାଣୁ କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ । ତେବେ ଅନ୍ୟ ଦେଶରେ ହୋଇଥିବା ସଫଳ ସାଇବର ଆକ୍ରମଣ ଉପରେ ନଜର ପକାଇଲେ ଆମେ ଅନେକ କିଛି ଶିଖି ପାରିବା ।

2009 ମସିହାରେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ମାସେ ପରେ ଇରାନର ନଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ସାଇବର ଆକ୍ରମଣ ମାଧ୍ୟମରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରିଥିଲା । ଯାହାକୁ ଗୋଟିଏ ଦେଶର ଅନ୍ୟ ଦେଶ ଉପରେ ପ୍ରଥମ ସାଇବର ଆକ୍ରମଣ ବୋଲି କୁହାଯାଏ । ଯାହାକୁ ଫ୍ରେଡ କପଲାନ ତାଙ୍କ ବହି ‘ଦ ସିକ୍ରେଟ ହିଷ୍ଟ୍ରି ଅଫ୍‌ ସାଇବର ୱାର’ ଲେଖିଛନ୍ତି ।

ତେବେ ଆମେରିକାର ଏଭଳି ପ୍ରୟାସରେ ନଟାଞ୍ଜର ଅନେକ ସିଷ୍ଟମ ଖରାପ ହୋଇଯାଇଥିଲା । ଯାହାକୁ କି ପରବର୍ତ୍ତୀ ସମୟରେ ଇରାନ ସୁଧାରି ନେଇଥିଲା । ତେବେ କପଲାନ ତାଙ୍କ ବହିରେ ଦର୍ଶାଇଛନ୍ତି ଯେ, ଆମେରିକା ଏହି ସାଇବର ଆକ୍ରମଣ ଲାଗି 2006ରୁ ପ୍ରସ୍ତୁତ ହେଉଥିଲା । ଯେଉଁଥିରେ ଏନଏସଏ (ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି) ତାକୁ ସହାୟତା ଦେଇଥିଲା । ପ୍ରଥମେ ସେମାନେ କମ୍ପ୍ୟୁଟରକୁ ନିଜ କଣ୍ଟ୍ରୋଲକୁ ନେବା ସହ ନିଜ ନେଟୱାର୍କ ମାଧ୍ୟମରେ ସବୁ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ଯାହାକି ସେମାନଙ୍କୁ 2009ରେ ଆକ୍ରମଣ କରିବାକୁ ସୁବିଧା ହୋଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଖବର ନାହିଁ ଯେ କେଏନପିପିର ଯେଉଁ ସିଷ୍ଟମରେ ମାଲୱେର ଆକ୍ରମଣ ହୋଇଥିଲା ସେଥିରୁ ଡାଟା ଚୋରି ହୋଇଛି ନା ନାହିଁ । ଯଦି ହୋଇଥାଏ ତେବେ ଏହାକୁ ଆକ୍ରମଣକାରୀ ମାନେ ଭବିଷ୍ୟତରେ ବ୍ୟବହାର କରିବେନି ତ ?

ବର୍ତ୍ତମାନ ସବୁ ଦେଶ ଏଭଳି ସ୍ଥିତିରେ ଗତି କରୁଛନ୍ତି ଯେଉଁଠିକି କିଛି ବି ସମ୍ଭବ । 2018 ମାର୍ଚ୍ଚରେ ଆମେରିକା ଋଷକୁ ଏନେଇ ଏକ ଚେତାବନୀ ଜାରି କରିଥିଲା । ଏପରି ଅନେକ ସାଇବର ଆକ୍ରମଣର ଉଦାହରଣ ରହିଛି । 2007 ମସିହାରେ ଇଷ୍ଟୋନିଆ ସାଇବର ଆକ୍ରମଣ ସେଥିରୁ ଗୋଟିଏ ।

ଏହାକୁ ଲକ୍ଷ୍ୟ କରି ଅନେକ ଦେଶ, ବିଦେଶ ନେଟୱାର୍କ ଉପରେ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି । ବେଜିଂ ସରକାର ଅନେକ ବାହାର କମ୍ପାନୀ ଉତ୍ପାଦକୁ ନିଜ ଦେଶରେ ବ୍ୟବହାର କରୁନାହିଁ । ସେହିପରି ଆମେରିକା ମଧ୍ୟ ଚାଇନାର ଅନେକ ଉତ୍ପାଦନକୁ ବ୍ୟବହାର କରୁନାହିଁ ।

ଡାଟା ସିକ୍ୟୁରିଟି କାଉନସିଲ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, 2016ରୁ 2018 ମସିହା ଭିତରେ ଭାରତ ବିଶ୍ବର ଦ୍ବିତୀୟ ବହୁଳ ସାଇବର ଆକ୍ରମଣ ସମ୍ମୁଖୀନ ହୋଇଥିବା ଦେଶ । ତେବେ ଏତେ ସବୁ ପରେ ଭାରତକୁ ଏବେ ନିଜ ସୁରକ୍ଷା ଦୃଷ୍ଟିରୁ ସାଇବର ଆକ୍ରମଣ ପ୍ରତି ସତର୍କ ରହିବାକୁ ପଡିବ । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପଡିବ ।

Intro:Body:

sd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.