ETV Bharat / bharat

ବିପଦରେ ଭାରତ: ଦ୍ରୁତଗତିରେ ବଢୁଛି କୁପୋଷଣ, ଭୋକିଲାଙ୍କ ସଂଖ୍ୟା - ଭାରତରେ ବଢୁଛି ଭୋକିଲାଙ୍କ ସଂଖ୍ୟା

ଭୋକିଲା ଦେଶର ତାଲିକାରେ 117 ଟି ଦେଶ ମଧ୍ୟରେ ଭାରତର ସ୍ଥାନ 102 । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ଏକଥା ସୃଷ୍ଟ କରିଦେଇଛି ଯେ ବିଶ୍ବ ଭୋକିଲା ମାନ୍ୟତାରେ ଭାରତ ପୂର୍ବରୁ 93 ସ୍ଥାନରେ ଥିବା ଭାରତ 9ଟି ସ୍ଥାନ ତଳକୁ ଖସିଛି । କୁପୋଷଣ ଓ ଭୋକିଲା ସଂଖ୍ଯାରେ ବୃଦ୍ଧି ଓ ଭାରତ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ବିସ୍ତୃତ ଆଲେଖ୍ୟ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 24, 2019, 7:01 PM IST

ହାଇଦ୍ରାବାଦ: ଭୋକିଲା ଦେଶର ତାଲିକାରେ 117 ଟି ଦେଶ ମଧ୍ୟରେ ଭାରତର ସ୍ଥାନ 102 । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ଏକଥା ସୃଷ୍ଟ କରିଦେଇଛି ଯେ ବିଶ୍ବ ଭୋକିଲା ମାନ୍ୟତାରେ ଭାରତ ପୂର୍ବରୁ 93 ସ୍ଥାନରେ ଥିବା ଭାରତ 9ଟି ସ୍ଥାନ ତଳକୁ ଖସିଛି । ଦକ୍ଷିଣ ଏସୀୟ ଦେଶ ମଧ୍ୟରେ ଏହା ସବୁଠାରୁ କମ୍‌ । ଭାରତ ପଡୋଶୀ ପାକିସ୍ତାନ, ବାଲାଂଦେଶ, ନେପାଳ, ମିୟାଁମାର ଓ ଶ୍ରୀଲଙ୍କା ଭଳି ଦେଶ ଠାରୁ ପଛରେ ରହିଛି । ଏହାସହ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯେ, ଭାରତରେ ଅନାହାରରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । କୁପୋଷଣ ଓ ଭୋକିଲା ସଂଖ୍ଯାରେ ବୃଦ୍ଧି ଓ ଭାରତ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ବିସ୍ତୃତ ଆଲେଖ୍ୟ ପଢନ୍ତୁ...

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହ ନିକଟରେ ଏକ ବାର୍ଷିକ ବୈଠକରେ ଭାରତ ସମ୍ବନ୍ଧରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି । ଭାରତ 1990 ଦଶକରେ ନିଜ ସମ୍ପତ୍ତି ଭାଗ ଅଧା କରିଦେଇଥିବା ସୂଚନା ଦେଇଛି ବିଶ୍ବ ବ୍ୟାଙ୍କ । ମାତ୍ର ବାସ୍ତବରେ ବିଗତ 3 ବର୍ଷରେ ଅନାହାରରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସରେ 117ଟି ଦେଶ ମଧ୍ୟରେ ଭାରତ 102 ସ୍ଥାନରେ ରହିଛନ୍ତି । ପଡୋଶୀ ପାକିସ୍ତାନ (94), ବାଲାଂଦେଶ(84), ନେପାଳ(73), ମିୟାଁମାର(69) ଓ ଶ୍ରୀଲଙ୍କା(66) ସ୍ଥାନରେ ରହିଛନ୍ତି । ଭାରତ ଠାରୁ ଏହି ଛୋଟ ଛୋଟ ଦେଶର ଅନାହାରରେ ମୃତ୍ୟୁ ରିପୋର୍ଟ ଭାରତ ଠାରୁ ଯଥେଷ୍ଟ ଉନ୍ନତା ମାନ୍ୟତାରେ ରହିଛି ।

ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ରିପୋର୍ଟକୁ ବିଶ୍ଳେଷଣରୁ ଏକଥା ସ୍ପଷ୍ଟ ଯେ, ଭାରତର ଜନସଂଖ୍ୟାର ବୃଦ୍ଧି ଦେଶର ଭୋକର ପୀଡାର ଅନ୍ୟତମ କାରଣ । ଯଦି ଏହି ବିଶ୍ଲେଷଣ ସତ୍ୟ ତେବେ ଏହା ଆଶ୍ଚର୍ଯ୍ୟକର ସୂଚନା ଯେ, ସବୁଠାରୁ ଅଧିକ ଜନବହୁଳ ରାଷ୍ଟ୍ର ଚୀନ ଜିଏଚଆଇରେ 25ତମ ସ୍ଥାନରେ ରହିଛି । ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନ ପ୍ରଥମ ଥର ପାଇଁ ଏମିତି ଏକ ସୂଚନାର ଖୁଲାସା କରିଛି ଯାହା ବେଶ ଚିନ୍ତାଜନକ । କୁପୋଷଣ ଓ ଖାଦ୍ୟ ସୁରକ୍ଷାର ହ୍ରାସ ଦ୍ବାରା ପୀଡିତ ଲୋକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବ ବ୍ୟାଙ୍କ ଚେତାବନୀ ଦେଇଛି ଯାହା ଆଗାମୀ ସମୟରେ ସମଗ୍ର ବିଶ୍ବ ପାଇଁ ବିରାଟ ସତର୍କ ବାଣୀ ।

ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଓ ବିଶ୍ବ ତାପନରେ ବୃଦ୍ଧି ଭାରତ ତଥା ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କରେ ଖାଦ୍ୟ ଉତ୍ପାଦନରେ 50 ପ୍ରତିଶତ ନିମ୍ନରେ ପହଞ୍ଚିଛି । ଜଳବାୟୁ ପରିବର୍ତ୍ତନ ଓ ଏହାର କୁପରିଣାମ ସ୍ବରୁପ ସ୍ଥାୟୀ ବିକାଶରେ ବାଧା ଏକ ସର୍ବବିଧିତ ତଥ୍ୟ । କୃଷିଜାତ ଦ୍ରବ୍ୟ ବୃଦ୍ଧିରେ ହ୍ରାସ ଓ ଜନସଂଖ୍ୟା ବୃଦ୍ଧି ଅନୁପାତରେ ଚାଷ କାର୍ଯ୍ୟ କରାନଯିବା ଫଳରେ ଖାଦ୍ୟ ଅସୁରକ୍ଷା ଜାତ ହେଉଛି। ବର୍ତ୍ତମାନ ସମୟରେ 75 ପ୍ରତିଶତ ଗ୍ରାମାଞ୍ଚଳ ଓ 50 ପ୍ରତିଶତ ସହରାଞ୍ଚଳରେ ଖାଦ୍ୟ ସାମଗ୍ରୀ କିଣା ପାଇଁ ସଧାରଣ ଲୋକେ ସରକାରଙ୍କ ରାସନ ପ୍ରଣାଳୀ ଉପରେ ନିର୍ଭରଶୀଳ । ଖାଦ୍ୟ ଅପୂର୍ତ୍ତି ଶୃଙ୍ଖଳା ପ୍ରଣାଳୀ କାରଣ ଯୋଗୁଁ ବହୁସଂଖ୍ୟକ ଜନବହୁଳଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେଉଛି ।

ବର୍ତ୍ତମାନ ଦେଶରେ ମଧ୍ୟାହ୍ନ ଭୋଜନ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ (ଆଇସିଡିଏସ)କୁ ବର୍ଷ 2013ରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଗଠନ କରାଯାଇ ଏହି ସମସ୍ତ ବିଭାଗକୁ ସମନ୍ବିତ କରାଯାଇ ଗୋଟିଏ ଛାତ ତଳେ କାର୍ଯ୍ୟରତ ରହିଛନ୍ତି । ମାତ୍ର ରାଜ୍ୟ ସରକାର ଏହାକୁ କ୍ରିୟାନ୍ବିତ କରିବାରେ ବିଫଳ ରହିଛନ୍ତି । ଏହାର ଫଳ ସ୍ବରୁପ ଖାଦ୍ୟ ଅପୂର୍ତ୍ତି, ଖାଦ୍ୟ ସଂରକ୍ଷିତ ଓ ପ୍ରବନ୍ଧନ ପ୍ରଣାଳୀରେ ବିଭିନ୍ନ ସମସ୍ୟା ଉପୁଜିଛି ତଥା ତିନି ଚତୁର୍ଥାଂଶ ଖାଦ୍ୟ କ୍ଷତିଗ୍ରସ୍ତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ସମ୍ବନ୍ଧୀୟ ମୁଦ୍ଦା ଖାଦ୍ୟ ସୁରକ୍ଷାକ ପ୍ରତି ଏକ ବିରାଟ ଆହ୍ବାନ ସଦୃଶ ଦଣ୍ଡାୟମାନ ହେଉଛି । ଏହାସହ ଅଦିନିଆ ବର୍ଷା ମଧ୍ୟ ଚାଷୀକୂଳଙ୍କ ପାଇଁ ବର୍ତ୍ତମାନ ସମୟରେ ବିରାଟ ବିପତ୍ତି ସାଜିଛି । ସ୍ବଳ୍ପବୃଷ୍ଟି ଫଳରେ ଉପଯୁକ୍ତ ଚାଷ ଜମିକୁ ମଧ୍ୟ ଜଳବିହୀନ ହୋଇପଡୁଛି। ଯାହା ଦ୍ବାରା ମରୁଡିରେ କ୍ଷତିଗ୍ରସ୍ତ ହେଉଛି ଚାଷୀ, ଅନୁର୍ବର ହୋଇପଡୁଛି ସବୁଜ ଶସ୍ୟ କ୍ଷେତ୍ର । ଏହିଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାନ ୱାର୍ମିଂ ଜାରି ରହିଲେ ଆଗାମୀ ପିଢିଙ୍କ ଜୀବନଜୀବିକା ଉପରେ ଗଭୀର ଭାବରେ ପ୍ରଭାବ ପକାଇବ ।

ଦେଶରେ ଆର୍ଥିକ ଜନଗଣନାରେ ଗରିବୀରେ ବୃଦ୍ଧି ସମ୍ବନ୍ଧରେ ବ୍ୟାପକ ଭାବରେ ଉଲ୍ଲେକ କରାଯାଇଛି । କୁପୋଷିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହିଳା ଓ ଶିଶୁଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଛି । 15ରୁ 49 ବର୍ଷ ଆୟୁଷ ମଧ୍ୟରେ ଦେଶରେ 50 ପ୍ରତିଶତ ମହିଳା ଏନିମିୟାରେ ପୀଡିତ ଅଛନ୍ତି । ନିକଟରେ ଜିଏଚଆଇ ଜାରି ସୂଚନା ଅନୁସାରେ ଭାରତରେ ଶିଶୁ କୁପୋଷଣ ହାର ସର୍ବାଧିକ 20.8ପ୍ରତିଶତ ଅଟେ ଓ ଦେଶରେ 37.9 ପ୍ରତିଶତ ଶିଶୁ ଶାରୀରିକ ଭାବରେ ଦୁର୍ବଳ ହେବାରେ ଲାଗିଛନ୍ତି । କୁପୋଷଣ, ଅସ୍ବଚ୍ଛ ପାନୀୟ ଜଳ, ସ୍ବଚ୍ଛତା ସୁବିଧାର ହ୍ରାସ, ହଇଜା, ମେଲେରିଆ ଓ ଭାଇରାଲ ସଂକ୍ରମଣ ଭଳି ରୋଗ କାରଣରୁ ଶିଶୁଙ୍କ ଜୀବନ ବିପଦରେ ପଡିଛି । ଏହି ସମ୍ବନ୍ଧରେ ଖାଦ୍ୟ ସୁରକ୍ଷାର ଭବିଷ୍ୟ ଆଗକୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି । ଏତଦ୍‌ବ୍ୟତୀତ ସରକାର ରୋଜଗାର ଓ ଭୋଜନ ଉପଲବ୍ଧ କରାଉଥିବା ନେଇ ଦାବି କରୁଛନ୍ତି ମାତ୍ର ଏହା ଅପ୍ରିୟ ସତ୍ୟ ଯେ, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ କେତେକ କାରକ ଖାଦ୍ୟ ସୁରକ୍ଷାକୁ କ୍ରମଶଃ ଦୁର୍ବଳ କରିବାରେ ଲଗିଛି ।

ମାତୃ ଓ ଶିଶୁ ବିକାଶ ପ୍ରତି ସମଗ୍ର ନୀତି ଓ ଯୋଜନା ସହିତ କୁପୋଷଣ ବିପଦ ଦୂରୀଭୂତ କରାଯାଇପାରିବ । ବର୍ଷ 2022 ସୁଦ୍ଧା ଭାରତରେ କୁପୋଷଣ ମୁକ୍ତରାଷ୍ଟ୍ରରେ ପରିଣତ କରିବା ପାଇଁ ହେଲେ ଉଚିତ୍‌ କାର୍ଯ୍ୟପନ୍ଥା ସହିତ ବିଭିନ୍ନ ନୀତିର ସଫଳ ରୂପାୟନ ଆବଶ୍ୟକ ରହିଛି। ଏହାସହ ଉପଲବ୍ଧ ସଶାଂଧନର ଶତପ୍ରତିଶତ ବିକାଶ ପାଇଁ ପ୍ରଭାବୀ ଢଙ୍ଗରେ ଉପଯୋଗ କରାଯିବା ଦିଗରେ କାମ କରିବା ଆବଶ୍ୟକ ରହିଛି ।

ଏହାସହ କୃଷି ଉତ୍ପାଦନରେ ବୃଦ୍ଧି ଦିଗରେ ନୂତନ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ନିତାନ୍ତ ଜରୁରୀ । ଫସଲ ଉତ୍ପାଦନରେ ଆଧୁନିକ ଜୈବିକ ପ୍ରଣାଳୀ, କଳାବଜାରୀ ଉପରେ ଅଙ୍କୁଶ ଦ୍ବାରା ଖାଦ୍ୟାଭାବରେ ସୁଧାର କରାଯାଇପାରିବ । ସେହିପରି ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିବା ଓ ଜଳଶକ୍ତିର ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ । ଯାହା ଫଳସ୍ବରୂପ ଏକ ଉନ୍ନତ ପରିଣାମ ପ୍ରାପ୍ତ କରାଯାଇପାରିବ । ପରିବେଶ ରକ୍ଷା କରି ପ୍ରାକୃତିକ ବିପର୍ଯ୍ୟୟକୁ ଅଟକାଇ ଯାଇପାରିବ । ଏହି ସମସ୍ତ ଦିଗ ପ୍ରତି ଯତ୍ନବାନ ରହିଲେ କୁପୋଷଣ ଓ ସୁସ୍ଥ ନାଗରିକ ଗଠନ କରାଯାଇପାରେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.