ନୂଆଦିଲ୍ଲୀ: ଆସନ୍ତା 2021 ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବ। ଏଥିପାଇଁ ଏକ ଆପ ବ୍ୟବହାର କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି । ପେପର ସେନସସରୁ ଏହା ଡିଜିଟାଲ ସେନସସକୁ ପରିବର୍ତ୍ତିତ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ସେହିପରି ଭାରତୀୟ ନାଗରିକମାନଙ୍କ ପାଇଁ ବହୁ ଉଦ୍ଦେଶ୍ୟ ସାଧିତକାରୀ କାର୍ଡ ପ୍ରଚଳନ କରାଯିବ । ଯେଉଁଥିରେ ପାସପୋର୍ଟ, ଆଧାର ଓ ଭୋଟର ପରିଚୟ ପତ୍ର ସଂଯୋଗ କରାଯିବ ।
2021 ଜନଗଣନା ମୋବାଇଲ ଆପ ଜରିଆରେ କରାଯିବ । କେନ୍ଦ୍ର ସରକାର ଜନଗଣନା ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ପ୍ରାୟ 12ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।