ETV Bharat / bharat

ପ୍ରକୃତିକୋଳରେ ପୂଜିତ ଢୋଲକାଲ ଗଣେଶ, ଜାଣନ୍ତୁ ଏହାର ବିଶେଷତ୍ବ - Dholkal Ganesha

ଛତିଶଗଡ ଦନ୍ତୋୱାଡାରୁ 30 କିମି ଦୂରରେ ଅବସ୍ଥିତ ଢୋଲକାଲ ପର୍ବତ । ଢୋଲ ଭଳି ଆକୃତି ହୋଇଥିବାରୁ ଏହି ପର୍ବତ ଢୋଲକାଲ ନାମରେ ନାମିତ । ଆଉ ଏହି ପାହାଡର ପ୍ରାୟ ଅଢେଇ ହଜାର ଫୁଟ୍ ଉଚ୍ଚରେ ରହିଛି ପ୍ରଭୁ ଶ୍ରୀ ଗଣେଶଙ୍କ ଏକ ପ୍ରତିମୂର୍ତ୍ତି । ତାଙ୍କର ଗୋଟିଏ ହାତରେ କୁରାଢୀ, ଗୋଟିଏ ହାତରେ ଭଙ୍ଗା ଦାନ୍ତ, ରୁଦ୍ର ମାଳା ଏବଂ ଲଡୁ ମଧ୍ୟ ରହିଛି । ସବୁଠୁ ବିଶେଷ କଥା ହେଉଛି ଯେ, ଭଗବାନ ଗଣେଶଙ୍କ ଏହି ଦୁର୍ଲଭ ପ୍ରତିମୂର୍ତ୍ତି ଆୟୁଧ ରୂପରେ ରହିଛି । ବିଘ୍ନରାଜ ଏଠାରେ ଲଳିତାସନ ମୁଦ୍ରାରେ ବିରାଜମାନ କରିଛନ୍ତି । ପ୍ରଭୁଙ୍କ ଏଭଳି ପ୍ରତିମା ବସ୍ତର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଅଧିକ ପଢନ୍ତୁ...

Dholkal Ganesha worshiped at the top of a hill in a nature camp
ପ୍ରକୃତି ଛାଉଣୀରେ ପାହାଡ ଶିଖରରେ ପୂଜିତ ଢୋଲକାଲ ଗଣେଶ
author img

By

Published : Aug 29, 2020, 7:01 AM IST

Updated : Aug 29, 2020, 1:49 PM IST

ରାୟପୁର: ଦେଶର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଅନେକ ମନ୍ଦିର ରହିଛି । ଏହି ମନ୍ଦିର ମଧ୍ୟରୁ ଛତିଶଗଡ ଦାନ୍ତେୱାଡାରେ ଥିବା ପ୍ରଭୁ ଗଣେଶଙ୍କ ମନ୍ଦିର ସବୁଠାରୁ ବିରଳ । ଛତିଶଗଡ ଦନ୍ତୋୱାଡାରୁ 30 କିମି ଦୂରରେ ଅବସ୍ଥିତ ଢୋଲକାଲ ପର୍ବତ । ଢୋଲ ଭଳି ଆକୃତି ହୋଇଥିବାରୁ ଏହି ପର୍ବତ ଢୋଲକାଲ ନାମରେ ନାମିତ । ଆଉ ଏହି ପାହାଡର ପ୍ରାୟ ଅଢେଇ ହଜାର ଫୁଟ୍ ଉଚ୍ଚରେ ରହିଛି ପ୍ରଭୁ ଶ୍ରୀ ଗଣେଶଙ୍କ ଏକ ପ୍ରତିମୂର୍ତ୍ତି । ତାଙ୍କର ଗୋଟିଏ ହାତରେ କୁରାଢୀ, ଗୋଟିଏ ହାତରେ ଭଙ୍ଗା ଦାନ୍ତ, ରୁଦ୍ର ମାଳା ଏବଂ ଲଡୁ ମଧ୍ୟ ରହିଛି । ସବୁଠୁ ବିଶେଷ କଥା ହେଉଛି ଯେ, ଭଗବାନ ଗଣେଶଙ୍କ ଏହି ଦୁର୍ଲଭ ପ୍ରତିମୂର୍ତ୍ତି ଆୟୁଧ ରୂପରେ ରହିଛି । ବିଘ୍ନରାଜ ଏଠାରେ ଲଳିତାସନ ମୁଦ୍ରାରେ ବିରାଜମାନ କରିଛନ୍ତି । ପ୍ରଭୁଙ୍କ ଏଭଳି ପ୍ରତିମା ବସ୍ତର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ।

ପ୍ରକୃତି ଛାଉଣୀରେ ପାହାଡ ଶିଖରରେ ପୂଜିତ ଢୋଲକାଲ ଗଣେଶ

ବସ୍ତରର ସ୍ଥାନୀୟ ବ୍ୟକ୍ତିଙ୍କ କହିବାନୁଯାୟୀ ପୁରାଣରେ କୁହାଯାଇଛି ଯେ, ଢୋଲକାଲ ପର୍ବତ ଶିଖରରେ ଭଗବାନ ଗଣେଶ ଏବଂ ପର୍ଶୁରାମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ସମୟରେ ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା, ଏହା ପରେ ପ୍ରଭୁ ଗଣେଶଙ୍କୁ ଏକଦନ୍ତ କୁହାଯାଉଛି । ଏହି ଘଟଣାର ସ୍ମୃତିରେ ଛିନ୍ଦକ ନାଗବଂଶୀର ରାଜା ଢୋଲକାଲ ପର୍ବତର ଶିଖରରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିଥିଲେ । ଆଉ ପର୍ଶୁରାମଙ୍କ କୁରାଢୀରେ ଭଗବାନ ଗଣେଶଙ୍କ ଦାନ୍ତ ଭାଙ୍ଗିଯାଇଥିବାରୁ ପାହାଡର ପାଦଦେଶରେ ଥିବା ଗାଁ ନାଁ ଫରସଫାଲ ରଖାଯାଇଛି ।

ଦକ୍ଷିଣ ବସ୍ତରର ଭୋଗା ଜନଜାତି ଆଦିବାସୀ ପରିବାର ନିଜର ଉତ୍ପତ୍ତି ଢୋଲକଟା ଢୋଲକାଲର ମହିଳା ପୂଜକଙ୍କୁ ଠାରୁ ହୋଇଥିବା ମାନିଥାନ୍ତି । ସର୍ବପ୍ରଥମେ ଢୋଲକାଲ ପର୍ବତ ଉପରେ ଚଢି ଏହି ବଂଶର ଜଣେ ଆଦିବାସୀ ଜନଜାତିର ମହିଳା ପ୍ରଭୁ ଗଣେଶଙ୍କ ପ୍ରତିମାର ପୂଜାପାଠ କରିଥିଲେ । କୁହାଯାଏ ଯେ ଏହି ମହିଳା ପୂଜାରୀଙ୍କ ଶଙ୍ଖ ଶଦ୍ଦ ହିଁ ସାରା ଢୋଲକାଲ ପର୍ବତରେ ଗୁଞ୍ଜରିତ ହେଉଥିଲା । ଆଜି ବି ଏହି ମହିଳାଙ୍କ ବଂଶଜ ପ୍ରଭୁ ଗଜାନନଙ୍କ ପୂଜା କରୁଛନ୍ତି ।

ବସ୍ତରର ଅନ୍ୟ ଜଣେ ବାସିନ୍ଦାଙ୍କ କହିବାନୁଯାୟୀ, ଏହି ପ୍ରତିମାକୁ ଦାନ୍ତେୱାଡା କ୍ଷେତ୍ରର ରକ୍ଷକ ଭାବେ 1100 ଶତାଦ୍ଦୀରେ ଛିନ୍ଦକ ନାଗବଂଶ ପାହାଡର ଶିଖରରେ ସ୍ଥାପିତ କରିଥିଲେ । ଆୟୁଧ ରୂପରେ ଗଣେଶଙ୍କ ହାତରେ ଥିବା କୁରାଢୀ ଏହାର ଗାଥା ବଖାଣିଥାଏ । ଏହି କାରଣରୁ ନାଗବଂଶୀ ରାଜା ଏହି ପ୍ରତିମୂର୍ତ୍ତିକୁ ପାହାଡର ଶିଖରରେ ସ୍ଥାପନା କରିଥିଲେ । ତେବେ ନାଗବଂଶୀ ରାଜା ଏହି ପ୍ରତିମାର ସ୍ଥାପନା ବେଳେ ଗଣେଶଙ୍କ ପ୍ରତିମର୍ତ୍ତିରେ ନାଗ ସାପକୁ ମଧ୍ୟ ରଖିଛନ୍ତି । ପ୍ରତିମୂର୍ତ୍ତି ନଜର ସନ୍ତୁଳନ ରକ୍ଷା କରିପାରୁ ଏଥିପାଇଁ ଶିଳ୍ପୀ ଶିଙ୍କୁଳିର ବ୍ୟବହାର କରିଛନ୍ତି ।

ଭଗବାନ ଗଣେଶଙ୍କ ଏହି ପ୍ରତିମା ଇନ୍ଦ୍ରାବତୀ ନଦୀ ନିକଟରେ ମିଳୁଥିବା ପଥରରେ ନିର୍ମାଣ ହୋଇଛି । ଏହାକୁ 2 ବର୍ଗ ମିଟର ଅଞ୍ଚଳରେ ପାହାଡର ଶୀର୍ଷରେ ସ୍ଥାପିତ କରାଯାଇଛି । ବୈଲାଢିଲା ପର୍ବତର ଏହା ସବୁଠାରୁ ଉଚ୍ଚତମ ପର୍ବତଶୃଙ୍ଗ । ଆଉ ଏଠାରେ ଥିବା ଗଣେଶଙ୍କ ପ୍ରତିମୂର୍ତ୍ତି ବୟାନ କରେ ଯେ 1100 ଶତାଦ୍ଦୀରେ ବି ଉତ୍କୃଷ୍ଟ କଳାକୃତିର ନିର୍ମାଳ ଜାଣିଥିଲେ ଶିଳ୍ପୀକାର । ପ୍ରତିବର୍ଷ ଖରାଦିନେ ଏହି ପାହାଡର ପାଦଦେଶରେ ଥିବା ଫରସପାଲ ଗାଁରେ 3 ଦିନ ଧରି ମେଳା ଲାଗିଥାଏ । ଏହି ସମୟରେ ପ୍ରଭୁ ଗଣେଶଙ୍କ ସହ ପର୍ଶୁରାମ ଏବଂ ଅନ୍ୟ ଦେବାଦେବୀଙ୍କ ପୂଜା କରାଯାଇଥାଏ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାହାଡରେ ଶୀର୍ଷରେ ଥିବା ଗଣେଶଙ୍କ ଏହି ପ୍ରତିମୂର୍ତ୍ତି ଉପରେ କୌଣସି ଛାତ ଦିଆଯାଇନାହିଁ । ପ୍ରକୃତି ଛାଉଣୀରେ ଥିବା ପ୍ରଭୁ ଗଣେଶଙ୍କ ଦର୍ଶନ ପାଇଁ ପାଖାପାଖି ଅଢେଇ ଘଣ୍ଟା ସମୟ ଲାଗିଥାଏ । ଛତିଶଗଡର ସବୁଠୁ ଉଚ୍ଚତମ ପାହାଡରେ ଥିବା ଗଣେଶଙ୍କ ପ୍ରତିମା ଦର୍ଶନ ପାଇଁ ଅନେକ ନଦୀ,ନାଳ ପାହାଡ ଅତିକ୍ରମ କରିବାକୁ ପଡିଥାଏ । ଆଉ ଏହି କାରଣରୁ ଏଠାକୁ କମ ଭକ୍ତ ଆସିଥାନ୍ତି । ସ୍ଥାନୀୟ ଗ୍ରାମବାସୀ ହିଁ ଏଠାକୁ ପୂଜା କରିବାକୁ ଆସିଥାନ୍ତି । ଏହି ତୀର୍ଥସ୍ଥଳର ବିକାଶ ହେବାର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗକୁ ଦୃଷ୍ଟି ଦେବା ଆବଶ୍ୟକତା ରହିଛି । ଯଦ୍ବାରା କେବଳ ରାଜ୍ୟବାସୀ ନୁହେଁ ବରଂ ଦେଶ ବିଦେଶରୁ ପ୍ରଭୁ ଗଣେଶଙ୍କ ଏହି ପ୍ରତିମୂର୍ତ୍ତିର ଦର୍ଶନ କରିବାକୁ ଭକ୍ତ ଆସିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2020, 1:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.