ETV Bharat / bharat

ନୂତନ ଗାଇଡଲାଇନ ସହ ଜୁନ 13ରୁ ଖୋଲିବ ଦକ୍ଷିଣେଶ୍ବର କାଳୀଙ୍କ ମନ୍ଦିର - Dhakineswar kali temple will reopen on 13 june

ଜୁନ 13ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପଶ୍ଚିମବଙ୍ଗର ଉତ୍ତର 24 ପରଗଣା ଜିଲ୍ଲାରେ ଥିବା ଦକ୍ଷିଣେଶ୍ବର କାଳୀ ମନ୍ଦିରର କବାଟ । ମନ୍ଦିର କମିଟିର ଟ୍ରଷ୍ଟି ତଥା ସଚିବ କୌଶଲ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Dhakineswar kali temple will reopen on 13 june
ନୂତନ ଗାଇଡଲାଇନ ସହ ଜୁନ 13ରୁ ଖୋଲିବ ଦକ୍ଷିଣେଶ୍ବର କାଳୀଙ୍କ ମନ୍ଦିର
author img

By

Published : Jun 11, 2020, 7:39 PM IST

କୋଲକାତା: ଜୁନ 13ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପଶ୍ଚିମବଙ୍ଗର ଉତ୍ତର 24 ପରଗଣା ଜିଲ୍ଲାରେ ଥିବା ଦକ୍ଷିଣେଶ୍ବର କାଳୀ ମନ୍ଦିରର କବାଟ । ମହାମାରୀ କୋରୋନା ପାଇଁ ପ୍ରାୟ 2 ମାସରୁ ଊର୍ଦ୍ଧ୍ବ ସମୟ ଧରି ମନ୍ଦିର ବନ୍ଦ ରହିଥିଲା । ବର୍ତ୍ତମାନ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଅନୁମତି ମିଳିଛି ।

ଜୁନ 13 ତାରିଖରୁ ପ୍ରତିଦିନ ସକାଳ 7ଟାରୁ ଦିନ 10 ଏବଂ ଅପରାହ୍ନ ସାଢେ 3ଟାରୁ ରାତି ସାଢେ 6ଟା ଯାଏଁ ମନ୍ଦିରର କବାଟ ଭକ୍ତଙ୍କ ପାଇଁ ଖୋଲା ରହିବ । ଏନେଇ ମନ୍ଦିର କମିଟିର ଟ୍ରଷ୍ଟି ତଥା ସଚିବ କୌଶଲ ଚୌଧୁରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମନ୍ଦିର ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ କରାଯିବ । ପ୍ରକାଶ ଥାଉ କି, ମନ୍ଦିର ଦର୍ଶନ ସମୟରେ ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହରେ ପ୍ରବେଶ ଅନୁମତି ମିଳିବନାହିଁ । ସେହିପରି ମନ୍ଦିର ଭିତରେ ସାମାଜିକ ଦୂରତାର ପାଳନ କରାଯିବ ସହ ପୂଜା ସମାପ୍ତ ପରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ରହିବାକୁ ଅନୁମତି ମିଳିବନାହିଁ ।

ତେବେ ପୂଜା ସମୟରେ ମନ୍ଦିରର ପୂଜକ ପିପିଇ କିଟ ପିନ୍ଧି ପୂଜା କରିବେ । ମନ୍ଦିର ପରିସରରେ ସାମାଜିକ ଦୂରତା ପାଇଁ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି । ଯଦି ମନ୍ଦିରକୁ ଆସୁଥିବା କୌଣସି ବି ଶ୍ରଦ୍ଧାଳୁଙ୍କ ମଧ୍ୟରେ କୋରୋନାର ଲକ୍ଷଣ ପରିଲକ୍ଷିତ ହୁଏ ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯିବ । ମନ୍ଦିର ମଧ୍ୟରେ ଥିବା ଭୋଗ ଦୋକାନ ଗୁଡିକ ମଧ୍ୟ ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଖୋଲାଯିବ । ଶ୍ରଦ୍ଧାଳୁଙ୍କୁ ପାଦୁକପାଣି ଦିଆଯିବନାହିଁ କି ମା'ଙ୍କ ଚରଣରେ ଫୁଲ ଚଢାଇବାକୁ ଅନୁମତି ଦିଆଯିବ ନାହିଁ । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ପରିସରରେ କେହି ଭକ୍ତ ବସି ମା'ଙ୍କ ଧ୍ୟାନ ମଧ୍ୟ କରିପାରିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.