ETV Bharat / bharat

ଦେବେନ୍ଦ୍ର ଫଡନଭୀସଙ୍କୁ ବିହାର ଦାୟିତ୍ବ; ସୁଶାନ୍ତ ଆତ୍ମହତ୍ୟା ହୋଇପାରେ ନିର୍ବାଚନ ପ୍ରସଙ୍ଗ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କୁ ବଡ ଦାୟିତ୍ବ । ବିହାର ନିର୍ବାଚନରେ ଧରିବେ ମଙ୍ଗ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Devendra fadanvis
Devendra fadanvis
author img

By

Published : Aug 14, 2020, 6:25 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କୁ ବଡ ଦାୟିତ୍ବ । ପ୍ରଥମଥର ଜାତୀୟ ସ୍ତରରେ କାମ କରିବେ ଫଡନାଭୀସ । ଆସନ୍ତା ବିହାର ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ଦେବେନ୍ଦ୍ରଙ୍କୁ ନିଯୁକ୍ତି । ସେ ଦଳର ମହାସିଚବ ଭୂପେନ୍ଦ୍ର ଯାଦବଙ୍କ ସହ ମିଳିତ ଭାବେ ବିହାର ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ । ଦଳର ମୁଦ୍ଦା କଣ ରହିବ କେଉଁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବା ତାହା ଉଭୟ ପ୍ରସ୍ତୁତ କରିବେ । ତେବେ ହଠାତ ଦେବେନ୍ଦ୍ର ଫଡନାଭୀସଙ୍କ ଜାତୀୟ ରାଜନୀତିରେ ପ୍ରବେଶ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଯୋରଦାର ।

କାରଣ ଦେବେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରାଇବାର ଏକ ବଡ ରଣନୀତି କରିଛନ୍ତି ବିଜେପି ନେତୃତ୍ବ । କୁହାଯାଉଛି ବଲିଉଡ ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃ୍ତ୍ୟୁ ପ୍ରସଙ୍ଗ ଏକ ନିର୍ବାଚନୀ ମୁଦ୍ଦା ହୋଇପାରେ । ଏହାକୁ ନଜରରେ ରଖି ବିଜେପି ନେତୃତ୍ବ ଦେବେନ୍ଦ୍ରଙ୍କୁ ଜାତୀୟ ରାଜନୀତି ରେ ପ୍ରବେଶ କରାଇବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଯାହା ଏବେ ମିଳିଯାଇଛି । ସୁଶାନ୍ତ ସିଂ ମାମଲାରେ ଉଭୟ ରାଜ୍ୟ ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି ତାହା ନିର୍ବାଚନରେ ଗଭୀର ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ଯାହାକୁ ନେଇ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ବିଜେପି ବାଜି ଖେଳିବାକୁ ଯାଉଛି ।

ଏଥିପାଇଁ ଦେବେନ୍ଦ୍ର ମଧ୍ୟ ଲଗାତାର ଅଭିଯାନ ଜାରି ରଖିଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃ୍ତ୍ୟୁ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ଯାଇଛନ୍ତି । ସିବିଆଇ ତଦନ୍ତ ଦାବି କୁ ବ୍ୟାପକ କରିଛନ୍ତି । ଯାହା ବିହାରରେ ମଧ୍ୟ ଗ୍ରହଣୀୟ ହୋଇପାରିବ ।

ସେହିପରି ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଭୂପେନ୍ଦ୍ର ଯାଦବ ଓ ଦେବେନ୍ଦ୍ର ଫଡନାଭୀସ ଯୋଡି ବେଶ ସଫଳ ହୋଇଥିଲେ ଦଳକୁ ସଫଳତା ଦେବାରେ । କିନ୍ତୁ ଶିବସେନାର କାର୍ଯ୍ୟକଳାପ ପାଇଁ ଦଳ ସେଠାରେ ବିରୋଧୀ ଆସନରେ ବସିବାକୁ ବାଧ୍ଯ ହେଲା । ଏହାକୁ ମଧ୍ୟ ଦଳର ଶୀର୍ଷ ନେତୃତ୍ବ ବିଚାରକୁ ନେଇ ପୁଣି ଥରେ ଭୂପେନ୍ଦ୍ରଙ୍କ ସହ ଦେବେନ୍ଦ୍ରଙ୍କୁ ଦାୟିତ୍ବ ଦେଇଛନ୍ତି । ତେବେ ପ୍ରଥମଥର ମହାରାଷ୍ଟ୍ର ବାହାରେ ଦଳ ଦାୟିତ୍ବ ଦେଇଥିବାରୁ ଦେବେନ୍ଦ୍ର ଫଡନାଭୀସ ମଧ୍ୟ ଦଳକୁ ସଫଳତା ଦେବାପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ।

ଏଥିପାଇଁ ଗୁରୁବାର ବିଜେପି ମୁଖ୍ୟାଳୟରେ କୋର କମିଟି ବୈଠକ ବସିଥିଲା । ବୈଠକରେ ଦେବେନ୍ଦ୍ର ଫଡନାଭୀସ ମଧ୍ୟ ଉପସ୍ଥିତ ଥିଲେ । ବିଜେପି ଆକଳନ କରିସାରିଛି ଯେ ସୁଶାନ୍ତଙ୍କ ମୃ୍ତ୍ୟୁ ଆଗାମୀ ନିର୍ବାଚନରେ ଏକ ବଡ ମୁଦ୍ଦା ହେବ । କାରଣ ସମଗ୍ର ବିହାରରେ ସୁଶାନ୍ତଙ୍କୁ ‘ବିହାରୀ ଗୌରବ’ ଭାବେ ଉପସ୍ଥାପନା କରି ସିବିଆଇ ତଦନ୍ତ ଦାବି କରୁଛନ୍ତି । ଜନତାଙ୍କ ଭାବାବେଗକୁ ଦେଖି ବିହାର ସରକାର ମଧ୍ୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ । ଯାହା ଏବେ କୋର୍ଟରେ ପହଞ୍ଚିଛି ।

ବିହାର ନିର୍ବାଚନରେ ଦଳପାଇଁ କାମ କରିବାର ଚତୁର୍ଥ ମରାଠୀ ନେତା ହେବେ ଦେବେନ୍ଦ୍ର ଫଡନାଭୀସ । ପୂର୍ବରୁ ମଧୁ ଲିମୟ, ଜର୍ଜ ଫର୍ଣ୍ଣାଡିସ ଓ ମୁକୁଲ ୱାସନିକ ପ୍ରମୁଖ ବିହାରରେ ଦଳପାଇଁ କାମ କରି ସଫଳତା ଦେଇଛନ୍ତି । ଏବେ ଦେବେନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.