ETV Bharat / bharat

କୋରୋନା ପାଇଁ ଭୟଭୀତ ଅଛନ୍ତି ଅଧିକ ଲୋକେ: ସର୍ଭେ - people trust the Modi government

ମାର୍ଚ୍ଚ 23 ଯାଏଁ କରାଯାଇଥିବା କୋରୋନା ଭାଇରସ ଏକ ସର୍ଭେ ରିପୋର୍ଟ ତୁଳନାରେ ମାର୍ଚ୍ଚ 29 ଯାଏ କରାଯାଇଥିବା ଦ୍ବିତୀୟ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଦ୍ବାରା ଜଣାପଡିଛି ଯେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଅଧିକ ବଢିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ପାଇଁ ଭୟଭୀତ ଅଛନ୍ତି ଅଧିକ ଲୋକେ: ସର୍ଭେ

author img

By

Published : Mar 30, 2020, 6:23 PM IST

ନୂଆଦିଲ୍ଲୀ: କଲବଲ କଲାଣି କୋରୋନା । ଦେଶରେ ପ୍ରାୟ 22 ପ୍ରତିଶତ ଏପରି ଲୋକେ ଅଛନ୍ତି ଯେଉଁମାନେ ଏହା ଆଶଙ୍କା କରୁଛନ୍ତି ଯେ, ସେ କିମ୍ବା ତାଙ୍କ ପରିବାର ସଦସ୍ୟ କୋଭିଡ-19 ସଂକ୍ରମଣରେ ଆସିପାରନ୍ତି । ଏକ ସର୍ଭେ ରିପୋର୍ଟ ଦ୍ବାରା ଏହି ତଥ୍ୟ ସାମ୍ନାକୁ ଆସିଛି । ମାର୍ଚ୍ଚ 23 ଯାଏ କରାଯାଇଥିବା ଏକ ସର୍ଭେ ରିପୋର୍ଟ ତୁଳନାରେ ମାର୍ଚ୍ଚ 29 ଯାଏ କରାଯାଇଥିବା ଦ୍ବିତୀୟ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଦ୍ବାରା ଜଣାପଡିଛି ଯେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଅଧିକ ବଢିଯାଇଛି । ଏଥିରେ 1,187 ଉତ୍ତରଦାତାଙ୍କ ଜବାବ ନିଆଯାଇଛି । ଏହି ସର୍ଭେର ଫିଲ୍ଡ କାମ ମାର୍ଚ୍ଚ 26 ରୁ 27 ତାରିଖ ମଧ୍ୟରେ କରାଯାଇଥିଲା ।

ଭାରତରେ କୋଭିଡ-19 ସଂକ୍ରମଣରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ପାର ହେଲାଣି । କୋଭିଡ-19 ଯୋଗୁଁ ବୈଶ୍ବିକ ସ୍ତରରେ 6 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି 33 ହଜାର ଲୋକେ କୋରୋନା ଯୋଗୁଁ ପ୍ରାଣ ହରାଇସାରିଲେଣି । ଦେଶରେ କୋରୋନା ଭାଇରସ ବଢିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ଲକଡାଉନ ଘୋଷଣା କରିଛନ୍ତି । ଆମେରିକା, ଇଟାଲୀ, ସ୍ପେନ ସମେତ ବିଶ୍ବର ସମସ୍ତ ଦେଶ କୋରୋନା ସହ ମୁକାବିଲା କରୁଛି । ଏପରି କ୍ଷେତ୍ରରେ ଏହି ସର୍ଭେ କରାଯାଇଛି ।

କୋରୋନା ସମ୍ପର୍କରେ ଲୋକଙ୍କ ମନରେ କେତେ ଡର ରହିଛି ବୋଲି ଏକ ସର୍ଭେ କରାଯାଇଥିଲା । ଏଥିରେ 48.3 ପ୍ରତିଶତ ଉତ୍ତରଦାତା ସହମତି ବ୍ୟକ୍ତ କରିଛନ୍ତି । ଗତ ସପ୍ତାହ ତୁଳନାରେ 9.2 ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ଏବେ 22 ପ୍ରତିଶତ ଲୋକେ ଏପରି ଅଛନ୍ତି ଯେଉଁମାନଙ୍କୁ ଲାଗୁଛି ଯେ ସେମାନେ କୋଭିଡ-19 ସଂକ୍ରମଣରୁ ଗ୍ରାସିତ ହେବାର ଆଶଙ୍କା ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.