ନୂଆଦିଲ୍ଲୀ: କଟକ-ପାରାଦ୍ବୀପ ରାସ୍ତାକୁ 4 ଲେନ ରୋଡ କରିବାକୁ ଲୋକସଭାରେ ଦାବି ଉଠାଇଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ଏହାସହ ଏହି ରାସ୍ତା ଏବେ ରାଜ୍ୟ ରାଜପଥ ଥିବାବେଳେ ଏହାକୁ ଜାତୀୟ ରାଜପଥ କରିବାକୁ ସେ ଲୋକସଭାରେ କହିଛନ୍ତି ।
ପାରାଦ୍ବୀପ ଦେଶର ପ୍ରମୁଖ ବନ୍ଦର ମଧ୍ୟରୁ ଗୋଟିଏ । ଏଠାକୁ ଦୈନିକ ହଜାର ହଜାର ଗାଡି ଯିବା ଆସିବା କରୁଥିବାବେଳେ ଏଠାକୁ ଯୋଗଯୋଗ ପାଇଁ ପ୍ରମୁଖ ରାସ୍ତା ଭାବେ କଟକ-ପାରାଦ୍ବୀପ ରାସ୍ତା ରହିଥିବାରୁ ଏହାକୁ ବଢାଇବା ସହ ଜାତୀୟ ରାଜପଥରେ ପରିଣତ କରିବାକୁ ସେ ଦାବି କରିଛନ୍ତି।